02 ମଇ 2019 ଗୁରୁବାର : ମା ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ସ୍ଵଚ୍ଛଳତା ଦୃଷ୍ଟିରୁ ଏହି ଦୁଇଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ପ୍ରାତିଟି କ୍ଷେତ୍ରରେ ଲାଭ ହିଁ ଲାଭ ହେବ…

Spread the love

02 ମଇ 2019 ଗୁରୁବାର : ମା ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ସ୍ଵଚ୍ଛଳତା ଦୃଷ୍ଟିରୁ ଏହି ଦୁଇଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ପ୍ରାତିଟି କ୍ଷେତ୍ରରେ ଲାଭ ହିଁ ଲାଭ ହେବ…

ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ଭାବିଥିବା କାମ ବିନା ବିଘ୍ନ ବାଧାରେ ପୂରା ହେବ । ଥଣ୍ତା ପାନୀୟ ବ୍ୟବସାୟୀଙ୍କୁ ଆଶା ଠୁଁ ଅଧିକ ଧନଲାଭ ହେବ । ଆପଣଙ୍କ ପରିବାର ଲୋକଙ୍କ ପାଇଁ ଆଜି ଆପଣ ଖୁସି ଓ ଗର୍ବ ଅନୁଭବ କରିବେ । ସାମାଜିକ ରୂପରେ ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବାର ସମ୍ଭାବନା ଅଛି । ବ୍ୟାପାରରେ ଲାଭ ହେବ । ପ୍ରିୟବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ । ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟ ବିଗିଡ଼ି ପାରେ, ଏହାର ଧ୍ୟାନ ରଖିବେ । ମହିଳାମାନେ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ମାନସିକ ସ୍ଥିରରେ ଅସ୍ଥିର ରହିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ବୃଷ: ଆଜି ଆପଣ ନୂଆ କିଛି କରିବା ଲାଗି ଭଲ ରହିବ । ଆଗକୁ ବଢ଼ନ୍ତୁ ଏବଂ ବନ୍ଧୁ ଓ ପରିବାରବର୍ଗଙ୍କ ସହ ମିଶି କିଛି ଭଲ କାର୍ଯ୍ୟ କରନ୍ତୁ । ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । ବ୍ୟବସାୟରେ ଗତିରୋଧ ଦୂର ହେବ । କାର୍ଯ୍ୟ ସଫଳତାରେ ମାନସିକ ରୂପରେ ଆପଣ ପ୍ରଫୁଲ୍ଲିତ ରହିବେ । ସମାଜରେ ଓ ରାଜନୀତିରେ ଯଶ ଏବଂ କୀର୍ତ୍ତିର ବୃଦ୍ଧି ହେବ । ଯାନବାହାନ ଚଳାଚଳରେ ଜାଗ୍ରତ ରୁହନ୍ତୁ । ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତିବ । ପ୍ରେମ ପାଇଁ ଦିନ ଅତି ଉତ୍ତମ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ମିଥୁନ: ଆଜି ଠିକ୍‌ ଫଇସଲା ଆପଣଙ୍କ ଜୀବନକୁ ବଢ଼ିଆ କରିବ । ଆଜି ଯେତେ ସମସ୍ୟା ଆସିଲେ ସୁଧା ଆପଣ ସବୁ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ଅଛନ୍ତି । ପରିଶ୍ରମର ଫଳ ଜଲଦି ମିଳିବ । ବ୍ୟାବସାୟିକ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି । କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ । ଶାରୀରିକ ପ୍ରଫୁଲ୍ଲତା ଏବଂ ମାନସିକ ପ୍ରସନ୍ନତା ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଗାୟତ୍ରୀ ।

