06 ଜୁନ 2019, ଗୁରୁବାର – ମାଆ ଲକ୍ଷ୍ମୀ ଏବଂ କୁବେର ଦେବଙ୍କ କୃପାରୁ ଏହି ୪ଟି ରାଶିର ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ । ମିଳିବ ପ୍ରତିଟି କ୍ଷେତ୍ରରେ ସଫଳତା ।

Spread the love

06 ଜୁନ 2019, ଗୁରୁବାର – ମାଆ ଲକ୍ଷ୍ମୀ ଏବଂ କୁବେର ଦେବଙ୍କ କୃପାରୁ ଏହି ୪ଟି ରାଶିର ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ । ମିଳିବ ପ୍ରତିଟି କ୍ଷେତ୍ରରେ ସଫଳତା ।

ବ୍ୟକ୍ତିର ଜୀବନରେ ରାଶିର ବହୁତ ମହତ୍ତ୍ୱ ରହିଛି, ଜୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଜୋତିଷଙ୍କ ଗଣନା ଅନୁସାରେ ରାଶି ଗୁଡିକ କୁଣ୍ଡଳୀରେ ଶୁଭ ଯୋଗ ଆଜି ସନ୍ଧ୍ୟା ଠାରୁ କୁବେରଙ୍କ ବିଶେଷ କୃପା ରହିବ । ଏହି ରାଶି ଗୁଡିକ ଲାଭବାନ ହୋଇପାରିବେ ।ଏହି ରାଶିର ବ୍ୟକ୍ତି ମାନଙ୍କୁ ଭାଗ୍ୟର ସହଯୋଗ ମିଳିବ । ଏହା ସହ ଏମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ ।

ମେଷ : ଆଜି ପୁନର୍ବସୁ ନକ୍ଷତ୍ରସ୍ଥ ଚନ୍ଦ୍ର କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ସକାଶେ କିଛିଟା ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇପାରେ । ଏହି ରାଶିର ବ୍ୟକ୍ତିଙ୍କ ଉପରେ କୁବେରଙ୍କ ବିଶେଷ ଦୃଷ୍ଟି ରହିବ । ବିଶେଷ କରି ଖର୍ଚ୍ଚ ପରିମାଣ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତରର ସୂଚନାରୁ ସାମୟିକ ଚିନ୍ତିତ ରହିପାରନ୍ତି । ଘର ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ । ଆପଣ କୌଣସି ବିପଦପୂର୍ଣ କାର୍ଯ୍ୟ ହାତକୁ ନେଇପାରନ୍ତି; ଯାହା ଆପଣଙ୍କ ପାଇଁ ଲାଭବାନ ହୋଇପାରିବ । ମିତ୍ରଙ୍କ ସହ ଭଲ ସମୟ ଅତିବାହିତ ହେବ ।ରୋଜଗାରରେ ବୃଦ୍ଧି ହେବ । ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ବୃଷ : ବୃଷ ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ସଫଳତା ମିଳିବ । କିନ୍ତୁ ଆଜିର ଶନି ଓ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ଅଫିସରେ ସହକର୍ମୀଙ୍କ ସହ ମତାନ୍ତର ଘଟିବାର ସମ୍ୟକ ସୂଚନା ରହିଛି । ଶେୟର ମାର୍କେଟ କିମ୍ବା ବ୍ୟବସାୟରେ ପୁଞ୍ଜି ନିବେଶ, ଆପଣଙ୍କୁ ଲାଭ ହେବ । ଜୀବନରେ ଚାଲୁଥିବା ସମସ୍ୟା ଦୂର ହେବ । ପରିବାର ସକାଶେ ଆକସ୍ମିକ ଆବଶ୍ୟକତା କାରଣରୁ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢାଇଦେବ । କେତେକ କାରଣକୁ ନେଇ ଇଚ୍ଛା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ବ୍ୟବସାୟକୁ ନେଇ ହଠାତ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ସମୟ ଭଲ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସନ୍ତୋଷୀ ମାତା ।

