ସାବଧାନ: ଭାରତ ବଜାରରେ ଅସଲି 50 ଟଙ୍କିଆ ନୋଟ ଠାରୁ ନକଲି 50 ଟଙ୍କିଆ ଅଧିକ

Spread the love

ନୋଟ ବନ୍ଦୀ ପରେ ମୋଦୀ ସରକାରଙ୍କ ତତ୍ୱବାଧନ ବଜାରକୁ ଆସିଥିବା ନୂଆ ନୋଟକୁ ମଧ୍ୟ କଳା ବଜାରୀ କାରବାର କରୁଥିବା ଲୋକମାନେ ନକିଲ ନୋଟ ପ୍ରସ୍ତୁତ କରିନେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନୋଟ ବ୍ୟାଙ୍କକୁ ଯାଇନାହିଁ । ତଥାପି ସମସ୍ତ ବ୍ୟାଙ୍କ ଏବଂ ବ୍ୟାଙ୍କ ସଖାକୁ ଏହି ନକିଲ ନୋଟ ସମ୍ପର୍କରେ ସର୍ତକତା କରିଦିଯାଇଛି ।

ନୋଟ ବନ୍ଦୀ ପରେ ପ୍ରଥମଥର ନକିଲ ନୋଟ ଭାରତ ବଜରେ ଦେଖିବାକୁ ମିଳିଛି । ଏହି ନୋଟକୁ ସ୍କାନ (Scan) କରି ପ୍ରସ୍ତୁତ କରାଯାଇଛି । ଏହି ନୋଟକୁ କେଉଁ ମେସିନ ଦ୍ୱାରା ଛପା ଯାଇନାହିଁ । ଯଦି ସାବଧାନତାର ସହ ଦେଖିବା ତେବେ ଅସଲି ଓ ନକିଲ ନୋଟ ମଧ୍ୟରେ ତଫାତ୍ ଜାଣି ପାରିବା । ସାଧାରଣତଃ କହିବା ଗଲେ ଏହି 50ଟଙ୍କିଆ ନୋଟ ଛୋଟ ଥିବା ଯୋଗୁଁ ସର୍ବସାଧାରଣ ଏହାକୁ ଠିକ ଭାବରେ ଦେଖନ୍ତି ନାହିଁ । ଯଦି ସାବଧାନତାର ସହ ଏହାକୁ ଦେଖୁବେ ତେବେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଏହି ସମ୍ବନ୍ଧରେ ସମସ୍ତ ବ୍ୟାଙ୍କ, ତା’ର ସଖା କାର୍ଯ୍ୟାଳୟକୁ ସର୍ତକ କରିଦେଇଛି । ଏହା ସଙ୍ଗେ ସାଙ୍ଗେ ନିର୍ଦ୍ଦେଶ ଦିଆଯାଇଛି ଯେ ପ୍ରତ୍ୟେକ ନୋଟକୁ ସୂକ୍ଷ୍ମତା ଦେଖିବା ଓ ପରଖି ସ୍ଵୀକାର କରିବା ପାଇଁ । ଭାରତୀୟ ଷ୍ଟେଟ ବ୍ୟାଙ୍କର Assistant General Manager ଶ୍ରୀଯୁକ୍ତ ଅନିଲ କୁମାର କହିଛନ୍ତି ଯେ, ସମସ୍ତ ସଖାକୁ ଏହି ବିଷୟରେ ସୂଚନା ଦିଆଯାଇଛି ।

ଅସଲି ଓ ନକଲି ନୋଟ ମଧ୍ୟରେ ତଫାତ୍ : ଅସଲି ଓ ନକଲି ନୋଟର କାଗଜ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । ନକିଲ ନୋଟର କାଗଜ ହାତକୁ ପତଳା ଲାଗିବ ।

ଅସଲି ନୋଟରେ ରୂପ ଲିନିଙ୍ଗ (Lining) ସ୍ୱଷ୍ଟ ଏବଂ ଚକ୍-ଚକ୍ କରୁଥିବ । କିନ୍ତୁ ନକଲି ନୋଟରେ ଏହି ଲିନିଙ୍ଗ ଫୋଟକପି ଭଳି ଦେଖା ଯାଉଥିବ କାହିଁକି ନା ଏହି ନୋଟଟି ସ୍କାନ କରାଯାଇ ତିଆରି କରାଯାଇଛି ବା ପ୍ରିଣ୍ଟିଂଗ କରାଯାଇଛି ।