ବିଷ୍ଣୁ ଭଗବାନଙ୍କୁ କିଏ ଓ କାହିଁକି ସୁଦର୍ଶନ ଚକ୍ର ଦେଇଥିଲେ ?

Spread the love

ଭଗବାନ ବିଷ୍ଣୁ ଙ୍କୁ ସୁଦର୍ଶନ ଚକ୍ର କିଏ ଓ କାହିଁକି ଦେଇଥିଲେ ଆସନ୍ତୁ ସମ୍ପୂର୍ଣ ରୁପେ ଜାଣିବା ଶିବ ଭଗବାନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ଦେଇଥିଲେ ।

ଭଗବାନ ବିଷ୍ଣୁ ଓ ଶିବଙ୍କ ଜଡ଼ିତ ଅନେକ କଥା ପୁରାଣ ଶାସ୍ତ୍ର ଓ ଗ୍ରନ୍ଥ ଗୁଡିକରେ ମିଳିଥାଏ । ଏଭଳି ହିଁ ଗୋଟିଏ ରମାଞ୍ଚକ କଥା ଶୁକ୍ଳ ଚତୁର୍ଦ୍ଦଶୀ ସହ ଜଡ଼ିତ । ଏହି ଦିନ ବୈକୁଣ୍ଠ ଚତୁର୍ଦ୍ଦଶୀର ପର୍ବ କରାଯାଇ ଥାଏ । ଏହି ଦିନ ଭଗବାନ ବିଷ୍ଣୁ ଓ ଶିବଙ୍କ ପୂଜା କରିବାର ବିଧାନ ଅଛି । ଶିବ ଭଗବାନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର କାହିଁକି ଦେଲେ ?

ଆସନ୍ତୁ ଏବେ ଆମେ ସମ୍ପୂର୍ଣ ରୁପେ ଜାଣିବା । ଦିନେ ଭଗବାନ ବିଷ୍ଣୁ, ଶିବଙ୍କ ପୂଜା କରିବା ପାଇଁ କାଶୀ ଯାଇଥିଲେ । ଏଠାରେ ମଣିକାର୍ଣିକ ଘାଟରେ ସ୍ନାନ କରି ଏକ ହଜାର ସ୍ୱର୍ଣ୍ଣ କୋମଳ ଫୁଲରେ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ସଂକଳ୍ପ ନେଲେ । ଅଭିଷେକ ପରେ ଯେତେବେଳେ ଭଗବାନ ବିଷ୍ଣୁ ପୂଜା କରିବାକୁ ଲାଗିଲେ ସେତେବେଳେ ତାଙ୍କ ପରୀକ୍ଷା ନେବାପାଇଁ ଶିବ ଭଗବାନ ସେହି ଫୁଲରୁ ଗୋଟିଏ ଫୁଲକୁ କମେଇ ଦେଇଥିଲେ । ଭଗବାନ ବିଷ୍ଣୁ ନିଜ ସଂକଳ୍ପ ପୁରଣ କରିବା ପାଇଁ ଏକ ହଜାର କୋମଳ ଫୁଲ ଶିବ ଭଗବାନଙ୍କୁ ଚଢାଇ ବାର ଥିଲା । ଗୋଟିଏ ପୁଷ୍ପ କମ ଥିବାରୁ ତାଙ୍କେ ଭାବିଲେ କି ମୋ ଆଖି କୋମଳ ସହ ସମାନ ଅଟେ ଏଥିପାଇଁ ମୋତେ କୋମଳ ନୟନ ଓ ପୁନ୍ଦରିକ୍ଷା କହିଥାନ୍ତି । ଗୋଟିଏ କୋମଳ ଫୁଲ ବଦଳରେ ମୁଁ ମୋର ଆଖିକୁ ଶିବ ଭଗବାନଙ୍କୁ ଚଢେଇ ଦେବି । ଏହା ଭାବି ଭଗବାନ ବିଷ୍ଣୁ ସେତେବେଳେ ନିଜ ଆଖିକୁ ଚଢାଇବାକୁ ଯାଉଥିଲେ, ଠିକ୍ ସେହି ମୁହୂର୍ତ୍ତରେ ଶିବ ଭଗବାନ ପ୍ରକଟ ହେଲେ ଓ କହିଲେ ହେ ! ବିଷ୍ଣୁ ତୁମ ସମକକ୍ଷ ଏହି ସଂସାରରେ ଅନ୍ୟ କେହି ମୋର ଭକ୍ତ ନାହାଁନ୍ତି ।

ଆଜି ହେଉଛି କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଆଜିଠାରୁ ବୈକୁଣ୍ଠ ଚତୁର୍ଦ୍ଦଶୀ ବୋଲି କୁହାଯିବ । ଏହି ଦିନ ବ୍ରତ ଅନୁଯାୟୀ ଯିଏ ପ୍ରଥମେ ତୁମକୁ ଓ ପରେ ମୋର ପୂଜା କରିବେ ସେ ବୈକୁଣ୍ଠଲୋକ ପ୍ରାପ୍ତ କରିବେ । ସେତେବେଳେ ପ୍ରସନ୍ନ ହେଇ ଶିବ ଭଗବାନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ଦେଲେ ଓ କହିଲେ ଏହି ଚକ୍ର ରାକ୍ଷସମାନଙ୍କୁ ବିନାସ କରିବାପାଇଁ କାମରେ ଆସିବ । ତିନିଲୋକରେ ଏହାର ସମାନତା କରିବା ବାଲା ଅସ୍ତ୍ର ମିଳିବ ନାହିଁ ।

!! ଜୟ ଜଗନ୍ନାଥ !!