ମହିଳାଙ୍କ ୭ଟି ସମସ୍ୟାର ଗୋଟିଏ ଚିକିତ୍ସା ହେଉଛି ଜୁଆଣି । ଜାଣନ୍ତୁ କିପରି ?

Spread the love

ଦୁନିଆରେ ଭାରତୀୟ ଖାଦ୍ୟପେୟର ପ୍ରସିଦ୍ଧି ରହିଛି । ଏହାର ମୁଖ୍ୟ କାରଣ ହେଉଛି ଭାରତୀୟ ଖାଦ୍ୟରେ ଅନେକ ପ୍ରକାରର ମସଲାର ବ୍ୟବହାର ହୋଇଥାଏ । ଏହି ମସଲା ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଜୁଆଣି । ଜୁଆଣିକୁ ସଂସ୍କୃତରେ ଅଗ୍ନିଗନ୍ଧା କୁହାଯାଇଥାଏ । ଜୁଆଣି ଖାଦ୍ୟର ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରକ ଅଟେ | ଏହା ବ୍ୟତୀତ ଓଜନ କମ କରିବା ପାଇଁ ମଧ୍ୟ ଆପଣ ଜୁଆଣି ପାଣିର ବ୍ୟବହାର କରିପାରିବେ ।

ମହିଳାଙ୍କ ପାଇଁ ଜୁଆଣି ପାଣିର ଲାଭ :

୧. ପେଟ ପୀଡ଼ରୁ ମୁକ୍ତି :

ଏହା ପେଟ ପୀଡ଼ା କମ କରିବାର ଏକ ଲାଭଦାୟକ ଉପାୟ ଅଟେ । ପ୍ରତିଦିନ ଜୁଆଣି ପାଣି ପିଇବା ଦ୍ୱାରା ପେଟ ପୀଡ଼ାରୁ ମୁକ୍ତି ମିଳିଥାଏ ।

୨. ଗ୍ୟାସ ସମସ୍ୟା :

ଗ୍ୟାସ ସମସ୍ୟା ଏହି ପାଣି ପିଇବା ଦ୍ୱାରା ଠିକ ହୋଇଥାଏ । ଯଦି ଗ୍ୟାସର ସମସ୍ୟା ରହିଥାଏ ତେବେ ଜୁଆଣି ପାଣି ଆପଣଙ୍କ ପାଇଁ ରାମବାଣ ଅଟେ । ଏହାକୁ ପିଇବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ ।

୩. ଋତୁସ୍ରାବ ସମସ୍ୟା :

ପରମ୍ପରା ଯୁକ୍ତ ଜଡ଼ିବୁଟି ଚାହା ଆଜିକାଲି ଅନେକ ରୂପରେ ଏବଂ ପ୍ୟାକିଙ୍ଗରେ ବଜାରରେ ଉପଲବ୍ଧ ହୋଇଛି । ଯାହା ମହିଳାଙ୍କ ଋତୁସ୍ରାବ ଧର୍ମକୁ ନିୟନ୍ତ୍ରଣ କରିବା ପାଇଁ ଲୋକପ୍ରିୟ ପାରମ୍ପରିକ ଉପଚାର ମଧ୍ୟରୁ ଅନ୍ୟତମ ଅଟେ । ଜୁଆଣି ପାଣି ମଧ୍ୟ ଏହିପରି ଏକ ଜଡ଼ିବୁଟି ଅଟେ । ରାତିରେ ଶୋଇବା ପୂର୍ବରୁ ମାଟି ପାତ୍ରରେ ଜୁଆଣିକୁ ଭିଜାଇ ସକାଳେ ମହିଳାଙ୍କୁ ଏହି ପାଣିର ସେବନ କରିବା ଉଚିତ୍ । ଏହାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚିକିତ୍ସା ଗତ ପ୍ରମାଣ ନାହିଁ କିନ୍ତୁ ଲୋକଙ୍କ ମାନ୍ୟତା ରହିଛି ଯେ ଏହା ବହୁତ ପ୍ରଭାବଶାଳୀ ଅଟେ ।

୪. ମୂତ୍ର ସଂକ୍ରମଣ :

ମୂତ୍ର ସଂକ୍ରମଣ ଜୁଆଣି ପାଣି ପିଇବା ଦ୍ୱାରା ଭଲ ହୋଇଥାଏ । ପ୍ରାୟତଃ ମହିଳାଙ୍କୁ ମୂତ୍ର ସଂକ୍ରମଣର ସମସ୍ୟା ରହିଥାଏ । ଜୁଆଣି ପାଣି ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

୫. ଗଳା ସମସ୍ୟା ଏବଂ ମୁଖ ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ :

ଜୁଆଣି ପାଣି ପିଇବା ଦ୍ୱାରା ଗଳା ସମସ୍ୟା ଏବଂ ମୁଖ ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ । ଭୁଲ ଖାଦ୍ୟପେୟ କାରଣରୁ ଅନେକ ସମୟରେ ଗଳାରେ ପୀଡ଼ା ଏବଂ ମୁଖ ଦୁର୍ଗନ୍ଧ ହୋଇଥାଏ । କିନ୍ତୁ ଜୁଆଣି ପାଣି ପିଇବା ଦ୍ୱାରା ମୁଖ ଦୁର୍ଗନ୍ଧ ଦୂର ହୋଇଯାଇଥାଏ ।

