ମାଆ ଗର୍ଭରେ ବଢୁଥିବା ଶିଶୁର ୯ ଟି ରୋମାଞ୍ଚକର କଥା, ଆସନ୍ତୁ ଜାଣିବା !

Spread the love

ଗର୍ଭବତୀ ମହିଳାମାନେ, ସେମାନଙ୍କ ଗର୍ଭରେ ବଢୁଥିବା ଶିଶୁ ବିଷୟରେ ଜାଣିବା ପାଇଁ ବ୍ୟାକୁଳତା ହୋଇଯାନ୍ତି । ଗର୍ଭବତୀ ସମୟରେ (ultrasound) ଅଲ୍ଟ୍ରାସାଉଣ୍ଡ କରିବା ବେଳେ ଡାକ୍ତରଙ୍କ ଠାରୁ ମଧ୍ୟ ଏହି ବିଷୟରେ ପରାମର୍ଶ ନିଅନ୍ତି । ମା’ର ଗର୍ଭରେ ଶିଶୁ ବଢୁଥିବା ବେଳେ ପ୍ରତିଦିନ ଶରୀରରେ ଆଶ୍ଚର୍ଯ୍ୟଜନକ ବିକାଶ ଘଟିଥାଏ । ଯାହା ବିଷୟରେ ଜାଣିଲେ ବାସ୍ତବରେ ଆଶ୍ଚର୍ଯ୍ୟ ଲାଗେ । ଗର୍ଭବତୀ ମହିଳାମାନେ ବାନ୍ତି କରିବାର ଗୋଟିଏ ସପ୍ତାହ ପରେ ଏହା ସୂଚନା ମିଳିଥାଏ ଯେ, ଗର୍ଭରେ ବଢୁଥିବା ଶିଶୁର ନୂଆ ଅଙ୍ଗ ବିକାଶରେ ଗର୍ଭବତୀ ମହିଳାମାନେ ଖାଇଥିବା ଖାଦ୍ୟ ପଦାର୍ଥ ବିନିଯୋଗ ହୋଇଛି । ଆଜି ଆମେ ଏହି ଅନୁଛେଦ ଜରିଆରେ କହିବୁ ପ୍ରତି ସପ୍ତାହ ଓ ପ୍ରତିଦିନ ଶିଶୁର ବିକାଶ ଯାହା ଜାଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିବ ।

-) ଗର୍ଭାବସ୍ଥାର ନବମ ସପ୍ତାହ ସମୟରେ ଶିଶୁର ଆଖି ଓ କାନର ବିକାଶ ହୋଇଥାଏ ! ପ୍ରଥମେ ଆଖି ଏବଂ ତା’ପରେ କାନର ବିକାଶ ହୋଇଥାଏ ! ଏହି ଅବସ୍ଥାରେ ହିଁ ଚେହେରାର ରୂପରେଖା ଆସିଥାଏ !

-) ଗର୍ଭାବସ୍ଥାର ନବମ ସପ୍ତାହରେ ଶିଶୁର ଯୌନାଙ୍ଗ (Testicles) ବୃଦ୍ଧି ଘଟିଥାଏ ! 12 କିମ୍ବା 13 ସପ୍ତାହ ମଧ୍ୟରେ ସହଜରେ ଜାଣି ପାରିବ ଗର୍ଭରେ ବଢୁଥିବା ଶିଶୁ ପୁଅ ନା ଝିଅ !

-) ଗର୍ଭାବସ୍ଥାର 12 ସପ୍ତାହ ମଧ୍ୟରେ ଶିଶୁର ଶରୀର ପୂର୍ଣ୍ଣ ରୂପରେ ବିକାଶ ହୋଇଥାଏ ! ଏହି ଅବସ୍ଥାରେ ଶରୀରର ଉଚ୍ଚତା 5 ସେ.ମି. ହୋଇଥାଏ ! ଆଖି, ନାକ, କାନ, ଗଇଠି, ନଖ ମଧ୍ୟ ହୋଇଯାଇଥାଏ !

-) ଜନ୍ମ ସମୟରେ ଶିଶୁର ଉଚ୍ଚତା ଯେତିକି ହୋଇଥାଏ ଗର୍ଭବସ୍ଥାର 20 ସପ୍ତାହରେ ଶିଶୁର ଉଚ୍ଚତା ଅଧା ହୋଇଥାଏ ! ଏହି ସମୟରେ ଶିଶୁର ଆଖି ପଲକ ମଧ୍ୟ ବିକାଶ ହୋଇଥାଏ !

-) ଗର୍ଭାବସ୍ଥାର 24 ସପ୍ତାହ ପରେ ଶିଶୁର ଶୁଣିବା ଶକ୍ତି ବିକାଶ ହୋଇଥାଏ ! ଏହି ଅବସ୍ଥାରେ ଶିଶୁର ଚେହେରା ଓ ଅନ୍ୟାନ୍ୟ ଅଙ୍ଗ ମଧ୍ୟ ବିକାଶ ହୋଇଥାଏ ! ଏହି ସମୟରେ ଶିଶୁର ଶରୀରରେ ଚର୍ମ ଅତି ପତଳା ହୋଇଥାଏ !

-) ଘ୍ରାଣ ଶକ୍ତି ବା ଶୁଣିବା କ୍ଷମତା ଗର୍ଭାବସ୍ଥାର 28 ସପ୍ତାହ ପରେ ବିକାଶ ଲାଭ କରିଥାଏ !

-) ଗର୍ଭାବସ୍ଥାର 32 ସପ୍ତାହରେ ଶିଶୁର ଆଖି ଖୋଲିଥାଏ ଏବଂ ଏହି ଅବସ୍ଥାରେ ଶିଶୁ ଗର୍ଭା ସ୍ଥିତି ମଧ୍ୟ ବଦଳାଇଥାଏ ! ଏହି ସମୟରେ ଶିଶୁର ଗୋଡ, ହାତ, ଜଙ୍ଘ ବିକାଶ ହୋଇଥାଏ ! ଯାହାର ପରିଣତି ସ୍ୱରୂପ ଗର୍ଭବତୀ ମା ଅଧିକ କଷ୍ଟ ଓ ବିରକ୍ତ ଅନୁଭବ କରିଥାଏ ! ଏହି ଅବସ୍ଥାରେ ଶିଶୁର ଲମ୍ବା 44 ସେ.ମି.ରୁ 55 ସେ.ମି. ହୋଇଯାଇଥାଏ !

-) 40 ସପ୍ତାହରେ ଶିଶୁ ଗର୍ଭାବସ୍ଥାରେ ପୂର୍ଣ୍ଣ ରୂପରେ ବିକଶିତ ହୋଇଯାଇଥାଏ ! ଏହା ଗର୍ଭାବସ୍ଥାର ଶେଷ ସୀମା !

-) ଗର୍ଭାବସ୍ଥାର ଶେଷ ସୀମାରେ ଶିଶୁର ଓଜନ 2 ରୁ 3 କିଲୋଗ୍ରାମ ହୋଇଥାଏ ! କେତେକ ଶିଶୁ 3 ରୁ 5 କିଲୋଗ୍ରାମ ଓଜନର ମଧ୍ୟ ହୋଇଥାନ୍ତି ! ଏହିପରି ଶିଶୁଙ୍କୁ ସ୍ୱାସ୍ଥ୍ୟ ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଇଛି !