ବିବାହ ପରେ ଜିନ୍ସ ପିନ୍ଧିଥିବା କାରଣରୁ ପତି ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ । ପତି କହିଛନ୍ତି ମୋତେ ଏହା ସବୁ ପସନ୍ଦ ନୁହେଁ ।

Spread the love

ଝିଅ ବନ୍ଧୁ ଜିନ୍ସ ପିନ୍ଧିଲେ ତାହା ଠିକ ଅଟେ, କିନ୍ତୁ ପତ୍ନୀ ଜିନ୍ସ ପିନ୍ଧିଲେ ଏହା ଚାଲିବ ନାହିଁ, ପତ୍ନୀ ଶାଢୀ ହିଁ ପିନ୍ଧିବେ ଏହା କେଉଁଠାର ନିୟମ ଅଟେ ?

ହିନ୍ଦୁ ଧର୍ମ ଅନୁସାରେ ବିବାହ ପରେ ବହୁତ ଗୁଡିଏ ପ୍ରାଧ୍ୟାନ୍ୟତା ରହିଥାଏ ଯାହା ଜଣେ ବିବାହିତ ନାରୀ ମାନି ଚାଲିଥାନ୍ତି । ଯେମିତି ବିବାହ ପରେ ସିନ୍ଥିରେ ସିନ୍ଦୁର, ହାତରେ ଚୁଡି, ପାଦରେ ପାଉଁଜି ଏବଂ ଗଳାରେ ମଙ୍ଗଳସୂତ୍ର ରହିବା ନିହାତି ଜରୁରୀ ଅଟେ । ସେହି ସମୟରେ ଜଣେ ନାରୀ ବିବାହିତ ବୋଲି ଜଣା ପଡିଥାଏ । କିନ୍ତୁ ଆଜିକାଲିର ସମୟରେ ସମସ୍ତ ନିୟମ ମାନି ଚଳିବା ପ୍ରତିଟି ନାରୀଙ୍କ ପକ୍ଷରେ ସମ୍ଭବ ହୋଇନଥାଏ । କିଛି ମହିଳା ଏହି ସବୁ ନିୟମ ପାଳନ କରିଥାନ୍ତି ତ କିଛି ମହିଳା ଏହି ନିୟମଗୁଡିକୁ ପରିସ୍ଥିତିରେ ପଡି ମାନି ଚାଲି ପାରନ୍ତି ନାହିଁ ।

ଆଧୁନିକ ଯୁଗର ନାରୀମାନେ ସମସ୍ତ ନୀତିନିୟମକୁ ମାନିବା ପାଇଁ ଅମଙ୍ଗ ହୋଇଥାନ୍ତି । କିନ୍ତୁ ଏହି ସମାଜର ନିୟମ ନ ମାନିବା କାରଣରୁ ଏକ ପରିବାର ନଷ୍ଠ ହୋଇଯାଇଛି । ଆପଣ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇ ଥିବେ କିନ୍ତୁ ଏପରି ଅସଲ ଜୀବନରେ ଘଟିଛି । ଜଣେ ବ୍ୟକ୍ତି କେବଳ ଏହି କଥାରେ ନିଜର ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି । କାରଣ ପତ୍ନୀ ଜଣକ ମଥାରେ ସିନ୍ଦୁର ଏବଂ ଶାଢୀ ପିନ୍ଧୁ ନ ଥିଲେ । ଆସନ୍ତୁ ଜାଣିବେ ପୁରା ଘଟଣା କଣ ?

ରାଜସ୍ଥାନରେ ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି । ଯେଉଁଠି ଜଣେ ବ୍ୟକ୍ତି ଅଦାଲତରେ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବା ପାଇଁ ଅର୍ଜି ଦେଇଥିଲା ଏବଂ ସେ କାରଣ ଦର୍ଶାଇଛନ୍ତି ଯେ ପତ୍ନୀ ବିବାହ ପରେ ବୋହୁ ରୂପରେ ରହୁ ନାହାନ୍ତି । ଏହି କାରଣରୁ ସେ ନିଜ ପତ୍ନୀଙ୍କ ଠାରୁ ଛାଡପତ୍ର ନେବା ପାଇଁ ଚାହୁଁଛନ୍ତି । ଏହି ଘଟଣା ପରେ ପତ୍ନୀ ଭୋପାଳର ଏକ ଅଦାଲତରେ ନିଜ ପତିଙ୍କ ଉପରେ ଭରଣପୋଷଣ ପାଇଁ କେସ୍ ଦାଏର କରିଛନ୍ତି । ସେହି ସମୟରେ ଏହି ଘଟଣା ସାମ୍ନାକୁ ଆସିଛି ।

ପତି ଜଣଙ୍କ ପେଷାରେ ବ୍ୟବସାୟୀ ଅଟନ୍ତି । ଏହି ପୁରା ଘଟଣାରେ ସେ କହିଛନ୍ତି, ବିବାହ ପରେ ଝିଅମାନେ ପରମ୍ପରା ମଧ୍ୟରେ ରହିବା ଉଚିତ କିନ୍ତୁ ପତ୍ନୀ ସେହି ପରମ୍ପରା ଗୁଡିକୁ ନ ମାନି ମଥାରେ ସିନ୍ଦୁର ଦେଉନଥିଲେ ଏବଂ ଶାଢୀ ପିନ୍ଧୁ ନଥିଲେ । ବିବାହ ପରେ ସେ ଜିନ୍ସ ଟୋପସ୍ ପିନ୍ଧି ପତ୍ନୀ ରୂପେ ନୁହେଁ ଝିଅ ବାନ୍ଧବୀ ରୂପେ ରହିବା ପାଇଁ ଚାହୁଁଥିଲେ, ଯାହା ମୋତେ ପସନ୍ଦ ନଥିଲା ।

ଯେତେବେଳେ ପତ୍ନୀଙ୍କୁ ଏହି ବିଷୟରେ ପଚରା ଯାଇଥିଲା ତେବେ ପତ୍ନୀ କହିଥିଲେ, ସେ ବିବାହ ପୂର୍ବରୁ ମୁମ୍ବାଇରେ ରହି ଚାକିରି କରିଥିଲେ । କିନ୍ତୁ ବିବାହରେ ସେ ଏହି ସର୍ତରେ କରିଥିଲେ ଯେ, ବିବାହ ପରେ ତାଙ୍କୁ ନିଜ କମ୍ପାନୀରେ ଚାକିରି ଦେବେ ପତି । କିନ୍ତୁ ବିବାହ ପରେ ପତି ନିଜ କଥାରେ ରହିନଥିଲେ । ଦୁହେଁ ବର୍ତ୍ତମାନ ଦୁହିଁଙ୍କ ସହ ନରହିବା ପାଇଁ ଚିନ୍ତା କରି ସାରିଛନ୍ତି ଏବଂ ଦୁହେଁ ପରସ୍ଵର ପରାମର୍ଶରେ ଛାଡପତ୍ର ନେଇ ସାରିଛନ୍ତି ।