ରାଜା ଦଶରଥଙ୍କର ମିତ୍ର ଜଟାୟୁଙ୍କ ପ୍ରାର୍ଥିବ ଶରୀର ! ୬୦୦୦୦ ବର୍ଷ ବଂଚିଥିଲେ

Spread the love

ଜଟାୟୁର ନାମ ଶୁଣିଥିବେବେ ଆପଣମାନେ ରାମାୟଣରେ । ଦୃଷ୍ଟା ରାବଣ ମାତା ସୀତା ଦେବୀଙ୍କୁ ଅପହରଣ କରି ନେବା ସମୟରେ, ଜଟାୟୁ, ଯିଏ କି ମାତା ସୀତାଙ୍କୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥିଲେ । କିନ୍ତୁ ରାବଣଙ୍କ ଦ୍ୱାରା ଜଟାୟୁ ମୃତ୍ୟୁ ବାରଣ କରିଥିଲେ । ଜଟାୟୁଙ୍କ ମୃତ୍ୟୁ ପରେ ତାଙ୍କ ମୃତ୍ୟୁ ଶରୀରକୁ ସ୍ୱୟଂ ରାମଚନ୍ଦ୍ର ଅନ୍ତିମ ସଂସ୍କାର କରିଥିଲେ । ତେବେ ବର୍ତ୍ତମାନ ତାଙ୍କ ସମାଧୀସ୍ଥଳୀର ଠିକଣା ମିଳିଛି । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ଅଧିକ ସୂଚନା ।

ଋଷି କଶ୍ୟପଙ୍କ ଦୁଇଟି ସନ୍ତାନ ଥିଲା । ଜଟାୟୁ ଥିଲେ ବଡ ପୁଅ । ଜଟାୟୁଙ୍କ ଭାଇ ମଧ୍ୟ ଥିଲେ, ଯାହାକଙ୍କ ନାଁ ସଂପତି ଥିଲା । ସଂପତି ହିଁ ହନୁମାନଙ୍କୁ ମାତା ସୀତା ଦେବୀ ଲଙ୍କାଗଡରେ ଥିବା ସୁଚନା ଦେଇଥିଲେ । ତେବେ ଦୁଇ ଭାଇ ବାଲ୍ୟ କାଳରେ ସୂର୍ଯ୍ୟଙ୍କ ନିକଟରେ ପହଂଚିବାର ଥିଲେ ଏବଂ ସୂର୍ଯ୍ୟଙ୍କ ତେଜରେ ଜଳିବାକୁ ଲାଗିଲେ । ସେହି ମୁହୂର୍ତ୍ତରେ ସଂପତି ନିଜ ଜ୍ୟେଷ୍ଠ ଭାତ୍ରା ଜଟାୟୁକୁ ବନ୍ଚିଥିଲେ ଏବଂ ଦୁର୍ଭାଗ୍ୟବଶତଃ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ ।

ରାମାୟଣ ଗ୍ରନ୍ଥ ଶାସ୍ତ୍ର ଅନୁସାରେ, ତ୍ରିଭୁବନ ବିଜେୟିତା ଲଙ୍କାସୁର ରାବଣ ମାତା ସୀତାଙ୍କୁ ଯେତେବେଳେ ଅପରହରଣ କରି ପୁଷ୍ପକ ବିମାନରେ ନେଉଯାଉଥିଲେ ସେହି ସନ୍ଧିମୂହୂର୍ତ୍ତରେ ଜଟାୟୁ ହିଁ ପ୍ରଥମେ, ଲଙ୍କାପତିଙ୍କ ପଥକୁ ଅବରୋଧ କରିଥିଲେ । ବର୍ଦ୍ଧକ୍ୟର ଶେଷ ସୀମାରେ ଉପନୀତ ହୋଇଥିବା ଜଟାୟୁ ଲଙ୍କାପତି ରାବଣର ମୁକାବିଲା କରିପାରି ନ ଥିଲେ କିନ୍ତୁ ମାତା ସୀତାଙ୍କ ରାକ୍ଷସ ରାବଣଙ୍କ ଠାରୁ ରକ୍ଷା କରିବା ପାଇଁ ମୃତ୍ୟୁର ଶେଷ ସୀମା ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ! ଶେଷରେ, ସେ ତାଙ୍କ ଜୀବନ ହାରି ଦେଇଥିଲେ । ଜଟାୟୁର ମୃତ୍ୟୁରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଗଭୀର ମର୍ମାହତ ହୋଇ ପଡିଥିଲେ । ସେ ନିଜ ହାତରେ ଜଟାୟୁଙ୍କ ଅନ୍ତିମ ସଂସ୍କାର କରିଥିଲେ ।

ତେବେ ଯେଉଁଠାରେ ଭଗବାନ ଶ୍ରୀରାମ ଜଟାୟୁଙ୍କ ପ୍ରାର୍ଥିବ ଶରୀର ଦାହ କରିଥିଲେ ତାହା ପାକ୍ଷୀ ମନ୍ଦିର ନାମରେ ବର୍ତ୍ତମାନ ଜଣାଶୁଣା । ଯାହାକି କେରଳରେ ରହିଛି ।