ସୁପ୍ରିମ କୋର୍ଟ ଅନୁସାରେ: – ଏହି ପ୍ରକାରର ଶାରୀରିକ ସମ୍ପର୍କ ରଖିଲେ ତାହା ଅପରାଧ ନୁହେଁ । ଜାଣନ୍ତୁ ପୁରା ସତ୍ୟଟି କଣ ?

Spread the love

ଯଦି କୌଣସି ବ୍ୟକ୍ତି ବିଶେଷ ଲିଭିଂ ପାର୍ଟନେର୍ (Relationship)ରେ ଆପୋସ ବୁଝାମଣାରେ ଶାରୀରିକ ସମ୍ପର୍କ ରଖିଥାନ୍ତି, ତାହା ହେଲେ ତାହା ଅପରାଧ ନୁହେଁ । ସୁପ୍ରିମ କୋର୍ଟ ଅନୁସାରେ ଯଦି କୌଣସି ବ୍ୟକ୍ତି ଲିଭିଂ relationshipରେ ନିଜର ନିୟନ୍ତ୍ରଣ ହରାଇ ଲିଭିଂ relationshipରେ ରହିଥିବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ମଧ୍ୟ କୌଣସି କାରଣରୁ ସେହି ମହିଳାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ପାରୁନାହାନ୍ତି ତାହା ହେଲେ ତାହା ଦୁଷ୍କକର୍ମ ନୁହେଁ । ସୁପ୍ରିମ କୋର୍ଟ ମହାରାଷ୍ଟ୍ରର ମହିଳା ନର୍ସ ଡାକ୍ତରଙ୍କ ବିରୁଦ୍ଧରେ ହୋଇଥିବା ଏଫଆଇଆରର ଶୁଣାଣି ସମୟରେ କହିଥିଲେ ଯେ, ଲିଭିଂ Relationship ରେ ରହୁଥିବା ଓ ଇଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖିବା ଦୁଇଟି ଅଲଗା ଘଟଣା ।

ନିକଟରେ ଗୋଟିଏ ଶୁଣାଣି ସମୟରେ କୁହାଯାଇଛି ଯେ, ଏହି ସବୁ କ୍ଷେତ୍ରରେ ସାବଧାନ ପୂର୍ବକ ଯାଞ୍ଚ ହେବା ଦରକାର ଓ ସଠିକ୍ ଶୁଣାଣି ହେବ ଦରକାର । ଏହା ଯାଞ୍ଚ ହେବା ଦରକାର ଯେ, ଅପରାଧ ଘଟେଇଥିବା ବ୍ୟକ୍ତି ବାସ୍ତବରେ ପୀଡିତ ମହିଳାଙ୍କ ସହ ବିବାହ କରିବାକୁ ଚହୁଁଛନ୍ତି କିମ୍ବା ନିଜ ଗୁଣରେ କିଛି ଖରାପ ଅଛି । ଏହା ମଧ୍ୟ ଯାଞ୍ଚ କରିବା ଦରକାର ଯେ ଅପରାଧୀ ଜଣକ ନିଜର ଶାରୀରିକ ଭୋକ ମେଣ୍ଟାଇବା ପାଇଁ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ମହିଳାଙ୍କୁ ଭଣ୍ଡାଉଛନ୍ତି କି ? ମହାରାଷ୍ଟ୍ରର ମହିଳା ନର୍ସଙ୍କ ଏଫଆଇଆର ଅନୁସାରେ ମହିଳା ଜଣଙ୍କ ଜଣେ ବିଧବା ମହିଳା ଅଟନ୍ତି ଓ ଡାକ୍ତରଙ୍କୁ ଭଲ ପାଇ ଲିଭିଂ relationshipରେ ରହିଥିଲେ । ସୁପ୍ରିମ କୋର୍ଟର ବିଚାରକ କହିଛନ୍ତି ଆରୋପିଙ୍କ ଚିନ୍ତାଧାରା ଖରାପ ନ ଥିଲା ତେଣୁ ଏହା ଦୁଷ୍କକର୍ମ ନୁହେଁ, ସେଇଥିପାଇଁ ଏହା ଉପରେ କିଛି ଅଲଗା ଫଇସଲା ଶୁଣେଇବା ଦରକାର ।

ବିଚାରକ ଏହା ମଧ୍ୟ କହିଛନ୍ତି ଯଦି ଆରୋପି କିଛି ଖରାପ ଉଦ୍ଦେଶ୍ୟରେ ସମ୍ପର୍କ ରଖିଛନ୍ତି, ତାହାହେଲେ ଏହା ଦୁଷ୍କକର୍ମର ଅନ୍ତର୍ଭୁକ୍ତ ଅଟେ । ବିଚାରକ ଏହା ମଧ୍ୟ କହିଛନ୍ତି, ଦୁଇଜଣ ପକ୍ଷର ଆପୋସ ବୁଝାମଣାରେ ହୋଇଥିବା ସମ୍ପର୍କ ଆଇପିସି ଧାରା 376 ଅନୁସାରେ ଅପରାଧ ନୁହେଁ । ସୁପ୍ରିମ କୋର୍ଟ ବିଚାରକ ଏହା ମଧ୍ୟ କହିଛନ୍ତି ଯେ, ଦୁଇଜଣଙ୍କ ସମ୍ପର୍କ ବହୁତ ପୂର୍ବରୁ ଅଛି । କିନ୍ତୁ ଯେତେବେଲେ ନର୍ସଙ୍କୁ ଜଣାପଡିଥିଲା ଡାକ୍ତର ଜଣକ ବିବାହିତା ସେହି ସମୟରେ ବିଧବା ନର୍ସ ପୁଲିସ ସ୍ଟେଶନରେ ଏଫଆଇଆର ଦେଇଥିଲେ । ଆପଣଙ୍କୁ କହିବାକୁ ଚାହୁଞ୍ଚୁ ଯେ, ବମ୍ବେ କୋର୍ଟରେ ଡାକ୍ତରଙ୍କ ମାମଲା ରୁଜ୍ଜ କରି ହାରିଯିବା ପରେ ସୁପ୍ରିମ କୋର୍ଟରେ ମାମଲାକୁ ପୁର୍ନବାର ରୁଜ୍ଜ କରିଥିଲେ ।