୦୪ ଜୁନ ୨୦୧୯, ମଙ୍ଗଳବାର – ଗ୍ରହ ନକ୍ଷେତ୍ରର ସ୍ଥିତରେ ପରିବର୍ତ୍ତନ ଯୋଗୁଁ ଏହି ୯ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି ସମସ୍ତ ଧନ ସମ୍ବନ୍ଧୀୟ କ୍ଷେତ୍ରରେ ପୂର୍ଣ୍ଣ ସଫଳତା ମିଳିବ

Spread the love

୦୪ ଜୁନ ୨୦୧୯, ମଙ୍ଗଳବାର – ଗ୍ରହ ନକ୍ଷେତ୍ରର ସ୍ଥିତରେ ପରିବର୍ତ୍ତନ ଯୋଗୁଁ ଏହି ୯ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି ସମସ୍ତ ଧନ ସମ୍ବନ୍ଧୀୟ କ୍ଷେତ୍ରରେ ପୂର୍ଣ୍ଣ ସଫଳତା ମିଳିବ …

ପ୍ରତ୍ୟେକ ମନୁଷ୍ୟ ପାଇଁ ରାଶିଫଳର ମହତ୍ୱ ରହିଛି । ଆଜି ଆମେ ଆପଣଙ୍କୁ ମଙ୍ଗଳବାର ଦିନର ରାଶିଫଳ ବିସ୍ତୃତ ଭାବରେ କହିବା ପାଇଁ ଯାଉଛୁ । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ: ଦିନଟି ଆପଣଙ୍କ ପାଇଁ ବେସ୍ ରୋମାଞ୍ଚକର ଓ ଉତ୍ସାହ ପୂର୍ଣ୍ଣ ରହିବା । ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ଫାଇବା କଷ୍ଟକର ହୋଇପାରେ କିନ୍ତୁ ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ । ଆର୍ଥିକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଆଗ୍ରହ ବଢିବ । ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ । ରାଜନୀତିରେ ଲୋକ ସମର୍ଥନ ଅବ୍ୟାହତ ରହିବା ଯୋଗୁ ଆଗେଇ ଯିବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ଵର ।

ବୃଷ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ସମାଧାନ ପୂର୍ବକ କାମ ହାସଲ କରିବାରେ ସମର୍ଥ ହେବେ । ବ୍ୟବସାୟୀମାନଙ୍କ ଆର୍ଥିକସ୍ଥିତି ସୁଧାର ଆସିବା କିନ୍ତୁ ଗୁରୁତ୍ୱପୂର୍ଣ୍ଣ କାମଟିକୁ କରିନପାରି ଦୁଃଖ ଅନୁଭବ କରିପାରନ୍ତି । ପରିବହନରେ ଝଗଡାର ସମ୍ଭାବନା ରହିଛି । ଅଫିସରେ ଆପଣଙ୍କ କଥାକୁ କର୍ତ୍ତୃପକ୍ଷ ଗୁରୁତ୍ବ ଦେବେ । ଆଇନ, ଅଦାଲତ ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ । ନିର୍ମାଣାଧୀନ କାମ ଅଟକି ରହିଯିବା ଯୋଗୁ ସାମାନ୍ୟ ଚିନ୍ତିତ ରହିବେ । ବୈବାହିକ ଜୀବନ ଖୁସିଭରା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ମିଥୁନ: ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ସମ୍ପୂର୍ଣ୍ଣ ହେବା ଯୋଗୁଁ ମନ ଶାନ୍ତ ରହିବ । ପ୍ରତ୍ୟୁଷ ଯାତ୍ରା ଲକ୍ଷ୍ୟ ହାସଲ ଦିଗରେ ଅନୁକୂଳତା ପ୍ରଦାନ କରିବ । କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କର ସୌଜନ୍ୟରୁ ହୋଇଯିବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବେ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ବୁଦ୍ଧିମତା କାରଣରୁ ଆର୍ଥିକସ୍ଥିତି ସୁଧୁରିବ ଓ ଅବସ୍ଥା ବଦଳିଯିବ । କଚେରୀ ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି । ମହିଳାମାନେ ମନପସନ୍ଦ ଜିନିଷପାଇ ଖୁସି ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

