04 ଜାନୁଆରୀ 2019, ଶୁକ୍ରବାର, ଆଜିର ରାଶିଫଳ, ସମ୍ପୂର୍ଣ୍ଣ 12ଟି ରାଶିର ରାଶିଫଳ

Spread the love

ମେଷ :- ଆପଣ ପୂରାଦିନ ଆନନ୍ଦ ଉଲ୍ଲାସରେ କାଟିବା । ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ବ୍ୟବସାୟରେ ସଫଳତା, ଆର୍ଥିକ ଉନ୍ନତିରେ ବୃଦ୍ଧି ଓ ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ । ପିତାଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ । ମହିଳା ମାନେ କର୍ମକ୍ଷେତ୍ରରେ ଉନ୍ନତି କରିବେ । ପ୍ରେମ କ୍ଷେତ୍ରରେ ପ୍ରେମିକ ଓ ପ୍ରେମିକାମାନେ ସଫଳତା ଲାଭ କରିବେ । ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଘରୋଇ କର୍ମଚାରୀମାନେ ଦ୍ରୁତଗତିରେ କାର୍ଯ୍ୟ କରି ଆୟ ଅଧିକ ହେବେକୁ ଚେଷ୍ଟା କରିବେ । ରାଜନୈତିକ ମହତ୍ତ୍ବାକା˚କ୍ଷା ପୂରା ହେବ । ସ˚ପର୍କୀୟଙ୍କ ଠାରୁ ଶୁଭ ଖବର ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବୃଷ :– ଚାକିରୀରେ କ୍ଷେତ୍ରରେ ବାଦବିବାଦ ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରିୟଜନ ବନ୍ଧୁଙ୍କ ଦ୍ୱାରା ଅପମାନ ହୋଇପାରନ୍ତି । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ପ୍ରଶଂସା ପାଇବେ । ବ୍ୟବସାୟରେ ଉପଯୁକ୍ତ ପାରିଶ୍ରମିକ ପାଇପାରିବେ ନାହିଁ । ଆୟ ଠାରୁ ବ୍ୟୟ ଅଧିକ ହେବ । ବ୍ୟୟ ବୃଦ୍ଧି ହେତୁ ଧନ ଆଶା କରିବା ନିରର୍ଥକ ହେବ । ମହିଳାମାନେ ପରୋପକାର କରି ପ୍ରଶଂସା ପାଇବେ । ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ । ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଦୁର୍ଗା ।

ମିଥୁନ :- ଭବିଷ୍ୟତ ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ ଓ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ବାଦ-ବିବାଦ, ପ୍ରତିଯୋଗୀତା, ପରୀକ୍ଷାରେ କୃତକାର୍ଯ୍ୟ ହେବେ ଓ ମାଲିମୋକଦ୍ଦମାର ସମାଧାନ ହେବ । ଚାକିରୀକ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବେ । ପାରିବାରିକ ଶତୃମାନେ ଦୂରେଇ ଯିବେ । ବ୍ୟବସାୟରେ ଅଧିକ ଲାଭବାନ ହେବ । ଆକସ୍ମିକ ଧନ ପ୍ରାପ୍ତି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କର୍କଟ: ଆତ୍ମବିଶ୍ୱାସର ସହିତ କାମ କରନ୍ତୁ; ସଫଳତା ନିଶ୍ଚୟ ମିଳିବ । ଆର୍ଥିକସ୍ଥିତି ମଜଭୁତ ହେବ । ରାଜନୀତି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ମହିଳାମାନେ ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ । ବ୍ୟବସାୟରେ ସାମାନ୍ୟ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇବେ । ଜୀବନସାଥୀଙ୍କ ସହିତ ପାହାଡ଼ିଆ ଅଞ୍ଚଳକୁ ବୁଲି ଯିବାର ଯୋଜନା କରିପାରନ୍ତି । ପ୍ରେମିକ ପ୍ରେମିକାମାନଙ୍କର ମନ ପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧି ହେବ । କୃଷିକର୍ମରେ ପରିଶ୍ରମ ଫଳରେ ଆଶାନୁରୂପ ଲାଭ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ସି˚ହ :- ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ । ମନରେ ସକାରାତ୍ମକ ବିଚାର ଆସିବ । ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇବାରେ ସଫଳ ହେବେ । ମହିଳାମାମାନେ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବା ସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ କରିବେ, ସମସ୍ତ ସମସ୍ୟା ଦୂର ହେବ, ଆର୍ଥିକ ସଙ୍କଟ ଦୂର ହେବ ଓ ଉଚ୍ଚ ଆଶାରେ ଆଗେଇବେ । ଧନପ୍ରାପ୍ତିର ସୁଯୋଗ ଥିଲେ ମଧ୍ୟ ବ୍ୟୟ ଅଧିକ ହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶରୀରପୀଡ଼ା କଷ୍ଟକର ହେବ । ଶୁଭରଙ୍ଗ: ଧୂସର । ଆରାଧନା: ହର ପାର୍ବତୀ ।

