07 ଜାନୁଆରୀ 2019, ସୋମବାର, ଆଜିର ରାଶିଫଳ, ସମ୍ପୂର୍ଣ୍ଣ 12ଟି ରାଶିର ରାଶିଫଳ

Spread the love

ମେଷ: ସଫଳତାର ନୂଆ ପାହାଚରେ ପାଦ ରଖିବେ । ବ୍ୟବସାୟ କ୍ଷେତ୍ରରେ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କଲେ କ୍ଷତିରେ ପଡିବେ । ଆର୍ଥିକ ସ୍ଥିତି ମଜଭୁତ ହେବ । କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀ ଦେଇଥିବା ପ୍ରତିଶୃତିକୁ ସମସ୍ୟା ଉପୁଜିପାରେ । ପାରିବାରିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବ । ଛାତ୍ରଛାତ୍ରୀମାନଙ୍କର ଉଦ୍ୟମ ବଳରେ ସିଦ୍ଧିପ୍ରାପ୍ତି ହେବ । ଛାତ୍ରଙ୍କୁ କୌଣସି ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ । ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି । ବିଶେଷ କରି ମହିଳାମାନେ ସାବଧାନତା ପୂର୍ବକ ନ ରହିଲେ ବିପଦରେ ପଡିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ: ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ । ଧାର୍ମିକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିପାରନ୍ତି । ଆପଣଙ୍କୁ କିଛି ଶୁଭ ଖବର ମିଳିପାରେ । ବ୍ୟବସାୟରେ ଯଥେଷ୍ଟ ଲାଭବାନ ହେବେ । ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ ପଦୋନ୍ନତି ହେବ । ଅଚାନକ ଧନ ପ୍ରାପ୍ତି ହେବ ଓ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଗୃହ, ଜମି ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ପରିବାର ସହିତ ବୁଲି ଯିବାର ଅବସର ମିଳିବ । ପ୍ରେମ ସଂପର୍କ ନିବିଡ଼ ହେବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଅମ୍ବିକା ।

ମିଥୁନ: ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥି ଦେବ । ବନ୍ଧୁଙ୍କ ମାଧ୍ୟମରେ କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ପୂରା ହେବ । ବ୍ୟବସାୟ କ୍ଷେତ୍ରରେ ବୁଦ୍ଧି ବିବେକ ଖଟାଇ କର୍ତ୍ତବ୍ୟ ପରାୟଣତା ସହ ଚାଲିବା ହିତକର । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ । ମହିଳାମାନେ ସନ୍ତାନଙ୍କ ସହ ହସଖୁସିରେ ଦିନଟି ଅତିବାହିତ କରିବେ । ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହୋଇ ଉନ୍ନତିମୂଳକ ପଦକ୍ଷେପନେବେ । ଛାତ୍ରଙ୍କୁ ସିନିୟରଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ସାମଲେଶ୍ୱରୀ ।

କର୍କଟ: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ । ନିକଟ ସଂପର୍କୀୟଙ୍କ ମାଧ୍ୟମରେ ଫାଇଦା ହେବ । କର୍ମକ୍ଷେତ୍ରରେ ବହୁ ଲୋକଙ୍କର ପ୍ରଶଂସା ପାଇବା ଫଳରେ ଉତ୍ସାହିତ ହେବେ । ସାମାଜିକ କାର୍ଯ୍ୟରେ ସହଯୋଗ କରିବେ । ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ । ରାଜନୀତି କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ମହିଳାମାନେ ଶୁଭ କାମ କରି ପ୍ରଶଂସିତ ହେବେ । ଛାତ୍ରଛାତ୍ରୀମାନେ ସଭାସମିତିରେ ସାହିତ୍ୟ ଚର୍ଚ୍ଚାରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ସିଂହ: ଆଜି ଆପଣଙ୍କର ବାକି ରହିଥିବା ଅଧିକାଂଶ କାମ କାମ ପୂରା ହୋଇଯିବ । କାର୍ଯ୍ୟ କ୍ଷେତ୍ରରେ କାହାରିକୁ ବନ୍ଧୁଭାବେ ଗ୍ରହଣ କରିବେ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ । ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି । ସାମାଜିକ ଆୟୋଜନରେ ସହଯୋଗ କରିବେ। ହେବ । ରାଜନୈତିକ କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଓ ଶତ୍ରୁବଧା ଦୂରେଇ ଯିବ ଓ ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ଅତୁଟ ରହିବ । ମହିଳାମାନେ ସନ୍ତାନ ସନ୍ତତିଙ୍କ ମନୋବାଞ୍ଛା ପୂରଣ କରି ଶାନ୍ତି ପାଇବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ସତ୍ୟନାରାୟଣ ।

କନ୍ୟା: ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ । ସଙ୍ଗୀତକାରମାନେ ସମ୍ମାନିତ ହେବେ । ଚାକିରି ଅନ୍ୱେଷଣରେ ଥିବା ବ୍ୟକ୍ତିଙ୍କର ମନୋକାମନା ପୂରା ହେବ । କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିମାନେ ଦୂରେଇଯିବେ ଓ ସାମାଜିକ ସ୍ତରରେ ସମ୍ମାନଲାଭ କରିବେ । ପରିବହନରେ ବିଶେଷ ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ମହିଳାମାନେ ପରକଥାରେ ପଡି ପରିବାର ଲୋକଙ୍କୁ ଭୁଲ୍ ବୁଝିବେ ଓ ପିଲାମାନଙ୍କ ପାଇଁ ବ୍ୟସ୍ତ ବିବ୍ରତ ହେବେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ତୁଳା: ଆଜି ଆପଣ ହାସ୍ୟକୌତୁକ ମନୋଭାବରେ ରହିବେ । ବନ୍ଧୁଙ୍କ ସହିତ ସମୟ କଟିବ । ଶିକ୍ଷାକ୍ଷେତ୍ରରେ ଊତ୍ସାହ ଏବଂ ସ୍ଵାସ୍ଥ୍ୟରେ ଉନ୍ନତି ଦେଖାଦେବ । ରାଜନୀତି କ୍ଷେତ୍ରରେ ନିଜ କଥା ଓ ବ୍ୟବହାର ନିୟନ୍ତ୍ରଣ ନ କଲେ ଲୋକ ସଂପର୍କରେ ବାଧା ଉପୁଯିବ । ମହିଳାମାନେ ନିଜ କର୍ତ୍ତବ୍ୟରେ ସମ୍ୟକ ଅବହେଳା କରିବେ । କର୍ମକ୍ଷେତ୍ରରେ ମିଥ୍ୟା ଆରୋପ ଓ କଳଙ୍କ ଲାଗିବପାରେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ । ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ଦାମ୍ପତ୍ୟ ସମ୍ପର୍କରେ ମଧୁରତା ଆସିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ନାରାୟଣ ।

ବିଛା: ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଉତ୍ତମ ରହିବ, ପ୍ରତିଟି କ୍ଷେତ୍ରରେ ଆଗକୁ ବଢିବେ । ନିଜ ମନମୁତାବକ ସମସ୍ତ କାମ ଅତି ସହଜରେ କରି ପାରିବେ । ସାମାଜିକ ଓ ରାଜନୀତିକ କ୍ଷେତ୍ରରେ ଆପଣଙ୍କର ଆଧିପତ୍ୟ ବଢ଼ିବ ଓ ମାନସମ୍ମାନ ମଧ୍ୟ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ଶତୃମାନେ ପରାଜିତ ହେବେ । ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ ଓ ଗୃହୋପକାରଣ କ୍ରୟକରିବେ । ଜୀବନ ସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ୱର ।