କର୍କଟ: ଦିନଟି ଆପଣଙ୍କ ପାଇଁ ମାଧ୍ୟମ ଫଳ ପ୍ରଦାନ କରିବ । କର୍ମକ୍ଷେତ୍ରରେ ଜଣେ ବିଶ୍ୱସ୍ତ ଲୋକ ଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡିପାରେ । କାମକୁ ନେଇ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି । ସାମାଜିକ କାର୍ଯ୍ୟରେ ସଫଳ ସିଦ୍ଧହେବେ । ଦୀର୍ଘଦିନରୁ ଅଟଳି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇ ପାରନ୍ତି । ଧାତୁ, ଅଳଙ୍କାର, ଗୃହୋପକରଣ କିମ୍ବା ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବାକୁ ମନସ୍ଥ କରିବେ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ବିଶେଷ ଶୁଭଙ୍କରୀ ନୁହେଁ । ମହିଳାମାନଙ୍କର କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀ ଗଣେଶ ।

ସିଂହ: ଦିନଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବା । ଆପଣଙ୍କ ଉନ୍ନତିର ନୂଆ ରାସ୍ତା ଖୋଲିବ । ପରିବାରର ଆର୍ଥିକ ଅନଟନ କାରଣରୁ କେତେକ ସ୍ଥଗିତ କାମ କରିବାରେ ଅସମର୍ଥ ହୋଇ ଚିନ୍ତିତ ରହିପାରନ୍ତି । ଶିଳ୍ପ, ବ୍ୟବସାୟ, ନିର୍ମାଣ,ଗୃହ ଜମି.ପରିବହନ ପ୍ରଭୃତିରୁ ଖୁସୀ ରହିବେ । ଅଫିସରେ କାହାକୁ କିଛି ନକହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ । ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । ମାଲିମୋକଦ୍ଦମା, ଖେଳ, ନୃତ୍ୟ ଗୀତ ପ୍ରତିଯୋଗିତାରେ ସଫଳ ହେବେ । ସଭା ସମିତିରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କନ୍ୟା: ପ୍ରଭୁଙ୍କ ଧୢାନରେ ମନକୁ ଶାନ୍ତି ମିଳିବ । ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ଲେଖାପଢ଼ା, ପ୍ରକାଶନ, ପ୍ରଶାସନ, ମାଲି ମକଦ୍ଦମା ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ । ବନ୍ଧୁଙ୍କ ଆଶ୍ୱାସନା ଲାଭ କରି ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ଦୁଃଚିନ୍ତା ଦୂର ହେବ । କାରବାରରେ ସଫଳତା ମିଳିବ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବ । ପାରିବାରିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡି ପ୍ରତ୍ୟେକ ଅନ୍ୟମାନଙ୍କର କଥାକୁ ଠିକ୍‌ ଭାବେ ବୁଝି ପାରିବେନି । ମହିଳାମାନେ ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ପ୍ରଯତ୍ନ କରିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ହର ପାର୍ବତୀ ।

ତୁଳା: ଆପଣଙ୍କ ମିଷ୍ଟ ବ୍ୟବହାର ଆପଣଙ୍କୁ ଯଥେଷ୍ଟ ଲାଭ ଆଣିଦେବ । ଆଜି ମନର ଭାବନାକୁ ମନରେ ରଖି ଅନ୍ୟମାନଙ୍କର ନିକଟତର ହେବାକୁ ଚେଷ୍ଟା କରିବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । କୈାଣସି ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସୀ ହୋଇ ପାରନ୍ତି । ଅଫିସରେ ଭୁଲ୍‌ ଖବର ପାଇ କିମ୍ବା ଉପରିସ୍ଥଙ୍କ କାମର ଚାପରେ ସାମୟିକ ବିବ୍ରତ ହୋଇପାରନ୍ତି । ପାରିବାରିକ ଜୀବନ ଆନନ୍ଦମୟ ହେବ । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଭଦ୍ରକାଳୀ ।

