07 ଜୁନ 2019, ଶୁକ୍ରବାର – ୪ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ସଂଘର୍ଷମୟ ରହିବା ।

Spread the love

07 ଜୁନ 2019, ଶୁକ୍ରବାର – ୪ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ସଂଘର୍ଷମୟ ରହିବା ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆଜି କେନ୍ଦ୍ରସ୍ଥ ସ୍ଵଗୃହୀ ଚନ୍ଦ୍ର ଶୁଭଫଳ ସ୍ଵରୂପ କର୍ମକ୍ଷେତ୍ରର ଜଟିଳତାକୁ ସରଳୀକରଣ କରିବାରେ ସାହାଯ୍ୟ କରିବେ । ବହୁପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ସ୍ଥିର ସ୍ଵଭାବ ଏବଂ ମଧୁରଭାଷି ହେତୁ ଲାଭକୁ ଦ୍ଵିଗୁଣା ବଢେଇପାରିବେ । ସାମୟିକ ଭାବପ୍ରବଣତା କାରଣରୁ ଜମିଜମା, ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା କାର୍ଯ୍ୟକ୍ଷେତ୍ରର ବିଫଳତାକୁ ଚିନ୍ତିତ କରି ଅଫିସିଆଲି କାମ ଚାପରେ ନିଜକୁ ଆଡଜଷ୍ଟ କରିବାକୁ ବାଧ୍ୟ ହେବେ । ଆନୁଷ୍ଠାନିକ କାମ, ଗୃହସୀମା, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । କେନ୍ଦ୍ରାଧିପ ରବିଙ୍କ ରାଶ୍ୟାବସ୍ଥାନ ଆପଣଙ୍କୁ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରାଇବ । କର୍ମକ୍ଷେତ୍ରରେ ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ହେବେ କିନ୍ତୁ ଟିକିଏ ଜୋର୍‌ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭୁଲ୍‌ ବୁଝିପାରନ୍ତି । ପୂର୍ବ ଯୋଜନା ଅନୁଯାୟୀ କାମକରି କିଛିଟା ସଫଳତା ପାଇବେ । ବ୍ୟବସାୟରୁ ଭଲ ଧନଲାଭ ହେବ । ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ କରିବେ । ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ: ରାହୁ ଓ ମଙ୍ଗଳ ରାଶିରେ ଦୈହିକ ଅସୁସ୍ଥତା କିମ୍ବା ମାନସିକ ଉତ୍ତେଜନା ସୃଷ୍ଟି କରିପାରନ୍ତି । କର୍ମକ୍ଷେତ୍ରକୁ ସମସ୍ୟା ମୁକ୍ତ କରାଇବା ସଙ୍ଗେ ବନ୍ଧୁମିଳନ ମାଧ୍ୟମରେ ମନକୁ ଖୁସୀ ରଖିବ । କାର୍ଯ୍ୟବ୍ୟସ୍ତତା କାରଣରୁ ଆଜି କୌଣସି ଗୋଟିଏ ସ୍ଥାନରେ ସ୍ଥିର ଭାବରେ ମଧ୍ୟ ରହି ପାରିବେ ନାହିଁ । ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ । କୌଣସି ନୂଆ ସମ୍ବନ୍ଧ ଆରମ୍ଭ ହୋଇପାରେ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ଉଚ୍ଚବର୍ଗର ଲୋକ ଜଣେ ସାହାଯ୍ୟ କରିବେ । ମହିଳାମାନେ ଅଫିସ ଓ ଘରେ ନିଜ କାର୍ଯ୍ୟ ପାଇଁ ପ୍ରସଂଶିତ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

