ହକି ବିଶ୍ୱକପର ଉଦଯାପନୀୟ ଉତ୍ସବରେ ସାମିଲ ସଚିନ୍ ତେନ୍ଦୁଲକର ।

Spread the love

ବିଶ୍ୱର ଲୋକପ୍ରିୟ କ୍ରିକେଟର ତଥା ଲିଟିଲ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରବିବାର ଭୁବନେଶ୍ୱର ଆସୁଛନ୍ତି । ପୁରୁଷ ହକି ବିଶ୍ୱକପ୍‌ର ମ୍ୟାଚ ଦେଖିବା ପାଇଁ ସଚିନ ଭୁବନେଶ୍ୱର ଆସୁଛନ୍ତି । ସେ ଏଠାରେ ହକି ବିଶ୍ୱକପ୍‌ର ଫାଇନାଲ୍‌ ମ୍ୟାଚ୍‌ ଦେଖିବେ । ଭୁବନେଶ୍ୱର ଗସ୍ତ ନେଇ ସଚିନ ତେନ୍ଦୁଲକର ନିଜେ ଟୁଇଟ୍‌ର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏଥିସହ ସେ ହକି ବିଶ୍ୱକପ୍‌ର ବିଶ୍ବସ୍ତରୀୟ ଅାୟୋଜନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହକି ଇଣ୍ଡିଅାକୁ ଅଭିନନ୍ଦନ ଜଣାଇଛନ୍ତି । ଟୁଇଟରରେ ସଚିନ୍ ଲେଖିଛନ୍ତି- ‘ମୁଁ ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମ୍ ଅାସୁଛି । ସେଠାରେ ଦେଖାହେବ!’

ପୂର୍ବରୁ ଯେଉଁ ଆଭାସ ମିଳୁଥିଲା ତାହା ସତ ହେବାକୁ ଯାଉଛି । କଳିଙ୍ଗ ଷ୍ଟାଡିୟମ୍‌ର ହକି ଗ୍ରାଉଣ୍ଡରେ ଦର୍ଶକମାନେ ବିଶ୍ୱର ପୂର୍ବତନ ଲୋକପ୍ରିୟ କ୍ରିକେଟର ସଚିନଙ୍କୁ ଦେଖିବାକୁ ପାଇବେ । ହକି ଗ୍ରାଉଣ୍ଡରେ କ୍ରିକେଟରଙ୍କୁ ପାଇ ଦର୍ଶକମାନେ ନିଶ୍ଚିତ ଭାବରେ ଖୁସି ଅନୁଭବ କରିବେ। ପୁରୁଷ ହକି ବିଶ୍ୱକପ୍‌ର ଚତୁର୍ଦ୍ଦଶ ସଂସ୍କରଣର ଫାଇନାଲ ମ୍ୟାଚ ରବିବାର ରାତି ୭ଟାରେ ଖେଳାଯିବ । ଏହା ପୂର୍ବରୁ ସେମିଫାଇନାଲରେ ପରାଜିତ ହୋଇଥିବା ୨ଟି ଟିମ୍‌ ୩ୟ ସ୍ଥାନ ପାଇଁ ମୁକାବିଲା କରିବେ ।