ବିବାହ ପୂର୍ବ ଦିନ ବିବାହ କରିବାକୁ ଯାଉଥିବା ବର ଯୌତୁକ ବାବଦକୁ ମଟର ସାଇକେଲ ଓ ସୁନା ଚେନ ଦାବି କରି ଥିଲେ

Spread the love

ବିବାହ ପୂର୍ବ ଦିନ ବିବାହ କରିବାକୁ ଯାଉଥିବା ବର ଯୌତୁକ ବାବଦକୁ ମଟର ସାଇକେଲ ଓ ସୁନା ଚେନ ଦାବି କରି ଥିଲେ, ପ୍ରତିବଦଲରେ ବିବାହ କରିବାକୁ ଯାଉଥିବା ବରର କୁ କେହି ଅଧା ଲଣ୍ଡା କରି ଦେଲେ :

ଉତ୍ତରପ୍ରଦେଶର ରାଜଧାନୀ Lucknow ରେ ଏମିତି କିଛି ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ସ୍ତଂଵିଭୂତ କରିଦେଇଛି ! ବିବାହ କରିବାକୁ ଯାଉଥିବା ବର ବିବାହର ଠିକ ପୂର୍ବ ଦିନ କନ୍ୟା ପିତାଙ୍କ ନିକଟରେ ଗୋଟିଏ ମଟର ସାଇକେଲ ଓ ସୁନା ଚେନ ଯୌତୁକ ବାବଦକୁ ଦାବି କରିଥିଲେ ! ଫଳସ୍ୱରୂପ ବରକୁ ଅଧା ଲଣ୍ଡା କରି ଦେଇଛିନ୍ତି କିନ୍ତୁ କିଏ ଲଣ୍ଡା କରିଛନ୍ତି, ଏ ସମ୍ପର୍କରେ ଏଯାବତ କିଛି ସୂଚନା ମିଳି ନାହିଁ ! କିନ୍ତୁ ସୋସିଆଲ ମେଡିଆରେ ଏହି ବରର ଫୋଟୋ viral ହେବାରେ ଲାଗିଛି ! ANI UP ଏହି ଫୋଟୋକୁ ଟୁଇ-ଟରରେ ସେୟାର କରିବାର କିଛି କ୍ଷଣ ମଧ୍ୟରେ 400ରୁ ଅଧିକ like ମିଳିବ ସହ ଏହି ଫୋଟୋ viral ହେବାରେ ଲାଗିଛି !

ବିବାହ କରିବାକୁ ଯାଉଥିବା ବର କହିଲା :- ବିବାହ କରିବାକୁ ଯାଉଥିବା କନ୍ୟା whatsapp ବ୍ୟବହାର କରୁଛି ତେଣୁ ବିବାହ କରିବି ନାହିଁ ! ଏହା କହିବା ପରେ ପୁଣି ସର୍ତ୍ତ ରଖିଲା 65 ଲକ୍ଷ ଟଙ୍କାର ଯୌତୁକ ଦାବି !

ଝିଅର ଜେଜେମା କହିବା ମୁତାବକ ବିବାହର 5 ଦିନ ପୂର୍ବରୁ ପୁଅ (ବର) ଗୋଟା ମଟର ସାଇକେଲ ଓ ସୁନା ଚେନ ମାଗିଥିଲେ ! କିନ୍ତୁ ଆମ୍ଭେମାନେ ଦେବାକୁ ଅସମର୍ଥ ହେବାରୁ ସେ ବିବାହ କରିବାକୁ ସିଧା ସିଧା ମନା କରିଦେଲେ ! ଏଂବ ବିବାହ ଦିନ କିଏ ତାକୁ ଅଧା ଲଣ୍ଡା କରିଛି ଆମ୍ଭେମାନେ ସେ ବିଷୟରେ କିଛି ଜାଣୁ ନାହୁଁ ! ଏହି ଖବର ପୋଲିସ ପାଖରେ ପହଁଚିବା ପରେ ଯୌତୁକ ବୋଲି ଜାଣିବାକୁ ପାଇଲୁ ତାପୂର୍ବରୁ ଆମ୍ଭେମାନେ ଭାବୁଥିଲୁ ପୁଅ ଶ୍ରଦ୍ଧାରେ ମାଗୁଛି ବୋଲି !

ସମାଜରେ ଆଜି ମଧ୍ୟ ଏମିତି ଲୋକ ଅଛନ୍ତି ଯେଉଁମାନେ କି ଜାଣି ନାହାନ୍ତି ଯୌତୁକ ମାନେ କଣ ?
ସେ ଯିଏ ହେଉ ନ କାହିଁକି ବର ପୁଅ କୁ ଲଣ୍ଡା କରି କିଛି ଭୁଲ କରି ନାହାନ୍ତି !