09 ମଇ 2019 ଗୁରୁବାର : ୪ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ଗୁରୁଦାୟିତ୍ଵ ମିଳିବ, ପୂରଣ ହେବ ମନସ୍କାମନା, ସ୍ବଚ୍ଛଳ ରହିବା ଆର୍ଥିକସ୍ଥିତି ….

Spread the love

09 ମଇ 2019 ଗୁରୁବାର : ୪ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ଗୁରୁଦାୟିତ୍ଵ ମିଳିବ, ପୂରଣ ହେବ ମନସ୍କାମନା, ଆର୍ଥିକସ୍ଥିତି ସ୍ଵଚ୍ଛଳ ରହିବା ….

ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ । ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବା‌ରେ ସକ୍ଷମ ହେବେ । ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ ଓ ଅଫିସରେ ଏଭଳି ସୁଯୋଗ ମିଳିବ ଯାହା ଦ୍ବାରା ଆପଣଙ୍କର ଯଥେଷ୍ଟ ଲାଭ ହେବ । ଜୀବନସାଥୀଙ୍କ ଠାରୁ କିଛି ଉପହାର ମିଳିପାରେ । ଶତ୍ରୁମାନେ ମିତ୍ରଭାବ ଆଚରଣ କରିବେ । ପିଲାମାନ ପାଠପଢ଼ାରେ ପ୍ରଶଂସା ପାଇବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ । ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ ।

ବୃଷ: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ । କର୍ମ କ୍ଷେତ୍ରରେ ଆତ୍ମବିଶ୍ୱାସର ଝଲକ ଦେଖାଦେବ । ସରକାରୀ ଚାକିରିଆଙ୍କର ଆର୍ଥିକପକ୍ଷ ମଜଭୁତ ହେବ ଏବଂ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ । ବ୍ୟବସାୟରେ ଅଧିକ ଲାଭବାନ ହେବେ । ପୁରାତନ ରୋଗରୁ ମୁକ୍ତି ମିଳିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ମାଣିକେଶ୍ବରୀ ।

ମିଥୁନ: ପରିବାରର ବରିଷ୍ଠ ସଦସ୍ୟଙ୍କ ଆଶୀର୍ବାଦ ପାଇବେ । ପ୍ରତିଟି କାର୍ଯ୍ୟରେ କୃତକାର୍ଯ୍ୟ ହେତୁ ମନ ବହୁତ ପ୍ରଫୁଲ୍ଲ ରହିବ । ଚାକିରୀ କ୍ଷେତ୍ରରେ ମଧ୍ୟ ଭଲ ସ୍ଥିତି ରହିବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ଦୂରଯାତ୍ରାର ସୁଯୋଗ ପାଇବେ । ମାନସିକ ଦୁଃଶ୍ଚିନ୍ତା ଠାରୁ ଦୁରେଇ ରହିବେ । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ଦୂରଯାତ୍ରାର ସୁଯୋଗ ପାଇବେ । ବନ୍ଧୁଙ୍କ ସହିତ ମଉଜ ମଜଲିସରେ ସମୟ କଟିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

କର୍କଟ:- ଦିନଟି ଆପଣଙ୍କ ଲାଗି ଖୁବ ଭଲ ରହିବ । ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ ଓ କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଯୋଗ ଆସିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ । କିନ୍ତୁ ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଠାକୁରାଣୀ ।

ସିଂହ: ଆଜି ଆପଣ ଦିନଟି ସକାରାତ୍ମକ ଊର୍ଜା ଅନୁଭବ କରିବେ । ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ । ଚାକିରୀ କରୁଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟଦକ୍ଷତା ବଳରେ, ସମସ୍ତଙ୍କ ପ୍ରିୟପାତ୍ର ହେବେ ଓ ପ୍ରଶଂସାର ପତ୍ର ହେବେ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ । ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କନ୍ୟା: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ ଓ ପ୍ରତିଟି କ୍ଷେତ୍ରରେ ବିଜୟ ଲାଭ କରିବେ । ଧାର ଦେଇଥିବା ଟଙ୍କା ଫେରିପାଇବେ । ଶତୃବୃଦ୍ଧି ହେବ ସଂଗେ ସଂଗେ ଚାକିରୀ କରୁଥିବା ବ୍ୟକ୍ତିଙ୍କ ଉପରେ ସମ୍ୟକ ମାନସିକ ଚାପ ରହିପାରେ । କଥାବାର୍ତ୍ତାରେ ନିଆଯକୁ ସଂଯମତା ରକ୍ଷା କରନ୍ତୁ । କୌଣସି ଯୋଜନା କରିବା ପୂର୍ବରୁ ଗଭୀର ଚିନ୍ତା କରନ୍ତୁ । ବ୍ୟବସାୟିକ କାମରେ ଜିଲ୍ଲା ବାହାରକୁ ଯିବେ । ଅଫିସରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ତୁଳା:- ସକାରାତ୍ମକ ଭାବନାରେ ଦିନଟି ଅତିବାହିତ ହେବ । ବ୍ୟବସାୟୀମାନେ ବେଶ ଲାଭବାନ ହେବେ ଏବଂ କର୍ମଜିବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସଖୁସିରେ ଦିନଟି ବିତାଇବେ । ବିବାହିତା କୌଣସି ଧର୍ମାନୁଷ୍ଠାନକୁ ଯାତ୍ରାରେ ଯିବେ । ଶତ୍ରୁମାନେ ଆପଣଙ୍କ କ୍ଷତି କରିବାକୁ ଚାହୁଁ ଥିଲେ ମଧ୍ୟ କିଛି କରି ପାରିବେ ନାହିଁ । ଦାମ୍ପତ୍ୟଜୀବନ ସୁଖରେ କଟିବା । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ବିଷ୍ଣୁ ।

ବିଚ୍ଛା:- ଆଜି ଦିନଟି ଆପଣଙ୍କ ପାଇଁ ଖାସ୍ ନ ଥିଲେ ମଧ୍ୟ ସମସ୍ତ ଆଶା ଆକାଂକ୍ଷା ପୂରଣ ହେବ । ପରିବାରରେ ବଡ଼ଙ୍କ ଠାରୁ ସହଯୋଗ ପାଇବେ । ବ୍ୟବସାୟରେ ଆଶାନୁରୂପକ ଲାଭବାନ ହେବେ । ହଜିଯାଇଥିବେ ଧନ କିମ୍ବା ଧାର ଦେଇଥିବା ଧନ ଫେରି ପାରିବେ । ଜଗି ରହି କାର୍ଯ୍ୟ କରନ୍ତୁ ନିଶ୍ଚୟ ସମ୍ମାନ ମିଳିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିମଳା ।

ଧନୁ:- ସାରାଦିନ ଅଶାନ୍ତି ମୁକ୍ତ ରହିବେ । ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ କିନ୍ତୁ ବ୍ୟବସାୟରେ ଆୟ ଠାରୁ ବ୍ୟୟ ଅଧିକ ହେବ । ମାଲିମକଦ୍ଦମାରେ ସଫଳତା ମିଳିବ । ପରିବାରରେ ମନାମାଳିନ୍ୟ ଦେଖା ଦେଇପାରେ । ଯାହାଫଳରେ ଦାମ୍ପତ୍ୟ ପ୍ରତିଦିନ ପରି ସୁଖ ରହିବ ନାହିଁ ।ବନ୍ଧୁଙ୍କ ମେଳରେ ଆପଣଙ୍କ ମାନସମ୍ମାନ ବଢ଼ିବ । ପାଠପଢା କ୍ଷେତ୍ରରେ, ପରୀକ୍ଷା, ପ୍ରତିଯୋଗିତା, ଓ କ୍ଷେତ୍ରରେ ଅଶାନ୍ତି ରହିବ ଆଜି ଦିନଟି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ବରୀ ।

ମକର: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ । ଆଧ୍ୟତ୍ମିତ ଭାବନାରେ ସମୟ କଟିବ । ଆର୍ଥିକ ସ୍ଥିତି ଠିକ ରହିବ । କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳତା ପାଇବେ । ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ମିଳିବ । ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିବ। ଶୁଭରଙ୍ଗ: ମେରୁନ । ଆରାଧନା: ହର ପାର୍ବତୀ ।

କୁମ୍ଭ: ସାସାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟରେ ଉନ୍ନତି ହେବାସହ ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । ନୂଆ ଉପକ୍ରମର ଶୁଭାରମ୍ଭ କରନ୍ତୁ, ଲାଭ ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ। ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଶାରଳା ।

ମୀନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ବହୁତ ଜଟିଳ ସମସ୍ୟାର ବୁଦ୍ଧିମତାର ସହ ସମାଧାନ କରିନେବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବାସହ ବ୍ୟୟ ଅଧିକ ହେବ । ପରିବାରରେ ମନାମାଳିନ୍ୟ ଦେଖାଦେବ । ବନ୍ଧୁଙ୍କ ସହଯୋଗରେ ଧନଲାଭ ଯୋଗ ରହିଛି । ନିଜର ଯୋଜନାମୁତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବନାହିଁ । ରାଜନୀତି କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଶୁଭରଙ୍ଗ: ଧଳା । ଆରାଧନା: ହନୁମାନ ।