ମିଥୁନ : ଆପଣଙ୍କୁ ଧନ ସମ୍ବନ୍ଧୀୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ପାଇଁ ଚେଷ୍ଟା କରନ୍ତୁ, କାରଣ ବୁଧଙ୍କ ସହ ରାହୁ ଓ ମଙ୍ଗଳ ଏକାଧାରରେ ଦୈହିକ ସ୍ଵସ୍ଥ୍ୟ ଓ ମାନସିକ ସ୍ଥିତିକୁ ବିଗାଡି ଦେଇପାରନ୍ତି । ଶୀଘ୍ରତାର ସହକାରେ କୌଣସି ମହତ୍ୱପୂର୍ଣ କାର୍ଯ୍ୟ କରନ୍ତୁ ନାହିଁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ କରିବା ପାଇଁ ପଡି ପାରେ । ଋଣ ପରିଶୋଧ କରିବା ସକାଶେ ବିଭିନ୍ନ ପ୍ରକାର ଧନ୍ଦା କରିବା ଲାଗି ମନ ବଳାଇବେ ଓ ନିଜର ଆମଦାନୀ ବଢାଇବା ପାଇଁ ଚେଷ୍ଟା କରି ପାରନ୍ତି । କର୍ମକ୍ଷେତ୍ରରେ ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜି ପାରନ୍ତି । ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

କର୍କଟ : ଆପଣଙ୍କ ଆଗାମୀ ସମୟ ମିଶ୍ରଫଳ ପ୍ରଦାନ କରିବ । ଅନୁକୂଳ ଗ୍ରହ ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯାଇ ନିୟନ୍ତ୍ରଣ ମଧ୍ୟରେ ରହିବ । ଆପଣଙ୍କ ଆମଦାନୀରେ ବୃଦ୍ଧି ହୋଇପାରେ । ସଫଳତା ପାଇବା ପାଇଁ ଆପଣ ବହୁ ଚେଷ୍ଟା କରି ପାରନ୍ତି । ପରିବାରର କେତେକ ବ୍ୟତିକ୍ରମ କଥା ଓ ଆର୍ଥିକ ସମସ୍ୟାକୁ ବୁଝାମଣା ଭିତିରେ ସୁଧାରି ନେବେ । କଳା, ସାହିତ୍ୟ, ସଙ୍ଗୀତ ତଥା ଚଳଚ୍ଚିତ୍ର, ସାମ୍ବାଦିକତା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ । ଜୀବନସାଥୀଙ୍କ ସହ ମନାନ୍ତର ହୋଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ଶ୍ରୀକୃଷ୍ଣ ।

ସିଂହ : ଭାଗ୍ୟ ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ ହେବ । ନିଜ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଚିନ୍ତା କରିପାରନ୍ତି । ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ରହିବେ । ସମାଜରେ ମାନସମ୍ମାନ ବୃଦ୍ଧି ହେବ । ଆତ୍ମୀୟମାନଙ୍କ ସକାଶେ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ । ଖରାପ ଖାଦ୍ୟପେୟ ଯୋଗୁଁ ପେଟ ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ । ପରିବାରରେ ପିଲାମାନଙ୍କ ଇଚ୍ଛା ଓ ଅଭିଳାଷକୁ କେନ୍ଦ୍ରକରି ସରଗରମ ଆଲୋଚନା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