କନ୍ୟା :- ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ଆପଣଙ୍କ ସ୍ଥଗିତ ଥିବା କାମରେ ଅନ୍ୟ କେହି ସାହାଯ୍ୟ କରିବେ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସହ ଆୟ ବଢିବ । ମହିଳାମାନଙ୍କର କର୍ମକ୍ଷେତ୍ରରେ ପଦୋନ୍ନତି, ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ । କୃଷିଜୀବିମାନେ ଶାରୀରିକ କଷ୍ଟ ସ୍ଵତ୍ତ୍ୱେ ମଧ୍ୟ ଭଲ ଫଳ ପାଇବେ । ଚାକିରୀକ୍ଷେତ୍ରରେ ନିଜକୁ ଜଗିରଖି କାମ କରନ୍ତୁ । ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ମହିଳାମାନେ ପରିବାର ମଧ୍ୟରେ ସନ୍ତାନ ସ୍ନେହରେ ଛନ୍ଦି ହୋଇରହିବେ । ଶୁଭରଙ୍ଗ: ଫିକା ଲାଲ । ଆରାଧନା : ମାଆ ଅମ୍ବିକା ।

ତୁଳା :- ଦିନଟି ଆପଣଙ୍କ ଲାଗି ବେଶ୍ ଆନନ୍ଦଦାୟକ ରହିବ । ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହିଛି । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ମାନସିକ ଦୁଶ୍ଚିନ୍ତା, ଶତ୍ରୁବଧା ଦୂରେଇ ଯିବ । ବନ୍ଧୁବାନ୍ଧବଙ୍କ ମଧ୍ୟରେ କଳହ ଓ ମନାନ୍ତର ଦୂରେଇ ଯିବ । ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ । ନୂତନ କାର୍ଯ୍ୟଆରମ୍ଭ କରିପାରିବେ । ସାମାଜିକ କାର୍ଯ୍ୟରେ ରୁଚି ରଖିପାରନ୍ତି । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ବ୍ୟବସାୟରେ ଦୃଢ଼ ପ୍ରତିଜ୍ଞାରେ ଆବଦ୍ଧ ରହି କେତେକ ସ୍ଥଳରେ ଲାଭବାନ ହେବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଭଦ୍ରକାଳୀ ।

ବିଛା :- କାରବାର ବିସ୍ତାର ଲାଗି ଯୋଜନା ପ୍ରସ୍ତୁତ କରିବେ । ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ । ଅଫିସ୍‌ରେ କୌଣସି କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ କିନ୍ତୁ ସହକର୍ମୀମାନଙ୍କ ସହ ଶତ୍ରୁତା ବଢିବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ଦୈବ ଦୁର୍ଘଟଣା ଯୋଗେ କ୍ଷତି ହୋଇପାରେ, ତେଣୁ ଜଗିରହି କାମ କରିବେ । ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ପାରିବାରିକ କ୍ଷେତ୍ରରେ ଦିନଟି ବେଶ୍ ଆନନ୍ଦ ଉଲ୍ଲାସ ରହିବ । ଛାତ୍ରଛାତ୍ରୀମାନେ ସାଙ୍ଗମେଳ ହୋଇ ମୌଜ ମଜଲିଶ୍ ରେ ବ୍ୟସ୍ତ ରହିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଭୈରବୀ ।

