ଶୁକ୍ରବାର ଦିନ ଏହି ଉପାୟଗୁଡ଼ିକ କରିବା ଦ୍ଵାରା ମାତା ଲଷ୍ମୀ ପ୍ରସନ୍ନ ହୋଇଥାନ୍ତି, ଧନ ସହ ସଫଳତା ମଧ୍ୟ ମିଳିଥାଏ ।

Spread the love

ମନୁଷ୍ୟ ଜୀବନ ସୁଖ-ଦୁଃଖର ଏକ ଅଦ୍ଭୁତ ସଙ୍ଗମ ଅଟେ । ଏମିତି କୌଣସି ବ୍ୟକ୍ତି ନାହିଁ ଯାହାର ଜୀବନରେ ସର୍ବଦା ଖୁସିରେ ରହିଥିବ, ତାହାର ଇଛା ନଥିଲେ ମଧ୍ୟ ନିଜର ଜୀବନରେ ଦୁଃଖର ସାମ୍ନା କରିବାକୁ ପଡିଥାଏ । ସୁଖ ଦୁଃଖ ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ଵ ଅଟେ । ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଏହି ସୁଖ ଓ ଦୁଃଖର ପଥ ଅତିକ୍ରମ କରିବାକୁ ପଡିଥାଏ । ବର୍ତ୍ତମାନ ଜୀବନରେ ମଣିଷ ନିଜ ଜୀବନକୁ ସୁଖମୟ କରିବା ପାଇଁ ବହୁ ପ୍ରକାରର ଚେଷ୍ଟା କରିଥାଏ କିନ୍ତୁ ତାଙ୍କୁ ଖୁସି ସହିତ ଅସୁବିଧାର ମଧ୍ୟ ସାମ୍ନା କରିବାକୁ ପଡିଥାଏ । ବର୍ତ୍ତମାନ ସମୟରେ ଲୋକଙ୍କ ସବୁଠାରୁ ବଡ଼ ସମସ୍ୟା ହେଉଛି ଟଙ୍କା । ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିବା ନିମନ୍ତେ ବ୍ୟକ୍ତି ସମସ୍ତ ସମୟ ଚିନ୍ତା କରିଥାଏ । ଯାହା ଦ୍ଵାରା ତାହାର ମାନସିକ ଚାପ ବଢ଼ି ଯାଇଥାଏ । ଧନ ପ୍ରାପ୍ତି ପାଇଁ ମାତା ଲଷ୍ମୀଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ । ଯଦି ଧନର ଦେବୀ ମାତା ଲଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହେ, ତେବେ ଆପଣ ଅଳ୍ପ ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିପାରିବେ ଏବଂ ଆପଣ ନିଜ ଜୀବନରେ ସର୍ବଦା ସଫଳତା ଆଡ଼କୁ ଅଗ୍ରସର ହେବାରେ ଲାଗିବା ।

ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ଉପାୟ ଉଲ୍ଲେଖ ରହିଛି, ଯାହା ଦ୍ୱାରା ଆପଣ ଧନର ଦେବୀ ମାତା ଲଷ୍ମୀଙ୍କର କୃପା ପ୍ରାପ୍ତ କରିପାରିବେ । ଏହି ଉପାୟ ଗୁଡିକୁ କରିବା ଦ୍ଵାରା ଶୀଘ୍ର ଆପଣଙ୍କୁ ଏହାର ପ୍ରଭାବ ଦେଖିବାକୁ ମିଳିବ । ଯେପରି ଶୁକ୍ରବାର ଦିନକୁ ମାତା ଲଷ୍ମୀଙ୍କ ଦିନ ବୋଲି କୁହାଯାଏ । ଯଦି ଏହିଦିନ ଆପଣ କିଛି ସହଜ ଉପାୟ କରନ୍ତି; ତେବେ ଏହା ଦ୍ଵାରା ମାତା ଲଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଶୁକ୍ରବାର ଦିନ କରିବାକୁ ଥିବା ଉପାୟଗୁଡିକ ବିଷୟରେ ଆପଣଙ୍କୁ ଜଣାଇବୁ, ଯାହାକୁ ଆପଣ ସହଜରେ କରିପାରିବେ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କୁ ଧନ ସହ ସମ୍ପୃକ୍ତ ସମସ୍ୟା ସହିତ ଅନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ ।

ଶୁକ୍ରବାର ଦିନ ଏହି ଉପାୟଗୁଡ଼ିକ କରିବା ଦ୍ଵାରା ମାତା ଲଷ୍ମୀ ପ୍ରସନ୍ନ ହୋଇଥାନ୍ତି :

• ମାତା ଲଷ୍ମୀଙ୍କ ଠାରୁ କୃପା ପାଇବା ପାଇଁ ଆପଣଙ୍କୁ ସର୍ଵ ପ୍ରଥମେ ଏହି ଉପାୟ କରିବାକୁ ପଡିବ । ଆପଣ ସକାଳୁ ଉଠିବା କ୍ଷଣି ମାତା ଲଷ୍ମୀଙ୍କୁ ପ୍ରଣାମ କରି ଧଳା ବସ୍ତ୍ର ପରିଧାନ କରନ୍ତୁ ଏବଂ ଧନର ଦେବୀ ମାତା ଲଷ୍ମୀଙ୍କ ଶ୍ରୀ ସ୍ଵରୂପ ଓ ଚିତ୍ର ସମ୍ମୁଖରେ ଠିଆ ହୋଇ ଶ୍ରୀ-ସୋତ୍ରର ପାଠ କରନ୍ତୁ ଏବଂ ପଦ୍ମ ଫୁଲ ଅର୍ପଣ କରନ୍ତୁ ।

• ଯଦି ଆପଣ ଶୁକ୍ରବାର ଦିନ ତିନିଜଣ କୁମାରୀ କନ୍ୟାଙ୍କୁ ଘରକୁ ଡାକି ଭୋଜନରେ କ୍ଷୀରୀ ଖାଇବାକୁ ଦିଅନ୍ତୁ ଏବଂ ସେମାନଙ୍କୁ ଦକ୍ଷିଣା ସ୍ଵରୂପେ କିଛି ଟଙ୍କା କିମ୍ବା ହଳଦିଆ ବସ୍ତ୍ର ଦାନ କରନ୍ତି; ତେବେ ଏହା ଦ୍ଵାରା ଆପଣଙ୍କ ଉପରେ ଧନର ଦେବୀ ମାତା ଲଷ୍ମୀଙ୍କ କୃପା ଅତିଶୀଘ୍ର ପ୍ରାପ୍ତ ହୋଇଥାଏ ।

• ଯଦି ଆପଣ ଶୁକ୍ରବାର ଦିନ କୌଣସି ଜରୁରୀ କାମରେ ବାହାରକୁ ବାହାରୁଛନ୍ତି, ତେବେ ବାହାରିବା ପୂର୍ବରୁ ଆପଣ କିଛି ମିଠା ଦହି ଖାଇ ବାହାରିବେ; ଏହା ଦ୍ଵାରା ମାତା ଲଷ୍ମୀଙ୍କ କୃପାରେ ଆପଣଙ୍କ କାମ ସଫଳ ହେବ ।

• ବେଳେବେଳେ ଦେଖାଯାଇ ଥାଏ ଯେ, କୌଣସି କଥାକୁ ନେଇ ପତି ପତ୍ନୀ ମଧ୍ୟରେ ମାନସିକତା ଚିନ୍ତା ବା କଳହ ଉତ୍ପନ୍ନ ହୋଇଥାଏ । ଯଦି ଆପଣଙ୍କ ସହ ଏପରି ପରିସ୍ଥିତି ଆସେ, ତେବେ ଆପଣ ନିଜ ଶୟନ କକ୍ଷରେ ପ୍ରେମୀ ପକ୍ଷୀର ଯୋଡାର ଫୋଟକୁ ଲଗାନ୍ତୁ, ଏହା ଦ୍ଵାରା ପତି ପତ୍ନୀ ମଧ୍ୟରେ ପରସ୍ପରର ସମ୍ପର୍କ ବଢିବା ସହ ପ୍ରେମ ମଧ୍ୟ ବଢିଥାଏ ।

• ଯଦି ଆପଣଙ୍କ କାମ କାର୍ଯ୍ୟରେ କୌଣସି ବାଧା ଉତ୍ପନ୍ନ ହେଉଛି; ତେବେ ଏହି ପରିସ୍ଥିତିରେ ଆପଣ ଶୁକ୍ରବାର ଦିନ କଳା ପିମ୍ପୁଡିକୁ ଚିନି ଖୁଆନ୍ତୁ, ଏହା ଦ୍ଵାରା ଆପଣଙ୍କ କାମ ସଫଳ ହେବ । କାମକାର୍ଯ୍ୟରେ ଆସୁଥିବା ବାଧା ଦୁର ହେବ ।

Comment Boxରେ ଜୟା ମାଆ ଲକ୍ଷ୍ମୀ ଲେଖନ୍ତୁ ।

Leave a Reply

Your email address will not be published. Required fields are marked *