କର୍କଟ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅତୁଟ ରହିବ । ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟକୁ ପ୍ରଭାବିତ କରିବ । ବ୍ୟବସାୟ କ୍ଷେତ୍ରରେ ବାତାବରଣ ଭଲ ରହିବ । ଆପଣଙ୍କ କାମରେ ଭଲ ବୃଦ୍ଧି ହେବ । ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ । ଆମୋଦ-ପ୍ରମୋଦ ସମ୍ବନ୍ଧିତ ବସ୍ତୁକୁ କିଣିବା ଯୋଗୁଁ କ୍ରେତାଙ୍କର ଖର୍ଚ୍ଚ ଅଧିକ ହେବାର ଆଶଂକା ଅଛି । ଘରକୁ କୌଣସି ସମ୍ପର୍କୀୟ ବିବାହ ପ୍ରସ୍ତାବ ନେଇ ଆସିବେ । ଆଜି ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, କାରଣ କିଛି ଭୁଲ ବୁଝାମଣା ଯୋଗୁଁ ଆପଣ ଏବଂ ଆପଣଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ କଳି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ସିଂହ: ଆଜି ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି ଓ ଆପଣଙ୍କ ମାନସିକ ଶକ୍ତି ଏହାର ଚ଼ରମ ସୀମାରେ ରହିବ । ଅଫିସରେ ନିଜ କାମକୁ ମନୋଯୋଗରେ କରିବେ । ଇ‌ଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ଲାଗି ଦିନଟି ଶୁଭ । ଧାର୍ମିକ କାର୍ଯ୍ୟଗୁଡ଼ିକରେ ଏବଂ ଉପାସନାର ପଛରେ ଧନ ଖର୍ଚ୍ଚ ହୋଇପାରେ । ଜୀବନସାଥୀଙ୍କ ସହିତ ଫିଲ୍ମ ଦେଖିବାକୁ ଯିବେ । ଆଜିର ଦିନ ଆପଣଙ୍କ ଆମଦନୀ ଭଲ ହେବାର ସଂକେତ ମିଳୁଛି । ଏହା ଫଳରେ ଆପଣଙ୍କୁ ଖୁସି ମିଳିବ । ପ୍ରେମ ସମ୍ବନ୍ଧରେ ସାଥୀର ମନକୁ ଛୁଇଁଲାଭଳି କଥା ହୋଇପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

କନ୍ୟା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ କଟାଇଲେ ଶୁଭ ହେବ । ସ୍ଵାସ୍ଥ୍ୟ ଦୃଷ୍ଟିରୁ ଆଜି ଆପଣ ଆନନ୍ଦିତ ରହିବେ । ଭାବିଥିବା କାମ ସହଜରେ ପୂରା ହୋଇଯିବ । ଆପଣଙ୍କ ଜୀବନରେ ମଧୁର ସମ୍ପର୍କ ଆରମ୍ଭ ହେବ । ବ୍ୟବସାୟରେ ଭାଗିଦାରୀଙ୍କ ସହିତ ଚର୍ଚ୍ଚା ସକାରାତ୍ମକ ହେବ । ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ । ରାଜନୀତିରେ ମନୋକାମନା ପୂରା ହେବ । ମିତ୍ର ତଥା ସମ୍ବନ୍ଧିମାନଙ୍କ ସହିତ ବୁଲିବାକୁ ଯିବାକୁ ଯୋଜନା ବନାଇବେ ଏବଂ ଆନନ୍ଦପ୍ରଦ ଯାତ୍ରା ମଧ୍ୟ କରି ପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ଡୀ ।

ତୁଳା: ଆଜି ନିଜ କାମରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ । ଆଜି ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ଏବଂ ସ୍ନେହ ଶ୍ରଦ୍ଧା ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଶତ୍ରୁମାନେ କ୍ଷତି କରିପାରନ୍ତି । ତେଣୁ ସତର୍କ ରହନ୍ତୁ । ଅର୍ଥନୈତିକ କାର୍ଯ୍ୟ ଏବଂ ନକାରାତ୍ମକ ବିଚାରୁ ଦୂରରେ ରୁହନ୍ତୁ । ବିଦେଶ ଯାତ୍ରାର ଯୋଗ ରହିଛି । ପତି ପତ୍ନୀଙ୍କ ମଧୁର ପ୍ରେମଭାବ ବୃଦ୍ଧି ହେବ । ପରିବାରରେ ମନମାଳିନ୍ୟ ହେବାରୁ ଶାରୀରିକ ଏବଂ ମାନସିକ ଅସୁସ୍ଥତା ହୋଇପାରେ, ଧ୍ୟାନ ରଖିବେ । ଶୁଭରଙ୍ଗ: ନୀଳ । ଆରାଧନା: ମହାଦେବ ।

ବିଛା: ଆପଣଙ୍କର ସ୍ଵଭାବ ନେତାଙ୍କ ଭଳି ରହିବ । ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ । ବ୍ୟବସାୟରେ ସ୍ଥିତି ଅନୁକୂଳ ରହିବ ତଥା ଆପଣଙ୍କ କାର୍ଯ୍ୟର ଉଚିତ ପ୍ରଶଂସା ମଧ୍ୟ ହେବ । ସାମାଜିକ ରୂପରେ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ । ବିଶେଷ ଯାତ୍ରାରେ ଯାଇପାରନ୍ତି । ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ । ପ୍ରେମରେ ସଫଳତା ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

ଧନୁ: ଦିନଟି ବଢ଼ିଆ ରହିବ । କ୍ୟାରିୟର ଲାଗି ନୂଆ ସୁଯୋଗ ମିଳିବ । ଅଧିକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ । ବେପାରିବର୍ଗ ନୂଆ କାମରେ ଧନ ନିବେଶ କରନ୍ତୁ ଫାଇଦା ହେବ । ଆଜି ଆପଣଙ୍କୁ ନିଜ କାର୍ଯ୍ୟ ଏବଂ ଘରର ଛୋଟ ଛୋଟ ଅସୁବିଧା ଗୁଡ଼ିକୁ ସମାଧାନ କରିବା ପାଇଁ ନିଜର ଚ଼ତୁରତା ଏବଂ ବୁଦ୍ଧିର ବ୍ୟବହାର କରିବା ଉଚ଼ିତ୍ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଆଜି ଭଲ ରହିବ । ପରିଜନମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ । ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ ବିତିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

ମକର: ଆଜି ଆପଣ ଏମିତି କାର୍ଯ୍ୟରେ ମନୋନିବେଶ କରିବେ ଯାହାକି ଆଧ୍ୟାତ୍ମିକ ସମ୍ପର୍କିତ । ଏହାଦ୍ୱାରା ଆପଣ ଖୁସି ଏବଂ ଆତ୍ମସନ୍ତୋଷ ଲାଭ କରିବେ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ । ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ । କୋର୍ଟ-କଚେରୀର କଥାଗୁଡ଼ିକରେ ସମ୍ଭାଳିକରି ଚାଲିବେ । ନିଜର ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଶୁଭରଙ୍ଗ: କଫି । ଆରାଧନା: ମାଆ କାଳୀଜାଈ ।

କୁମ୍ଭ: ଆଜି କିଛି ନୂଆ ଅନୁଭବ ପ୍ରାପ୍ତ ହେବ । ବାପାଙ୍କର ସ୍ନେହ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ । ଅଦାଲତ ସମ୍ବନ୍ଧୀୟ ସମସ୍ୟାର ଫଳାଫଳ ଆପଣଙ୍କ ସପକ୍ଷରେ ହୋଇପାରେ । ସୌଭାଗ୍ୟ ହେତୁ ଉଚ୍ଚ ଅଧିକାରୀ ଆଜି ଆପଣଙ୍କ ସପକ୍ଷରେ ରହିବେ, ଯାହା ଫଳରେ ଆପଣଙ୍କୁ ବହୁତ ଲାଭ ହେବ । ନିଜର ବୌଦ୍ଧିକ ଶକ୍ତିରେ ଲେଖନ କାର୍ଯ୍ୟ ଏବଂ ସୃଜନାତ୍ମକ କାର୍ଯ୍ୟ କରିବାରେ ଆଗକୁ ବଢ଼ିବେ । ଆକସ୍ମିକ ଖର୍ଚ୍ଚର ଯୋଗ ଅଛି । ବାହନ ସାବଧାନତାର ସହ ଚଳାନ୍ତୁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

ମୀନ: ଦିନଟି ଆପଣଙ୍କ ଲାଗି ଶୁଭଦାୟକ ରହିବା । କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ । କୌଣସି କାମ ପାଇଁ ଯୋଜନା କରିବାରେ ସଫଳ ହୋଇପାରନ୍ତି । ଆପଣଙ୍କ ଘରକୁ ଅତିଥି ଆସିବାର ସମ୍ଭାବନା ରହିଛି । ଆଜି ଯଦି ଆପଣ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ତଥାପି ସମୟ ବାହାର କରି ପରିବାରଜନଙ୍କ ସହ ସମୟ ଅତିବାହିତ କରନ୍ତୁ ମନକୁ ଆନନ୍ଦ ମିଳିବ । ଦାଂପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।