କନ୍ୟା : ଭାଗ୍ୟ ଓ କର୍ମସ୍ଥାନ ଏକାଧିକ ଗ୍ରହମାନଙ୍କ ପ୍ରଭାବ ଯୁକ୍ତ ହେତୁ ଆପଣଙ୍କ ଆଶା ପୂରଣ ଅବଶ୍ୟ ହୋଇପାରିବ । ଆଗାମୀ ସମୟ ଆପଣଙ୍କ ପାଇଁ ଲାଭବାନ ହେବ । ଆମଦାନୀରେ ଲାଭ ହେବ, ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ହେବ । କର୍ମକ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିବା ଫଳରେ ସହକର୍ମୀମାନଙ୍କ ଅପ୍ରିୟଭାଜନ ହୋଇପାରନ୍ତି । କୋର୍ଟ କଚେରୀ କ୍ଷେତ୍ରରେ ସଫଳତା ମିଳିବ, ରଚନାତ୍ମକ କ୍ଷେତ୍ରରେ ସମ୍ମାନ ମିଳିବ । ଗୃହ ସଜ୍ଜା, ଗାଡି ମରାମତି, ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ତୁଳା : ସମାଗମ ସ୍ଥିତିରେ ଚନ୍ଦ୍ର ଯୋଗୁ ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ ଦୃଷ୍ଟିକୋଣ ବଦଳି ଯାଇପାରେ । ଆର୍ଥିକ ସ୍ଥିତି ପ୍ରତି ଧ୍ୟାନ ଦେବା ଉଚିତ୍ । ଖର୍ଚ୍ଚରେ ବୃଦ୍ଧି ହୋଇପାରେ ଯାହାଫଳରେ ଆର୍ଥିକ ସମସ୍ୟା ଦେଖାଯାଇପାରେ । କୌଣସି ବଡ଼ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିପାରନ୍ତି । ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିବା ପରି ଆଶଙ୍କା ଦେଖାଦେବ । କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନଚେତ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ବ୍ୟବସାୟ କ୍ଷେତ୍ରରେ ସମୟ ଠିକ ରହିବ । ଘର ପାଇଁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ବାବା ଲୋକନାଥ ।

ବିଛା : ଶନି ଓ ରାହୁଙ୍କ ଦ୍ୱାରା କବଳିତ ଚନ୍ଦ୍ର ଯୋଗୁ ଅତୀତର କୌଣସି ଘଟଣାକୁ କେନ୍ଦ୍ର କରି ମନଟା ଗୋଳେଇଘାଣ୍ଟି ଲାଗିବ । କିନ୍ତୁ ଆପଣ ସ୍ଥଗିତ ଥିବା କାର୍ଯ୍ୟକୁ ସଠିକ ଭାବରେ ପୂର୍ଣ୍ଣ କରିବେ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବା । ଅଫିସ୍‌ କାମର ଜଞ୍ଜାଳ ମଧ୍ୟ ବଢିପାରେ । ଅନ୍ୟ ମାନଙ୍କ କଥାରେ ଭାସି ନ ଯାଇ ଲୋକକୁ ପରଖି ଯାହା କରିବା କଥା କରନ୍ତୁ । କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ପ୍ରତିବନ୍ଧକ ଓ ସମସ୍ୟା ଦୂରେଇ ଯିବ । ପ୍ରେମ ସମ୍ପର୍କ ଠିକ ରହିବ । ପରିବାରରେ ଖର୍ଚ୍ଚ ବଢ଼ିପାରେ । ବାହାନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ପିଲାଙ୍କୁ ନେଇ ସମସ୍ୟା ଉପୁଜି ପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ହନୁମାନ ।

ଧନୁ : ଆପଣଙ୍କ ରାଶିରେ ସପ୍ତମ ସ୍ଥାନ ପ୍ରଭାବଶାଳୀ ଯୋଗୁ ଆଜିର ଯାତ୍ରା,ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା ଆପଣଙ୍କ ସକାଶେ ବିଶେଷ ଅନୁକୂଳ ରହି ନ ପାରେ । ଆପଣଙ୍କୁ ଶତ୍ରୁ ମାନଙ୍କ ଠାରୁ ଦୁରେଇ ରହିବା ଉଚିତ୍ । କୌଣସି ସ୍ଥାନରେ ନିବେଶ କରିବା ପାଇଁ ଚାହିଁଲେ ପରାମର୍ଶ ନେଇ ନିବେଶ କରନ୍ତୁ । ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରୁ ସମସ୍ୟା ଓ ପ୍ରତିବନ୍ଧକ ଦୂର ହୋଇଯିବ । ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି । ଭାଗ୍ୟ ପରିବର୍ତ୍ତେ ନିଜ ପରିଶ୍ରମ ଉପରେ ବିଶ୍ୱାସ ରଖନ୍ତୁ । ଚେଷ୍ଟା କରି ସ୍ଥଗିତ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