ବିଛା: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ । ଲକ୍ଷ୍ୟ ହାସଲ ପରିପ୍ରେକ୍ଷୀରେ ମିଠା କଥା କହି ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । କାରବାରରୁ ଆଶାଠୁଁ ଅଧିକ ଲାଭ ପାଇବେ । ଅନ୍ୟମାନଙ୍କ ଉପରେ ପୂର୍ଣ୍ଣ ଭରଷାକରି ନୀରବରେ ବସି ରହିଲେ ସମସ୍ୟା ଭିତରେ ଛନ୍ଦି ହେବାକୁ ପଡିପାରେ । ପରିବାରରେ ଅଶାନ୍ତି ଦୂରେଇ ଯାଇ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ସାମ୍ବାଦିକତା, ଚୁକ୍ତିପତ୍ର, ସଭାସମିତି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳତା ହାସଲ କରିବେ । କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ମହିଳାମାନଙ୍କର ମନୋକାମନା ପୂରଣ ହେବ ଓ ଆତ୍ମ ବିଶ୍ୱାସ ବୃଦ୍ଧି ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ଧନୁ: ସମସ୍ୟା ଓ ପ୍ରତିବନ୍ଧକ କାରଣରୁ ବିଭିନ୍ନ ପ୍ରକାରର ନକାରାମତ୍କ ଚିନ୍ତାଧାରା ମନକୁ ବ୍ୟତିବ୍ୟସ୍ତ କରାଇପାରେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । କାରବାର ବିସ୍ତାର ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ । ସଭା ସମିତିରେ କିମ୍ବା ଆନୁଷ୍ଠାନିକ କାମରେ ସୁଯୋଗ ପାଇଲେ ମଧ୍ୟ ସଦବ୍ୟବହାର କରିବା କାଠିକର ପାଠ ହେବ । ଦୂରଯାତ୍ରାର ସୁଯୋଗ ମିଳିବ ଓ ଦୂରଯାତ୍ରାରେ ସଫଳ ହେବେ । ଆଲୋଚନା, ଚୁକ୍ତିପତ୍ର ପ୍ରଭୃତି ତରବରିଆ ଭାବେ କରିବା ଠିକ୍‌ ହେବ ନାହିଁ । ମହିଳାମାନଙ୍କର ସମସ୍ତ ଚେଷ୍ଟା ସଫଳ ହେବା ଫଳରେ ଶାନ୍ତିପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ଦୀର୍ଘଦିନରୁ ଅଟକି ରହିଥିବା ଅମୀମାଂସୀତ ସମସ୍ୟାଟି ଆକସ୍ମିକ ଭାବରେ ଆଜି ସମାଧାନ ହୋଇଯିବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ଆପଣଙ୍କ ବ୍ୟବହାର ବହୁତ ମଧୁର ରହିବ । ବନ୍ଧୁମାନଙ୍କ ପରାମର୍ଶରେ କର୍ମ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଆର୍ଥିକସ୍ଥିତି ଭଲ ରହିବ । ରାଜନୈତିକ କ୍ଷେତ୍ରରେ ସ୍ଥିରତା ଦେଖାଦେବା ସହ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ କଟିବ । ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସି ହେବେ । ପାରିବାରିକ କ୍ଷେତ୍ରରେ କୈାଣସି ଆଳ ଦେଖାଇ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି । ପୁରାତନ ରୋଗ ପୀଡ଼ାରୁ ଉପସମ ପାଇବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ଶ୍ରୀକୃଷ୍ଣ ।

କୁମ୍ଭ: ଭଗବାନଙ୍କ ଉପରେ ବିଶ୍ବାସ ରଖନ୍ତୁ; ସର୍ବ କାର୍ଯ୍ୟରେ ସିଦ୍ଧି ହେବେ । ଆପଣଙ୍କ ସ୍ନେହର ଆଭା ଅନ୍ୟକୁ ପ୍ରଭାବିତ କରିବ । କର୍ମକ୍ଷେତ୍ରରେ ହଠାତ୍‌ କୌଣସି ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ । ଅଫିସରେ କିମ୍ବା ପରିବାରରେ ସୁସମ୍ପର୍କ ବୃଦ୍ଧି ପାଇବ । କଚେରି ମାମଲାରେ ସମସ୍ୟା ସମାଧାନ ହୋଇଯିବ । ରାଜନୈତିକ କ୍ଷେତ୍ରରେ ସଭାସମିତି ଓ ସମାଜିକ କାର୍ଯ୍ୟରେ ଯୋଗ ଦେଇ ସାହାଯ୍ୟ ପାଇବେ । ସ୍ୱାଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ପାଇବା ଅନ୍ୟମାନେ ଦୋଷ ଖୋଜିବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ମହିଳାମାନେ ଆତ୍ମୀୟମାନଙ୍କ ସମ୍ମୁଖରେ ମୁଣ୍ଡ ନୂଆଁଇବେ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ମାଆ ବିରଜା ।

ମୀନ: କାରବାରରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ ଓ ସଫଳ ହେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ଜମିଜମା କ୍ଷେତ୍ରରୁ ସଫଳତା ହାସଲ କରିବେ । କର୍ମକ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ହୋଇ କାମଗୁଡ଼ିକ ସହଜରେ ହୋଇଯିବ ଓ ପ୍ରଶଂସିତ ହେବେ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ । ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି । ସକାଳୁ ସକାଳୁ ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଧାତୁ, ଅଳଙ୍କାର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।