ସଂଘର୍ଷ ହିଁ ଜୀବନ

Spread the love

କୁହାଯାଏ ନିଜର ଇଛା ଶକ୍ତି ବଳରେ ମନୁଷ୍ୟ କିଛି ବି କରିବାକୁ ସମର୍ଥ ହୋଇଥାଏ ! ଯେତେ ବାଧା, ବିଘ୍ନ ଆସୁ ପଛକେ ଏପରିକି ନିଜର ସ୍ବପ୍ନ ପୂରଣ କରିବା ପାଇଁ ନିଜ ଅଦମ୍ୟ ଇଛା ଶକ୍ତି ଆଗରେ ଭଗବାନ ମଧ୍ୟ ହାର ମାନନ୍ତି ! ଏପରି କି ନିଜର ଶାରିରୀକ ଅକ୍ଷମତା ମଧ୍ୟ ପ୍ରତିବନ୍ଧକ ସାଜି ପରେ ନାହିଁ, ତା’ର ଏକ ଜ୍ୱଳନ୍ତ, ଜୀବନ୍ତ ପ୍ରେରଣାପଲ୍ଲୀ ଦୃଷ୍ଟାନ୍ତ ଆମ ସମସ୍ତଙ୍କ ଆଦରର ପ୍ରଶାନ୍ତ ଭାଇ !

ବ୍ରହ୍ମପୁର ସହରର ଠାକୁରାଣୀ ମନ୍ଦିର ନିକସ୍ଥ ମେଦିରି ସାହିରେ ଶ୍ରୀଯୁକ୍ତ ସନ୍ନ୍ୟାସୀ ନାୟକ ଓ ଶ୍ରୀମତୀ କୁରି ନାୟକଙ୍କ କୋଳରେ ଜନ୍ମ ନେଇଥିଲେ ପ୍ରଶାନ୍ତ ! କିନ୍ତୁ ଭାଗ୍ୟର ବିଡମ୍ବନା ଫଳରେ ସେ ଜନ୍ମ ହେବାର କେତୋଟା ବର୍ଷ ପରେ ନିଜର ଚାଲ କ୍ଷମତା ହରାଇ ବସିଥିଲେ ! ସତେଯେପରି ଭଗବାନ ପିଲାଟିଜ ଉପରେ ନିଷ୍ଟୁର ହୋଇଛନ୍ତି ! ସେହି ସମୟରେ ପରିବାର ସଦସ୍ୟ ବୃନ୍ଦ ଓ ବାପା ମାଙ୍କ ମନରେ ଶୋକର ଛାୟା ଖେଳାଇଗଲା ! ତଥାପି ନିରାଶ ନ ହୋଇ ଜୀବନ ସଂଗ୍ରାମରେ ପଛ ଘୁଞ୍ଚା ନ ଦେଇ ଶିଶୁଟିର ଲାଳନପାଳନ କରିବା ସଂଗେ ସଂଗେ, ଶିଶୁଟିର ଯେପରି କୌଣସି ଅସୁବିଧା ନ ହେବ ସେହି ପ୍ରତି ଧ୍ୟାନ ଦେଇଥିଲେପରିବାରର ଲୋକେ, ବିଶେଷ କରି ଜ୍ୟେଷ୍ଠ ଭାଇ ସୁଶାନ୍ତ ଏବଂ ପିତା ଓ ମାତା ! କ୍ରମଶଃ ଶିଶୁଟି ବଡ଼ ହେବାକୁ ଲାଗିଲା ! ନିଜର ବୟସ ବୃଦ୍ଧି ସଂଗେ ସଂଗେ ନିକଟସ୍ଥ ବିଦ୍ୟାଳୟରେ ନାମ ଲେଖାଇଲା ! ବିଧ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ନିଜର ସ୍ୱତନ୍ତ୍ର ଦୃଷ୍ଟିରେ ରଖିଥିଲେ ! ବିଧ୍ୟାଳୟର ସହପାଠୀମାନଙ୍କ ମିଶି ପ୍ରଶାନ୍ତର ଯୋଡି ଜମିଲା ! ପାଠ ପଢା ସଂଗେ ସଂଗେ ହସ ଖୁସିରେ ଜୀବନର ସ୍ବାଦକୁ ଚାଖି ପାରିଲା ! ଏହିପରି ଭାବରେ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷା ସମାପନ କରି କଲେଜ ସ୍ତରରେ ପାଦ ଥାପିଥିଲା ପ୍ରଶାନ୍ତ ! ବକୃତା, ସଙ୍ଗୀତ, ପ୍ରବନ୍ଧ ଆଧିରେ ପ୍ରଶାନ୍ତ ଥିଲା ସିଦ୍ଧହସ୍ତ !

