1 ଲିଟର ତେଲରେ Aeroplane କେତେ mileage ଦିଏ ? 99%ଲୋକ ଜାଣିନଥିବେ

Spread the love

ସାମ୍ପ୍ରତିକ ପରିସ୍ଥିତରେ ଯୁଗ ଯେଉଁପରି ଭାବରେ ବଦଳିବାରେ ଲାଗିଛି ଆଖପାଖର ଲୋକମାନେ ମଧ୍ୟ ଠିକ୍ ସେହିପରି ସ୍ଥିତିରେ ବଦଳିବାରେ ଲାଗିଛନ୍ତି । ଆଗରୁ ଯଦି ଲୋକଙ୍କୁ କେଉଁ ଦୂର ଜାଗାକୁ ଯିବାକୁ ହୁଏ ତେବେ ସେ ବସ୍ କିମ୍ବା ଟ୍ରେନରେ ଯାଉଥିଲେ କିନ୍ତୁ ବର୍ତ୍ତମାନ ଏକ ସାଧାରଣ ମଧ୍ୟମ ବ୍ୟକ୍ତି ମଧ୍ୟ ଏରୋପ୍ଲେନରେ ଯିବା ପାଇଁ ପସନ୍ଦ କରିଥାନ୍ତି । କାରଣ ଏହା ଦ୍ୱାରା ସେମାନଙ୍କ ସମୟ ଓ ମୁଲ୍ୟ ବଞ୍ଚି ଯାଇଥାଏ । ତଥାପି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ଏରୋପ୍ଲେନରେ ଯିବା ଏକ ସ୍ୱପ୍ନ ହୋଇଥାଏ । ଆପଣ ଯଦି କେବେ ଏରୋପ୍ଲେନରେ ଯାତାୟତ କରିଥିବେ କିମ୍ବା ଏମିତିରେ ବି ଆପଣଙ୍କ ମନରେ କୌଣସି ପ୍ରଶ୍ନ ଆସେ ଏରୋପ୍ଲେନଟି ୧ ଲିଟର ତେଲରେ କେତେ କିଲୋମିଟର ଯାଇଥାଏ ? କିମ୍ବା ଗୋଟେ ଏରୋପ୍ଲେନ ଗୋଟେ ମିନିଟ୍ ରେ କେତେ ଲିଟର ତେଲ ଖର୍ଚ୍ଚ କରିଥାଏ । ତେବେ ଆସନ୍ତୁ ଜାଣିବା ଆଜିର ବିଷୟରେ ଏହାର ଉତ୍ତର ଜାଣି ନେବା :-

ଏକ ଏରୋପ୍ଲେନର ନାମ ହେଉଛି ବୋଇଂ ୭୪୭ । ଏହିଭଳି ଯେତେ ଏରୋପ୍ଲେନ ରହିଛି ସେଗୁଡିକ ପ୍ରାୟ ପ୍ରତି ସେକେଣ୍ଡକୁ ଚାରି ଲିଟର ତେଲ ଖର୍ଚ୍ଚ କରିଥାଏ । ଦଶ ଘଣ୍ଟାର ଉଡିବା ମଧ୍ୟରେ ଏହା ପାଖାପାଖି ଏକ ଲକ୍ଷ ପଚାଶ ହଜାର ଟଙ୍କାର ତେଲ ଖର୍ଚ୍ଚ ହୋଇଥାଏ । ଏହି ବୋଇଂ ୭୪୭ ଏରୋପ୍ଲେନଟି ଏକ କିଲୋମିଟର ଯିବାପାଇଁ ୧୨ ଲିଟର ତେଲ ଖର୍ଚ୍ଚ କରିଥାଏ । ଏହା ଆପଣଙ୍କୁ ନିଶ୍ଚିତ ଭାବେ ବହୁତ ଅଧିକା ଲାଗୁ ଥାଇପାରେ କିନ୍ତୁ ଥରେ ଭାବନ୍ତୁ ଗୋଟେ ବୋଇଂ ୭୪୭ ଏରୋପ୍ଲେନରେ ୫୬୮ ଜଣ ଯାତ୍ରୀ ବସିପାରିବେ ।

ଧରନ୍ତୁ ଆମେ ମାନି ନେବା ଯେ ବୋଇଂ ୭୪୭ ଏରୋପ୍ଲେନରେ ୫୦୦ ଜଣ ଯାତ୍ରୀ ଯାଉଛନ୍ତି । ୫୦୦ ଜଣ ଯାତ୍ରୀ ସେହି ଏରୋପ୍ଲେନରେ ଏକ କିଲୋମିଟର ଯିବାପାଇଁ ୧୨ ଲିଟର ତେଲ ଖର୍ଚ୍ଚ ହେଉଛି ତେବେ ସେହି ହିସାବରେ ପ୍ରତ୍ୟେକ ଯାତ୍ରୀ ୧ କିଲୋମିଟର ଯିବାପାଇଁ ୦.୦୨୪ ଲିଟର ତେଲ ଖର୍ଚ୍ଚ ହେଉଛି ତାହା ଆନୁମାନିକ ବହୁତ କମ୍ ଅଟେ ଏଥିପାଇଁ ଏରୋପ୍ଲେନ ଏକ ଭଲ ଵିକଳ୍ପ ହୋଇପାରିଛି । ଏହା ସହିତ ବୋଇଂ ୭୪୭ ଏରୋପ୍ଲେନ ଘଣ୍ଟା ପ୍ରତି ୯୦୦ କିଲୋମିଟର ବେଗରେ ଉଡ଼ିପାରେ । ଯାହା ଫଳରେ ଏହା ଅନ୍ୟ ସୁବିଧା ବାହନ ତୁଳନାରେ ଯାତ୍ରୀକୁ ଶିଘ୍ର ଠିକଣା ସ୍ଥାନରେ ପହଞ୍ଚାଇପାରିଥାଏ । ଏହା ସହ ଆମ ଦେଶର ବିଭିନ୍ନ ଇଂଜିନିୟରିଂ ମାନଙ୍କ ପ୍ରୟାସରେ ଏରୋପ୍ଲେନର ମାଇଲେଜକୁ ବଢାଇବା ପାଇଁ ବିଭିନ୍ନ ଉପାୟ ଆପଣିତ କରାଯାଉଛି । ଏହା ସହ ଯେଉଁ ଏରୋପ୍ଲେନର ଓଜନ ଯେତେ ଅଧିକ ତାହା ସେତେ ଅଧିକ ତେଲ ଖର୍ଚ୍ଚ କରିଥାଏ ।