ଧନୁ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ । କର୍ତ୍ତୃପକ୍ଷ ଆପଣଙ୍କ କାମକୁ ପ୍ରଶଂସା କରିବେ । ବ୍ୟବସାୟରେ ନୂଆ ପ୍ରସ୍ତାବ ଓ ପ୍ରକଳ୍ପ ମିଳିବ । କର୍ମକ୍ଷେତ୍ରରେ ଲାଭବାନ ରହିବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇବେ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ରାଜନୀତିରେ ସଫଳତା ମିଳିବ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । କର୍ମକ୍ଷେତ୍ରରେ କ୍ଷମତା ଓ ଶକ୍ତି ବଳରେ ନିଜର ସମୟ ବିତାଇବେ । ସାଧୁ, ସନ୍ଥ, ବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନହେବ । ମହିଳାମାନେ ପିଲାମାନଙ୍କ କାର୍ଯ୍ୟରେ ଖୁସି ହେବେ । ଜୀବନସାଥୀଙ୍କ ଠାରୁ ଖୁବ୍‌ ସୁନ୍ଦର ଉପହାର ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ । ଅଫିସ ଓ ବ୍ୟାବସାୟିକ କାମରେ ଯାତ୍ରାରେ ଯାଇପାରନ୍ତି । ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଏବଂ ତୀର୍ଥଯାତ୍ରା ମଧ୍ୟ କରିବାକୁ ପଡିବ । ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ଫଳରେ ଆଶାତୀତ ଲାଭ ପାଇବେ । ପିତା ମାତାଙ୍କ ଠାରୁ ସହଯୋଗ ମିଳିବ । ପରିବାର ଓ ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ମହିଳାମାନେ ନୂତନ କର୍ମ ନିଯୁକ୍ତି ପାଇବେ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

କୁମ୍ଭ: ଆଜି ଆପଣ ଟିକେ ସତର୍କ ରହିବାର ଆବଶ୍ୟକତା ରହିଛି । ଅଫିସରେ କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କ ସହିତ ମତଭେଦ ହୋଇପାରେ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଆୟ ଠାରୁ ବ୍ୟୟ ଅଧିକ । ବ୍ୟବସାୟ କ୍ଷେତ୍ରରେ ପୁରୁଣା ଧନଲାଭ ହେବ କିନ୍ତୁ ଯୁକ୍ତିତର୍କ ହୋଇପାରନ୍ତି । ନିଜ ସମ୍ପର୍କୀୟଙ୍କ ଠାରୁ ଶୁଭ ସମ୍ବାଦ ପାଇ ଦୂର ଯାତ୍ରା କରି ପାରିବେ । ରାଜନୀତି କ୍ଷେତ୍ରରେ ଓ ସାମାଜିକ କ୍ଷେତ୍ରରେ ନିଜ କଥାବାର୍ତ୍ତାକୁ ନିୟନ୍ତ୍ରଣ ରଖିନ୍ତୁ ଓ ଆବଶ୍ୟକତା ଠାରୁ ଅଧିକ କୁହନ୍ତୁ ନାହିଁ । ମହିଳାମାନେ ପିଲାମାନ ସଫଳତାରେ ଖୁସିହେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ତାରିଣୀ ।

ମୀନ: ଦିନଟି ବେଶ୍ ଆନନ୍ଦଦାୟକ ରହିବ । ଆୟ ବୃଦ୍ଧିର ସୁଯୋଗ ଆସିବ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟରେ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ଉନ୍ନତି ହେବ । ବାଦ-ବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ନୂତନ କର୍ମ ନିଯୁକ୍ତି ପାଇବେ । ଆପଣଙ୍କ ପ୍ରତିଭାରେ ଅନ୍ୟମାନଙ୍କୁ ପ୍ରେରଣା ମିଳିବ । ରାଜନୀତିରେ କ୍ଷେତ୍ରରେ ଆଗକୁ ବଢିବେ । ନିର୍ମାଣମୂଳକ ଯୋଜନାରେ ଆଗେଇବେ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ । ଦୂରଯାତ୍ରାର ସୁଯୋଗ ପାଇବେ । ମହିଳାଙ୍କୁ ଆଜି ଘର କାମରେ ପତିଙ୍କ ସହଯୋଗ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।