ବିଜେପିରେ ସାମିଲ ହେଲେ ଗୌତମ ଗମ୍ଭୀର, ଦିଲ୍ଲୀ ଲୋକ ସଭା ଆସନରୁ ହେବେ ପ୍ରାର୍ଥୀ

ନୂଆ ଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ଗୌତମ ଗମ୍ଭୀର ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟିର ସଦସ୍ୟତା ବିଧିବଦ୍ଧ ଭାବରେ ଗ୍ରହଣ କରିଛନ୍ତି । ଅର୍ଥ ମନ୍ତ୍ରୀ ଅରୁଣ ଜେଟଳି ଏବଂ ଆଇନ ମନ୍ତ୍ରୀ ରବୀଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ଗୌତମ ଗମ୍ଭୀର ବିଜିପିରେ ସାମିଲ ହେଲେ । ଭାରତୀୟ ଜନତା ଦଳ ତରଫରୁ ଗମ୍ଭୀର ନୂଆ ଦିଲ୍ଲୀରୁ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ପାରନ୍ତି । ନୂଆ ଦିଲ୍ଲୀ ଲୋକ ସଭା ଆସନରେ ବର୍ତ୍ତମାନ ମିନାକ୍ଷୀ ଲୋଖି ସଂସଦୀୟ ଅଛନ୍ତି, ଚଳିତ ୨୦୧୯ ନିର୍ବାଚନରେ ଗୌତମ ଗମ୍ଭୀର ନୂଆ ଦିଲ୍ଲୀ ଲୋକସଭା ଆସନରୁ ଲଢି ପାରନ୍ତି ।
Delhi: Former Cricketer Gautam Gambhir joins Bharatiya Janata Party(BJP) in the presence of Union Ministers Arun Jaitley and Ravi Shankar Prasad pic.twitter.com/EYmhfSSMy7
— ANI (@ANI) March 22, 2019
ବିଜେପିରେ ସାମିଲ ହେବ ପରେ ଗମ୍ଭୀର କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଭାରେ ପ୍ରଭାବିତ, ପ୍ରଧାନମନ୍ତ୍ରୀଙ୍କ ଆଶକୁ ଆନ୍ତରିକ ଭାବରେ ପୂରଣ କରିବା ପାଇଁ ଚେଷ୍ଟା କରିବି ।”