ମକର : ପ୍ରତିକୂଳ ଗ୍ରହଙ୍କ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ର ଓ କାର୍ଯ୍ୟ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ରହିବ । ଆଗାମୀ ସମୟରେ ମିଶ୍ରିତ ଫଳ ମିଳିବ । ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇପାରନ୍ତି । ଶିକ୍ଷା, ଆନୁଷ୍ଠାନିକ କାମ, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ । ପରିବାର ସହ ରେ ସମୟ ଅତିବାହିତ କରିବେ । ଛାତ୍ରଛାତ୍ରୀ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଆଶାନୁରୂପକ ସଫଳତା ପାଇବେ । ଧନ ଖର୍ଚ୍ଚ ହୋଇପାରେ । ତେଣୁ ଭାବି ବିଚାରି ଖର୍ଚ୍ଚ କରନ୍ତୁ । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଅସନ୍ତୁଷ୍ଟ ହୋଇପାରନ୍ତି । ଜୀବନସାଥୀଙ୍କ ପୁରା ସମର୍ଥନ ଓ ସହଯୋଗ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କୁମ୍ଭ : ବିଭିନ୍ନ ପ୍ରତିବନ୍ଧକ ଓ ପରୋକ୍ଷ ଶତ୍ରୁତା ରହିଥିଲେ ମଧ୍ୟ ଆପଣଙ୍କ କାମ ପାଇଁ ତାହାର କୌଣସି କୁପ୍ରଭାବ ରହିବ ନାହିଁ । କିନ୍ତୁ କୌଣସି ବ୍ୟକ୍ତିଙ୍କ ସହ ମନାନ୍ତର ହୋଇପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇପରେ । ବାହାନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । କର୍ମକ୍ଷେତ୍ରରେ ସମସ୍ୟା ଦେଖା ଯାଇପାରେ ଯାହାଫଳରେ ଚିନ୍ତିତ ହୋଇପାରନ୍ତି । ବିନା ଖର୍ଚ୍ଚରେ କିମ୍ବା ସରଳ ଓ ସହଜରେ କୌଣସି କାମ ହାସଲ କରିବା ଆଜି ଦୁରୂହ ହୋଇପାରେ । କୋର୍ଟ କଚେରୀ ମାମଲାରୁ ଦୁରେଇ ରୁହନ୍ତୁ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମଙ୍ଗଳା ।

ମୀନ : କର୍ମକ୍ଷେତ୍ର ପ୍ରତି ଗ୍ରହଦୃଷ୍ଟି ପ୍ରଭାବ, ଅସଜଡ଼ା ସ୍ଥିତିକୁ ସଜାଡି ନେବାରେ ସାହାଯ୍ୟ କରିବ । ମାଆ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଚମକିବ । କୌଣସି ବଡ଼ ସମସ୍ୟାର ସମାଧାନ ହେବ । ଶିକ୍ଷା, ଅଧ୍ୟୟନ, ଅଧ୍ୟାପନା, ଆଲୋଚନା ପାଇଁ ପ୍ରକୃଷ୍ଟ ଦିନଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ । ଧନ ଉପାର୍ଜନର ଯୋଜନା ଗୁଡିକ ସଫଳ ହେବ । ମିତ୍ରଙ୍କ ସହଯୋଗ ମିଳିବ । ଯାତ୍ରା, ବ୍ୟବସାୟ, ମାଲି ମକଦ୍ଦମା, ସଙ୍ଗଠନ, ଲେଖାପଢ଼ାରେ ସମସ୍ୟା ସମାଧାନ ହୋଇଯିବ । ସମାଜରେ ମାନସମ୍ମାନ ବଜାୟ ରହିବ । କୌଣସି ନୂତନଭାବେ କାମଟିଏ ଆରମ୍ଭ କରିବା ସକାଶେ ମନ ବଳାଇପାରନ୍ତି । ଘରୋଇ ଜୀବନ ସୁଖପୁର୍ଣ ରହିବ, ଜୀବନସାଥୀଙ୍କ ପୂର୍ଣ ସହଯୋଗ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ସମଲେଶ୍ବରୀ ।