ମେଟ୍ରିକ ପରେ ବ୍ରହ୍ମପୁର ଖଲ୍ଲିକୋଟ ମହାବିଦ୍ୟାଳୟରେ +2 କାଳରେ ଅଧ୍ୟୟନ ପରେ +3 ଜାଜନୀତି ବିଜ୍ଞାନକୁ ସମ୍ମାନର ବିଷୟ ରୂପେ ଗ୍ରହଣ କରି ନେଇଥିଲେ, ପରେ M.A. in pol-sc, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କରିଥିଲେ ପ୍ରଶାନ୍ତ !

ଭାଗ୍ୟର ବିଡମ୍ବନା ଅଥବା ଉପଯୁକ୍ତ ସହଯୋଗ ବା ପ୍ରାତ୍ସାହନର ଅଭାବ କାରଣରୁ ଚାକିରୀ ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ! କିନ୍ତୁ ନିରାଶ ହୋଇ ନ ଥିଲେ ସେ ଜୀବନ ସଂଗ୍ରାମରେ ! ତାଙ୍କ ସ୍ୱାଭିମାନ ଗୁଣ, ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ଇଚ୍ଛା ଶକ୍ତି, ତାଙ୍କୁ ପ୍ରରଣା ଦେଇଥିଲା ସ୍ୱାବଲମ୍ବନଶୀଳ ହେବ ପାଇଁ ! କୌଣସି କାରଣରୁ ପରିଶେଷରେ ସେ ନିଷ୍ପତି ନେଲେ ଶିକ୍ଷା କ୍ଷେତ୍ରରେ ଯୋଗଦାନ କରି ସମାଜକୁ କିଛି ଦେବା ପାଇଁ ! ମହତ ଚିନ୍ତା, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ସେ ଆରମ୍ଭ କରିଥିଲେ ନିଜ ଚେଷ୍ଟାରେ କୋଚିଂଗ ସେଣ୍ଟର 1997-98 ମସିହାରେ ! ନିଜର ଅକ୍ଲାନ୍ତ ପରିଶ୍ରମ, ଚେଷ୍ଟା ଓ ଆଗ୍ରହକୁ ପୁଞ୍ଜି କରି ସେ ନିଜ କର୍ତ୍ତବ୍ୟ ପଥରେ ଅଗ୍ରସର ହୋଇଥିଲେ ! ନିଜ ଜୀବନ କାଳରେ ସେ ଆର୍ଥିକ, ସାମାଜିକ, ଶାରିରୀକ ଏପରି ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ କେବେ ବି ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତି ହୋଇ ନ ଥିଲେ ! ଅନେକ ଶିଶୁଙ୍କ ଶୀକୟ କ୍ଷେତ୍ରରେ ସ୍ୱଭାଗୀ ସାନି ସେମାନଙ୍କ ଜୀବନକୁ ଏକ ନୂତନ ଦିଗ୍-ଦର୍ଶନ ଦେଇଥିଲେ ! ରାଜନୀତି ବିଜ୍ଞାନ ଛାତ୍ର ହିସାବରେ ରାଜନୀତିରେ ରୁଚି ଥିଲେ ମଧ୍ୟ ଉପଯୁକ୍ତ ପରିବେଶ ଓ ସହଯୋଗର ଅଭାବରୁ ରାଜନୀତି ଆଡେ ମନ ବଳାଇଲେ ନ ଥିଲେ ! ଯଦିଓ ଇଛା ଥିଲା କି ସେ ରାଜନୀତିରେ ରହି ସାମାଜିକ କାର୍ଯ୍ୟ କରିବା ପାଇଁ ଫାଂଥାପି ଅକ୍ଷମ ଭାଇ ଭଉଣୀଙ୍କ ଉନ୍ନତି ନିମନ୍ତେ ଏକ ସଂଘ ଗଠନ କରିଥିଲେ ! ଯାହା ଆଜି “ମୁକ୍ତ ଆକାଶ” ନାମରେ ସରକାରୀ ତାଲିକାରେ ପୁଞ୍ଜି ଭୂତ ହୋଇରହିଛି !