୬. ଓଜନ କମ କରିବା ପାଇଁ :

ଆଜିକାଲି ପ୍ରାୟତଃ ମହିଳାମାନେ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରକ୍ରିୟା ଆପଣାଇଥାନ୍ତି । ବହୁତ କମ ଲୋକଙ୍କୁ ଏହି ବିଷୟ ଜଣାଅଛି ଯେ, ଜୁଆଣି ପାଣି ପିଇବା ଦ୍ୱାରା ମୋଟାପଣ କମ କରାଯାଇ ପାରିବ । ଜୁଆଣିର ବୀଜ ଚୟାପଚୟ ପ୍ରକ୍ରିୟାକୁ ଦ୍ରୁତ କରିଦେଇଥାଏ । ଯାହାଫଳରେ ଶରୀରର ଚର୍ବି ତରଳି ଥାଏ ଏବଂ ଓଜନ କମ କରିବାରେ ସହାୟକ ହୋଇଥାଏ । ଓଜନ କମ କରିବା ପାଇଁ ଜୁଆଣି ପାଣି ପ୍ରସ୍ତୁତ କରିବା ପାଇଁ ୨୫ ଗ୍ରାମ ଜୁଆଣି ନିଅନ୍ତୁ ଏବଂ ରାତିରେ ଏକ ଗ୍ଲାସ ପାଣିରେ ଭିଜାଇ ଦିଅନ୍ତୁ । ସକାଳେ ଏହି ଜୁଆଣି ପାଣିରେ ଏକ ଚାମଚ ମହୁ ମିଶାଇ ସେବନ କରନ୍ତୁ । ଏହା ଆପଣଙ୍କ ଓଜନ କମ କରିବାରେ ସହାୟକ ହୋଇଥାଏ । ଏହି ପ୍ରକ୍ରିୟାକୁ ଆପଣ ୧୫ ରୁ ୨୦ ଦିନ କରିବାର ଆବଶ୍ୟକତା ରହିଛି ।

ଜୁଆଣି ପାଣି ଓଜନ କମ କରିବା ପାଇଁ ପିଅନ୍ତୁ କିନ୍ତୁ କିଛି ସାବଧାନତା ଅବଲମ୍ବନ କରିବା ଉଚିତ । ଆପଣଙ୍କୁ ଭାତ, ଫାଷ୍ଟଫୁଡ଼, ଛଣାଛଣି ଖାଦ୍ୟ ସମ୍ପୂର୍ଣ୍ଣ ରୂପରେ ତ୍ୟାଗ କରିବା ପାଇଁ ପଡିବ । ଆପଣଙ୍କୁ ରୁଟିର ସଂଖ୍ୟା କମାଇବା ପାଇଁ ପଡିବ । ଏହାସହ ଧ୍ୟାନ ରଖିବା ଉଚିତ ଭୋଜନ କରିବାର ଏକ ଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବା ବନ୍ଦ କରିବା ଉଚିତ ।

୭. ସ୍ତନ୍ୟପାନ ସମୟରେ ଜୁଆଣି ପାଣି ପିଇବାର ଲାଭ :

ସ୍ତନ୍ୟପାନ କରାଇବା ସମୟରେ ଜୁଆଣି ଏବଂ ସମ୍ପ ବୀଜର ପାଣିର ଉପଯୋଗ ଲାଭଦାୟକ ଅଟେ । ଜୁଆଣି ଏବଂ ସମ୍ପର ଗୁଣ କାରଣରୁ ଏହା ଗର୍ଭାଶୟକୁ ସଫା କରିବା ଏବଂ କ୍ଷୀର ଉତ୍ପାଦନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହିପରି ଜୁଆଣି ସହ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିପାରିବ ।

ଜୁଆଣି ପାଣି ପ୍ରସ୍ତୁତ କରିବାର ବିଧି :

ଦୁଇ ଚାମଚ ଭଜା ଜୁଆଣିକୁ ଏକ କପ ପାଣିରେ ଭିଜାଇ ଦିଅନ୍ତୁ ଏବଂ ରାତି ତମାମ ଛାଡି ଦିଅନ୍ତୁ । ସକାଳେ ଏହି ପାଣିକୁ ଉଷୁମ କରି ଛାଣି ଦିଅନ୍ତୁ । ପରେ ଏହି ପାଣିକୁ ଥଣ୍ଡା କରି ଖାଲି ପେଟରେ ସକାଳୁ ଏହାକୁ ସେବନ କରନ୍ତୁ । ଜୁଆଣି ପାଣି ପିଇବା ଲାଭଦାୟକ ଅଟେ ଏବଂ ଏହାର ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

ଆଶା କରୁଛୁ ଅନୁଛେଦଟି ପସନ୍ଦ ଆସିଥିବ । ପସନ୍ଦ ଆସିଲେ ନିଜବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । ଏହା ସଙ୍ଗେ ସଙ୍ଗେ ଗୋଟିଏ ଲାଇକ କରନ୍ତୁ ଓ ନିଜ ମତାମତ Comment ଜରିଆରେ ଆମକୁ ଜାଣନ୍ତୁ । ଏହିପରି ଲେଖା ପାଇବା ପାଇଁ ଆମକୁ Follow କରନ୍ତୁ । ଧନ୍ୟବାଦ !