03 ମଇ 2019, ଶୁକ୍ରବାର ରାଶିଫଳ : ଶୁଭ ଯୋଗ କାରଣରୁ ଏହି ଦୁଇଟି ରାଶିର ଭାଗ୍ୟରେ ହେବ ପରିବର୍ତ୍ତନ ଏବଂ ଅନ୍ୟ ପାଞ୍ଚଟି ରାଶି ଉପରେ ରହିବ ମହାଦେବଙ୍କ କୃପା

Spread the love

ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

03 ମଇ 2019, ଶୁକ୍ରବାର ରାଶିଫଳ : ଶୁଭ ଯୋଗ କାରଣରୁ ଏହି ଦୁଇଟି ରାଶିର ଭାଗ୍ୟରେ ହେବ ପରିବର୍ତ୍ତନ ଏବଂ ଅନ୍ୟ ପାଞ୍ଚଟି ରାଶି ଉପରେ ରହିବ ମହାଦେବଙ୍କ କୃପା ।

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ନିଜ କାର୍ଯ୍ୟସ୍ଥଳରେ ବହୁତ ପରିଶ୍ରମ କରିବେ ଏବଂ ଆପଣଙ୍କୁ ନିଜ ଉପଲବ୍ଧି ଉପରେ ଗର୍ବ ହେବ । କିନ୍ତୁ ଆଜି ଆପଣ ନିଜ ପରିବାର ସହିତ କିଛି ସମୟ ଅତିବାହିତ କରିବା ଜରୁରୀ । ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଶୁଭ ଦିନ ଅଟେ । ଚାକିରିପେଶା ଲୋକଙ୍କୁ ଉଚ୍ଚ ପଦାଧିକାରି ତଥା ସରକାରଙ୍କ ତରଫରୁ ପରିଶ୍ରମର ଭଲ ଫଳ ମିଳିବ । ପୈତୃକ ସଂପତ୍ତିରେ ଲାଭ ହେବ । ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି । କୌଣସି ସମ୍ପର୍କୀୟଙ୍କୁ ମନାଇବାରେ ସମୟ କଟିବ । କାରବାରରେ ସଫଳତା ମିଳିବ । ଭାଇ-ଭଉଣୀମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୂର୍ଗା ।

ବୃଷ: କୌଣସି କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ଆରମ୍ଭ କରନ୍ତୁ, ଧୀରେ ଧୀରେ ଆଗକୁ ବଢ଼ିବେ । ଭୌତିକ ସୁଖ ସୁବିଧା ପାଇଁ ରୁଚି ବଢ଼ିପାରେ । ଭୁଲ ବୁଝାବଣା ଏବଂ ନକାରାତ୍ମକ ବ୍ୟବହାର ଆପଣଙ୍କ ଚିତ୍ତରେ ଗ୍ଲାନିର ଭାବ ସୃଷ୍ଟି କରିବ । ସ୍ଵାସ୍ଥ୍ୟରେ ବିଶେଷରୂପରେ ଆଖିରେ ଅସୁବିଧା ହେବ । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବ । ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଆଶାତୀତ ଉନ୍ନତି କରିବେ । କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ଜୀବ । ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ ।

ମିଥୁନ: ମନରେ ଆତ୍ମବିଶ୍ଵାସ ରଖନ୍ତୁ; ସଫଳତା ନିଶ୍ଚୟ ମିଳିବ । ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ । କାରବାର ବୃଦ୍ଧି ଲାଗି ଆପଣଙ୍କୁ ଭଲ ପରାମର୍ଶ ମିଳିବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ । ବହୁଦିନର ଲମ୍ବା ପ୍ରତୀକ୍ଷା ପରେ ଆଇନଗତ କେସର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବ । ସରକାରଙ୍କଠାରୁ ଆର୍ଥିକ ଲାଭ ହେବ । ନୂଆ ବିବାହ ପ୍ରସ୍ତାବ ଆସିପରେ । ବେକାର ଯୁବକ ଯୁବତୀଙ୍କୁ କର୍ମ କ୍ଷେତ୍ରର ନୂଆ ସୁବିଧା ସୁଯୋଗ ମିଳିବ । ଦାଂପତ୍ୟ ଜୀବନରେ ଖୁସି ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କର୍କଟ: ଯେଉଁ କାମ ହାତକୁ ନେବେ ତାହାକୁ ପୂରା କରି ବିଶ୍ରାମ ନିଅନ୍ତୁ । ଗୋପନୀୟ ସଂବାଦ ପ୍ରକାଶ କରନ୍ତୁ ନାହିଁ । କୌଣସି ଜରୁରୀ କାମରେ ଯାତ୍ରାରେ ଯିବେ । ଛାତ୍ରଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ । ପରିବାରରେ ଆନନ୍ଦର ବାତାବରଣ ରହିବ । ଘରର ସଜ୍ଜା ଏବଂ ଅନ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ କରି ଘରର ବାତାବରଣରେ ସକାରାତ୍ମକ ପରିବର୍ତ୍ତନ କରିବାର ପ୍ରୟାସ ଆଜି ଆପଣ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିହେବ । ମହିଳାମାନେ ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହି ମଧ୍ୟ, ନିଜ ବନ୍ଧୁଙ୍କ ସହ ବେଶ ହସଖୁସିରେ ଦିନ କାଟିବେ । ଶୁଭରଙ୍ଗ: ନୀଳ । ଆରାଧନା: ସୂର୍ଯ୍ୟଦେବ ।