ଧନୁ :- କ୍ୟାରିୟର‌େର ସୁଧାର ପାଇଁ ଆଜି ଦିନ ଅତି ଉତ୍ତମ ଅଟେ । ଉତ୍ସାହର ସହିତ ସବୁ କାମ କରିବେ । ଛାତ୍ରଛାତ୍ରୀମାନେ ଆମୋଦ ପ୍ରମୋଦ ମନୋରଞ୍ଜନ କାର୍ଯ୍ୟରେ ମାତି ଅନ୍ୟ ମନସ୍କ ରହିବେ । କେତେକ କାର୍ଯ୍ୟରେ ବିକ୍ରମଶାଳୀ ହେଲେ ମଧ୍ୟ ନିଜର ମର୍ଯ୍ୟାଦାକୁ ଜଗି ରଖି ଚଳିବେ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇ ପ୍ରଶଂସିତ ହେବେ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ଓ ସନ୍ତୋଷ ଜନକ ହେବ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହେବ ଓ ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଦୁର୍ଗା ।

ମକର :- ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । କ୍ୟାରିୟର ମାମଲାରେ ସଠିକ୍‌ ବିଚାର କରିପାରନ୍ତି । ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ । ବ୍ୟବସାୟ‌େର ଶୀଘ୍ର ଫଇସଲାରୁ ଲାଭ ମିଳିବ । ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ । ପାରିବାରିକ କ୍ଷେତ୍ରରେ ଦାମ୍ପତ୍ୟ କଳହକୁ ନିଜର ବୁଦ୍ଧି, ବିବେକ ଖଟାଇ ସମାଧାନ କରିପାରିବେ । ମହିଳାମାମାନେ ବ୍ୟବସାୟ ବୃଦ୍ଧି ଯୋଜନାରେ ହାତ ବଢ଼ାଇବେ ଓ ନିଜ ସନ୍ତାନଙ୍କ କାର୍ଯ୍ୟକଳାପରେ ଖୁସି ହେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ :- ଦିନଟି ବ୍ୟସ୍ତତାରେ କଟିବ । କୌଣସି ମାମଲାରେ ନିଷ୍ପତି ନେବା‌ରେ ଅସୁବିଧା ହୋଇପାରେ । ଅଫିସ୍‌ରେ ଉଚ୍ଚଅଧିକାରୀଙ୍କ ସହଯୋଗ ପାଇବେ ଓ ସମ୍ମାନ ମଧ୍ୟ ପାଇବେ । ବୈବାହିକ ଜୀବନ ପାଇଁ ଦିନଟି ଭାରି ଭଲ ରହିବ । ଯେଉଁ କାର୍ଯ୍ୟରେ ହାତ ଦେବେ ସବୁଥିରେ ଲାଭବାନ ହେବେ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ସତର୍କତାର ସହ ରୁହନ୍ତୁ- ମାନସିକ ବିଷାଦ ଓ ଭୟ ଆଶଙ୍କା ଗ୍ରସ୍ତ ହୋଇପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ତୀ ।

ମୀନ :- ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ । ଜରୁରୀ କାମ ମିତ୍ରଙ୍କ ସହାୟତାରେ ପୂରା ହୋଇଯିବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଅଫିସ୍‌ରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ଛାତ୍ର ଛାତ୍ରୀମାନେ ପ୍ରତିଟି କ୍ଷେତ୍ରରେ ସଫଳତା ପାଇବେ । ଅଚାନକ ଧନଲାଭ ହେବ । ମହିଳାମାନଙ୍କର ଦାମ୍ପତ୍ୟ କଳହ ଦୂର ହୋଇଯିବ, ମାନସିକ ସ୍ତରରେ ଶାନ୍ତି ମିଳିବ, ପଶୁ ସମ୍ପଦ ପ୍ରାପ୍ତି ହେବ, ଏବଂ ଉଚ୍ଚଆଶା ପୂରଣ ହେବ । ଅବିବାହିତ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଭଲ ବିବାହ ପ୍ରସ୍ତାବ ଆସିବ । ଶୁଭରଙ୍ଗ: ଲାଲ । ଆରାଧନା: ଶ୍ରୀକୃଷ୍ଣ ।