କର୍କଟ: ରାଶ୍ୟାଧିପତିଙ୍କ ଶନିଙ୍କ ନକ୍ଷତ୍ରସ୍ଥିତି ସାମୟିକ ମାନସିକ ଶିଥିଳତା ପ୍ରଦାନ କରିପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ । ଦୂରଯାତ୍ରା, ମାଙ୍ଗଳିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମରେ ନିଜକୁ ସାମିଲ୍‌ କରିପାରନ୍ତି । ଜମିଜମା, ମାଲିମକଦ୍ଦମା, ନିର୍ମାଣ, ଏଜେନ୍ସିପ୍‌ରେ ପ୍ରତିଷ୍ଠାର୍ଜନ କରିବେ । ବିବାଦୀୟ ଘଟଣାରେ ପରିସ୍ଥିତି ସେମିତି କିଛି ଜଟିଳ ହେବନି । ଚାକିରି ଅନ୍ଵେଷଣରେ ଥିବା ମହିଳାଙ୍କୁ ବଢ଼ିଆ ଚାକିରି ପ୍ରସ୍ତାବ ମିଳିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ରାଜନୀତିରେ କ୍ଷେତ୍ରରେ ସମ୍ୟକ ଅପବାଦ ହୋଇପାରେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଆର୍ଥିକ ସ୍ୱଚ୍ଛଳତା ଫେରିପାଇବେ । ପ୍ରେମପ୍ରସଙ୍ଗ ଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ସିଂହ: ବୃହସ୍ପତି ଓ ରବିଙ୍କ ସମ୍ବନ୍ଧ କାରଣରୁ ଆପଣଙ୍କ ପାରିବାରିକ ଜୀବନ ଓ କର୍ମକ୍ଷେତ୍ର ନିରଙ୍କୁଶ ରହିବ । କାମ କରିବା ପାଇଁ ମନରେ ଉତ୍ସାହ ସ୍ତୃଷ୍ଟି ହେବ । କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରି ପରିବେଶକୁ ଗମ୍ଭୀର କରି ଦେଇପାରନ୍ତି । ବ୍ୟବସାୟ ସମ୍ବନ୍ଧିତ ଜରୁରୀ ଫଇସଲା ନେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ। ରାହୁ ଓ ମଙ୍ଗଳଙ୍କ କୁପ୍ରଭାବରୁ ଭୁଲ୍‌ ନିଷ୍ପତ୍ତି ନେଇ ପାରନ୍ତି । ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ । ବାଦ-ବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା: ଧନାଧିପ ଭାଗ୍ୟସ୍ଥାନରେ ବ୍ୟୟାଧିପ ଯୁକ୍ତ କାରଣରୁ ଖର୍ଚ୍ଚାନ୍ତ ହେଲେ ମଧ୍ୟ କାର୍ଯ୍ୟ ହାସଲ ହେବା କଷ୍ଟକର ହୋଇପାରେ । ବ୍ୟବସାୟୀ କୌଣସି ଅନୁଭବୀଙ୍କ ରାୟ ନେଇ ଆଗକୁ ବଢ଼ନ୍ତୁ । ବ୍ୟବସାୟରେ ଆଶା ଅନୁରୂପ ଫଳ ପାଇବେ ଓ ଜମା ରାଶି ବୃଦ୍ଧି ପାଇବ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପାରନ୍ତି । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ଭଲ ସମ୍ପର୍କ ନ ଥିବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ମହିଳାମାନେ ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ନାରାୟଣୀ ।

ତୁଳା: ମଙ୍ଗଳ ଦୃଷ୍ଟ ଶନି ପାରିବାରିକ କ୍ଷେତ୍ରକୁ କିଛି ମାତ୍ରାରେ ପ୍ରଭାବିତ କରିବେ । ବୃହସ୍ପତିଙ୍କ ଶୁକ୍ରଙ୍କ ପ୍ରତି ଦୃଷ୍ଟି ରୋଗ, ଋଣ ଓ ଶତ୍ରୁତା ସମ୍ବନ୍ଧୀୟ ଟେନସ୍‌ନ ସୃଷ୍ଟି କରିପାରେ । ବ୍ୟବସାୟ ଧୀମା ରହିବା । ଠିକାଦାରୀ, ସଡକ, ଗୃହ ନିର୍ମାଣ, ଗୃହୋପକରଣ, ଗୃହ ନିର୍ମାଣ ସାମଗ୍ରୀ ବ୍ୟବସାୟମାନେ ଉପକୃତ ହେବେ । ଆଜିର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ଜିନିଷପତ୍ର ଅଦଳ ଚୋରି ହୋଇ ଯାଇପାରେ । ବନ୍ଧୁମାନଙ୍କ ସାହଯ୍ୟରୁ ଦ୍ରବ୍ୟ ଲାଭ ହେତୁ ଖୁସୀ ହେବେ । ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ । ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଗାୟତ୍ରୀ ।

ବିଛା: ରବି ଯୁକ୍ତ ଶୁକ୍ର ରାଶିକୁ ଅବଲୋକନ କରୁଥିବାରୁ କୌଣସି ମହିଳାଙ୍କ କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ଓ ସାଫଲ୍ୟତା ହାସଲ କରିବେ । ଭାବିଥିବା ସବୁ କାମ ପୂରା ହୋଇଯିବ । କୌଣସି ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି । ବ୍ୟବସାୟରେ ବଡ଼ ସଫଳତା ମିଳିପାରେ । ଚାକିରିଆ କର୍ମଚାରୀମାନେ ଅନେକ ସୁବିଧା ସୁଯୋଗ ପାଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଲେଖାପଢ଼ା, ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଶିକ୍ଷା, ସନ୍ତାନ ଓ ସଭାସମିତିରେ ବନ୍ଧୁଙ୍କ ସହ ଆଲୋଚନା ଜ୍ୟେଷ୍ଠା ନକ୍ଷତ୍ର ପାଇଁ ଫଳପ୍ରଦ ହେବ । ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ଧନୁ: ଆଜିର ଗ୍ରହସ୍ଥିତି ବିଶେଷ ଅନୁକୂଳ ନ ଥିବାରୁ ସତର୍କରେ ନ ଚଳିଲେ କେତେକ ସମ୍ଭାବ୍ୟ ଅସୁବିଧା ଭୋଗ କରିବାକୁ ପଡ଼ିପାରେ । ଆର୍ଥିକ ସ୍ଥିତି ସାମାନ୍ୟ ଦୁର୍ବଳ ରହିବା । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । କୌଣସି କଥାରେ ଅନ୍ୟ ମାନଙ୍କୁ ପୂର୍ଣ୍ଣ ବିଶ୍ୱାସ କରି କାମ କରିବା ଠିକ୍‌ ହେବ ନାହିଁ । ନିଜ ଲୋକମାନେ ଈର୍ଷା ପରାୟଣତା କାରଣରୁ ଦାଉ ସାଧିପାରନ୍ତି । ଅଧିକାଂଶ ସମୟ ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ଉପୁଜି ପାରେ । ବାଦ ବିବାଦ, ଜମି ବାଡି ଓ ଘର ଜାଗାନେଇ ଦ୍ଵନ୍ଦ ଉପୁଜି ପରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ହନୁମାନ ।