ସିଂହ: ବହୁପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ସ୍ଥିର ସ୍ଵଭାବ ଏବଂ ମଧୁରଭାଷି ହେତୁ ଲାଭକୁ ଦ୍ଵିଗୁଣା ବଢେଇପାରିବେ । ଅତିରିକ୍ତ ଆୟର ମଧ୍ୟ ସମ୍ଭାବନା ଅଛି । ପଡ଼ୋଶୀଙ୍କଠାରୁ ଭଲ ଖବର ପାଇବେ । ଆଜି ଆପଣଙ୍କୁ ଭଲ କାମ ଲାଗି ସମ୍ମାନିତ କରାଯିବ । ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ । ଆନୁଷ୍ଠାନିକ କାମ, ଗୃହସୀମା, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଭଦ୍ରକାଳୀ ।

କନ୍ୟା: କର୍ମକ୍ଷେତ୍ରକୁ ସମସ୍ୟା ମୁକ୍ତ କରାଇବା ସଙ୍ଗେ ବନ୍ଧୁମିଳନ ମାଧ୍ୟମରେ ମନକୁ ଖୁସୀ ରଖିବ । ନୂତନ କର୍ମାରମ୍ଭ ହେତୁ ନୂଆ ଉତ୍ସାହ ନେଇ କାମ କରିବେ । ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ । ନୂଆ ଅନୁବନ୍ଧ ପାଇଁ ଭଲ ସମୟ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ । ରାଜନୀତିରେ ସଫଳହେବେ । କୌଣସି ନୂଆ ସମ୍ବନ୍ଧ ଆରମ୍ଭ ହୋଇପାରେ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ମହିଳାମାନେ ଅଫିସ ଓ ଘରେ ନିଜ କାର୍ଯ୍ୟ ପାଇଁ ପ୍ରସଂଶିତ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

ତୁଳା: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଫୋନ୍‌ରେ ନିକଟ ସମ୍ପର୍କୀୟଙ୍କ ସହିତ ଦୀର୍ଘ ସମୟ ଧରି କଥାବର୍ତ୍ତା ହେବେ । ବ୍ୟବସାୟରୁ ଭଲ ଧନଲାଭ ହେବ କିନ୍ତୁ ବ୍ୟବସାୟକୁ ଆଖପାଖ ଅଂଚଳକୁ ଯାତ୍ରା କରନ୍ତୁ ନାହିଁ । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରିବେ । ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ । ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବିଛା: ମନରେ ଲାଗି ରହିଥିବା ନକାରାତ୍ମକ ଚିନ୍ତାଧାରା ସମାପ୍ତ ହୋଇଯିବ । ବ୍ୟବସାୟିକ କଥାବାର୍ତ୍ତା ଲାଗି ଦୂରସ୍ଥାନକୁ ଯାଇପାରନ୍ତି । ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧିହେବ। ନୂତନ ନିଯୁକ୍ତିର ସୁଯୋଗ ପାଇବେ । ସରକାରୀ କର୍ମଚାରୀମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ । ରାଜନୀତି କ୍ଷେତ୍ରରେ ଯେଉଁମାନେ ସକ୍ରିୟ ଅଛନ୍ତି, ସେମାନଙ୍କୁ ଲାଭ ପ୍ରାପ୍ତ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ବିଜୟୀହେବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ କଟକଚଣ୍ଡୀ ।

ଧନୁ: ମନୋକାମନା ପୂରଣ ହେବ ଓ ଆତ୍ମ ବିଶ୍ୱାସ ବୃଦ୍ଧି ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ । ବ୍ୟବସାୟୀ କୌଣସି ଅନୁଭବୀଙ୍କ ରାୟ ନେଇ ଆଗକୁ ବଢ଼ନ୍ତୁ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ରାଜନୀତିଜ୍ଞମାନେ ପ୍ରସଂଶିତ ହେବେ । ମହିଳାମାନେ ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ନାରାୟଣୀ ।

ମକର: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ । ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ । ବ୍ୟାପାର ଓ କାରବାରରେ ସୁଧାର ଆସିବ । ଟଙ୍କାର ଆବଶ୍ୟକତା ପୂରଣ ହେବ । ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ । ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ । କର୍ମ ଓ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିବ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରାତାରିଣୀ ।

କୁମ୍ଭ: ଆପଣଙ୍କ କ୍ୟାରିୟର ନିମନ୍ତେ ଦିନଟି ଅତ୍ୟନ୍ତ ଉତ୍ତମ ଅଟେ । କୌଣସି ଶୁଭ ଖବର ପାଇବେ । ନୂଆ କାମର ଯୋଜନା କରିପାରନ୍ତି । କୌଣସି ନୂତନ କର୍ମ କରୁଥିଲେ ସେଥିରେ ବିଜୟୀ ହେବେ । ସ୍ଥଗିତଥିବା କର୍ମଟି ପୂରଣ ହେବାପାଇଁ ଆର୍ଥିକ ସଙ୍କଟ ଦୂରେଇ ଯିବ । ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ । ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦରୁ ବଞ୍ଚିତ ହେବେ । ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଶୁଭରଙ୍ଗ: କଫି ରଙ୍ଗ । ବାକ୍ୟ ସଂଯମତା ନରଖିଲେ ମାଲିମୋକଦ୍ଦମାର ଭୟ ରହିବ । ଆରାଧନା: ମହାଦେବ ।

ମୀନ: ଧର୍ମକର୍ମ କରନ୍ତୁ, ଆପଣଙ୍କୁ ଲାଭ ମିଳିବ । ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ ଏବଂ ଦାମ୍ପତ୍ୟ କଳହ ମେଣ୍ଟିଯାଇ ପରିବାରରେ ଶାନ୍ତି ପ୍ରତିଷ୍ଠା ହେବ । ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବେ । ମନ ଓ ଶରୀର ଭଲ ରହିବ । ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ । ଆମଦାନିର ନୂଆ ରାସ୍ତା ଉନ୍ମକ୍ତ ହେବ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଠାକୁରାଣୀ ।