୭ମ ଶ୍ରେଣୀର ଛାତ୍ର ହାସନ, ଏକ ବର୍ଷ ହେଲା ପଢାଇ ଆସୁଛି ଇଂଞ୍ଜିନିୟର ଛାତ୍ରଙ୍କୁ ନିଃଶୁଳ୍କର :

Spread the love

ହାଇଦ୍ରାବାଦ : ୧୧ବର୍ଷର ହାସନ ଇଂଞ୍ଜିନିୟରଙ୍ଗ ଏବଂ ଡ୍ରାଫଟିଙ୍ଗ ଛାତ୍ରଛାତ୍ରୀଙ୍କୁ ପଢାଇଛୁ ! କଥାଟା ଅଜବ ଲାଗୁଥିଲେ ମଧ୍ୟ ସତ ! ହଁ ଆଜ୍ଞା, ହାଇଦ୍ରାବାଦର ହାସନ ୭ମ ଶ୍ରେଣୀର ଛାତ୍ର ! ଏକ ବର୍ଷ ହେଲା 30 ଜଣ ଇଂଞ୍ଜିନିୟରଙ୍ଗ ବିଦ୍ୟାର୍ଥୀଙ୍କୁ ନିଶୁଲ୍କରି ପଢାଇ ଆସୁଛନ୍ତି ! ହାସନ ସିଭିଲ ଇଂଞ୍ଜିନିୟର, ମ୍ୟାକେନିକାଲ ଇଂଞ୍ଜିନିୟର ଏବଂ ଇଲେକ୍ଟ୍ରିକାଲ ଇଂଞ୍ଜିନିୟର ଛାତ୍ରମାନଙ୍କୁ ଡିଜାଇନିଙ୍ଗ ଓ ଡ୍ରାଫଟିଙ୍ଗ ପଢ଼ୁଛନ୍ତି ! ହାସନଙ୍କ କହିବା ମୁତାବକ 2020 ମସିହା ସୁଦ୍ଧା ସେ ଏକ ହଜାର ଇଂଜିନିୟର ଛାତ୍ରଙ୍କୁ ପଢ଼ିବାକୁ ଚାଁହୁଛନ୍ତି !

ହାସନଙ୍କ କହିବା କଥା ଯେ, ସେ ଇଣ୍ଟେର୍ନେଟରୁ ଗତ କିଛି ବର୍ଷ ହେଲା ଶିଖି ଆସୁଛନ୍ତି ! ଇଣ୍ଟରନେଟ ମାଧ୍ୟମରେ ଶିଖିଥିବା ଇଂଞ୍ଜିନିୟର courseକୁ ବର୍ତ୍ତମାନ ଏକ ବର୍ଷ ହେଲା ଇଂଞ୍ଜିନିୟରିଙ୍ଗ ଛାତ୍ରମାନଙ୍କୁ ପଠାଇଆସୁଛି ! ଏହି course ପାଇଁ ମୁଁ କୌଣସି fees ନିଏ ନାହିଁ ! କାରଣ ମୁଁ ମୋର ଦେଶ ପାଇଁ କିଛି କରିବା ପାଇଁ ଚାଁହୁଛି !

ମୁଁ ସକାଳୁ ଉଠି ସ୍କୁଲକୁ ଯାଉଛି, ଅପରାହ୍ନ 3.00 ଘଂଟାରେ ଫେରୁଛି ! ମୁଁ ମୋର ସାଙ୍ଗସାଥିଙ୍କ ଖେଳୁଛି ଏବଂ ସ୍କୁଲରେ ଦିଆଯାଇଥିବା ଘରକାମ ମଧ୍ୟ କରୁଛି ! ସନ୍ଧ୍ୟା 6.00 ଘଣ୍ଟ ସମୟରେ ପାଠ ପଢିବା ନିମନ୍ତେ ଗୋଟିଏ coaching instituteକୁ ମଧ୍ୟ ଯାଉଛି ! Youtubeରୁ ଗୋଟିଏ video ଦେଖି ମୁଁ ବହୁମାତ୍ରାରେ ପ୍ରଭାବିତ ହୋଇଥିଲି ଯେ, ମୁଁ ମୋ ଠାରୁ ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ନିମନ୍ତେ !

ସପ୍ତମ ଶ୍ରେଣୀ ଅଧ୍ୟୟନରତ ହାସନଙ୍କ ଜଣେ ଛାତ୍ରୀ ନାମ ଜି.ସୁଷମା କହନ୍ତି ଯେ, ମୁଁ ଏଠାକୁ civil software ଶିଖିବା ପାଇଁ ଦେଢ଼ ମାସ ହେଲା ଆସୁଛି ! ସେ ଆମ ସମସ୍ତଙ୍କ ଠାରୁ ବୟସରେ ଛୋଟ ତଥାପି ସେ ବହୁତ ଭଲ ପଢ଼ନ୍ତି ! ହାସନ ଯେଉଁ ଶୈଳୀରେ ଆମ୍ଭମାନଙ୍କୁ ପଠାଉଛନ୍ତି, ଆମ୍ଭେମାନଙ୍କୁ ମଧ୍ୟ ବୁଝିବା ସହଜ ସାଧ୍ୟ ହେଉଛି !

ହାସନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମିତ୍ତ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛୁ !

!! ଜୟ ଜଗନ୍ନାଥ !!