ମକର: ଚନ୍ଦ୍ରଙ୍କ ସମେତ ଏକାଧିକ ଗ୍ରହ ଶୁଭ ଫଳଦାୟକ କାରଣରୁ ଆପଣଙ୍କ ଉଦ୍ୟମ ନିଷ୍ଫଳ ହେବନାହିଁ । ବ୍ୟବସାୟରେ ବଡ ମୁନଫା ମିଳିବ । ପରିବାରର ସହଯୋଗ ଓ ସମର୍ଥନ ଆଜିର କାମରେ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ବନ୍ଧୁମାନଙ୍କ ଗହଣରେ ନିଜ ନିଜର ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ରହିବ ନାହିଁ । କିନ୍ତୁ ପିଲାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ ରହିପାରେ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ମହିଳାମାନଙ୍କର ନୂତନ ସମ୍ବନ୍ଧ ସୃଷ୍ଟିହେବ ଓ ଖୁସିର ବାତାବରଣ ସ୍ଥାୟି ରହିବ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

କୁମ୍ଭ: କେତୁ ଯୁକ୍ତ ଶନି କାରଣରୁ ସ୍ବସ୍ଥ୍ୟ ପୂର୍ଣ୍ଣତଃ ଭଲ ନ ଥିଲେ ମଧ୍ୟ ଦିନଚର୍ଯ୍ୟାରେ ତାହା ବିଶେଷ ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ କିନ୍ତୁ ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେଉଥିବାରୁ ଧୈର୍ଯ୍ୟଚ୍ୟୁତି ଘଟିପାରେ । କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥା ଅସାଧାରଣ ପରିସ୍ଥିତି ସୃଷ୍ଟି କରିବ । ସାମ୍ବାଦିକତା, ପ୍ରଶାସନ, ପ୍ରକାଶନ. ବାଣିଜ୍ୟ,ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ପାଇବେ । ଦାମ୍ପତ୍ୟ କଳହ ପାରିବାରିକ ସ୍ତରରେ ସ୍ଵାର୍ଥ ପ୍ରବୃତ୍ତିର ଅଧୀନ ହୋଇ ସମ୍ପର୍କର ମଧୁର ସ୍ଵାଦ ଅନୁଭବ କରିବେ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ବିଭିନ୍ନ ପ୍ରକାରର ସମସ୍ୟା ଭିତରକୁ ଟାଣି ହୋଇ ପାରନ୍ତି । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମହାଲକ୍ଷ୍ମୀ ।

ମୀନ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ବୃହସ୍ପତି ଓ ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କ କାର୍ଯ୍ୟସିଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବେ । ଆଧ୍ୟତ୍ମିକ ଚର୍ଚ୍ଚାରେ ଅଧିକ ସମୟ କଟିବ । ବ୍ୟବସାୟକୁ ନେଇ ମନରେ ନୂଆ ଯୋଜନା ଆସିବ । ଆନୁଷ୍ଠାନିକ କିମ୍ବା ଶୁଭକାର୍ଯ୍ୟ ସମ୍ପାଦନ କରିବେ ଏବଂ ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ, ସହଯୋଗ ମଧ୍ୟ ଅବଶ୍ୟ ମିଳିବ । ଅସାବଧାନତା କିମ୍ବା ଅନ୍ୟମନସ୍କ କାରଣରୁ କୌଣସି ମୂଲ୍ୟବାନ୍‌ ଜିନିଷ ଠିକ୍‌ ସମୟରେ ନ ପାଇ ବ୍ୟତିବ୍ୟସ୍ତ ହୋଇ ପାରନ୍ତି । ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ ଓ ମଧୁରତା ବୃଦ୍ଧି ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ବାବା ଆଖଣ୍ତଳମଣି ।