ରାଜନୀତି ପୃଷ୍ଠଭୂମିରେ ନ ରହି ମଧ୍ୟ ସାମାଜିକ କାର୍ଯ୍ୟରୁ ଆହରି ନ ଥିଲେ ସେ ! ଶିକ୍ଷାଦାନକୁ ମୂଲଧନ ହୋଲି ଧରି ନେଇଥିଲେ ସେ ! ଅସହାୟ, ଗରୀବ ପିଲାଙ୍କୁ ପାଠ ପଡ଼ିବା ପାଇଁ ନିଜସ୍ୱ ଖର୍ଚ୍ଚରୁ ବହି, ଖାତା, କାଲାମ ଯୋଗାଇ ଦେବା ସହ ସେମାଙ୍କ ପ୍ରତି ନିଜକୁ ସମର୍ପି ଦେଇଥିଲେ ! ସେହି କାରଣରୁ ଆଜି ବି ସେ ସମସ୍ତଙ୍କର ପ୍ରିୟ ପ୍ରଶାନ୍ତ sir ହୋଇ ରହିପାରିଛନ୍ତି !

ପରବର୍ତ୍ତୀ ସମୟରେ ସେ ଗୋଟିଏ NGO ଗଠନ ଆକରି ଭିନ୍ନ କ୍ଷମମାନଙ୍କ ଉନ୍ନତି ନିମନ୍ତେ ଅକ୍ଲାନ୍ତ ପରିଶ୍ରମ କରି ସମାଜେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଥିଲେ ! ସମାଜରେ ଅବହେଳିତ ଥିବା ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ନେଇ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ଏବଂ ସେମାନଙ୍କୁ ଜୀବନକୁ ସରସ ସୁନ୍ଦର ଗଢି ତୋଳିବା ତାଣ୍କ ମୂଳ ଲକ୍ଷ୍ୟ !

ଏ ସବୁ ସତ୍ତ୍ୱେ ସେ ନିଜର ନିଶା ଶିକ୍ଷା ଦାନରୁ କେବେ ବିବ୍ରତ ହୋଇ ନାହାନ୍ତି କି ନିଜର ଶାରିରୀକ ଅକ୍ଷମତା ତାଙ୍କୁ ବିରୋଧ କରି ପରି ନାହିଁ !

କୁହାଯାଏ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ସବୁ ଜାଗାରେ ସମ୍ମାନର ସହ ମୁଣ୍ଡ ଟେକି ଠିଆ ହୋଇପାରନ୍ତି ! ଯାହା ଅନ୍ୟଏମାନଙ୍କ ପାଇଁ ଏକ ପ୍ରରଣା ଅଟେ ! ବୈବାହିକ ସାଂସାରିକ ଜୀବନରେ ବାନ୍ଧି ହୋଇଥିଲେ ମଧ୍ୟ ନିଜର ବୃତ୍ତି ଓ ପାରିବାରିକ ଜୀବନକୁ ଅବହେଳା କରି ନାହାନ୍ତି ! କେବେ ବି ନିଜକୁ ଅକ୍ଷମ ବୋଲି ମଣି ନାହାନ୍ତି ! ନିଜର କର୍ତ୍ତବ୍ୟ କରିଚାଲିଛନ୍ତି ଦୃଢ ମନରେ !

ଯଦି ସରକାରୀ ସ୍ତରରେ ପ୍ରଶାନ୍ତକୁ କିଛି ପ୍ରାତ୍ସାହନ ମିଳନ୍ତା କିମ୍ବା ସହଯୋଗର ହାତଟି ମିଳନ୍ତା, ତେବେ ସେ ନିଜର ଗନ୍ତବ୍ୟ ପଥରେ ଅଗ୍ରସର ହେବ ସଂଗେ ସଂଗେ ସମାଜ ମଧ୍ୟ ତା’ର ସୁଫଳ ହୋଇଥାନ୍ତା !

ତଥାପି ତାଙ୍କର ସଂଘର୍ଷ ଚେଷ୍ଟା ପାଇଁ ତାଙ୍କୁ ସାଧୁବାଦ !!