ପ୍ଲେ ଅଫ୍ ରୁ ବାହାରି ଯିବା ପରେ ପ୍ରୀତି ଜିଣ୍ଟା, ଧୋନୀଙ୍କୁ ଖୋଲା ଚେତାବନୀ ଦେଇଛନ୍ତି । କହିଛନ୍ତି “ମୋ ଠାରୁ ସାମ୍ଭାଳିକି ରୁହ” ।

Spread the love

ପ୍ରୀତି ଜିଣ୍ଟାଙ୍କ ପଞ୍ଜାଵ ଦଳ ଶେଷ ମ୍ୟାଚରେ ଚେନ୍ନାଇକୁ ପରାଜିତ କରିଛ ।

ଆପିଏଲର ଅନ୍ତିମ ଚରଣ ଚାଲିଛି । ଏହି ସିଜନ୍, କୌଣସି ଦଳ ପାଇଁ ଭଲ ହୋଇଥିବା ବେଳେ କିଛି ଦଳ ପାଇଁ ଖରାପ ହୋଇଛି । ଏହା ମଧ୍ୟରେ କିଙ୍ଗସ୍ ଇଲେବେନ୍ ପଞ୍ଜାଵ ନିଜର ଶେଷ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସକୁ ପରାସ୍ତ କରିଛି ଯାହାପରେ ପଞ୍ଜାବର ମାଲିକ ପ୍ରୀତି ଜିଣ୍ଟା ଚେନ୍ନାଇର କ୍ୟାପଟେନ୍ ଙ୍କୁ ଖୋଲା ଚେତାବନୀ ଦେଇଛନ୍ତି । ହୋଇଥାଇ ପାରେ ପଞ୍ଜାଵ ନିଜର ଶେଷ ମ୍ୟାଚ୍ ଜିତି ଥିଲେ ମଧ୍ୟ ପ୍ଲେ ଅଫରେ ସ୍ଥାନ ହାସଲ କରିପାରି ନାହିଁ । ପ୍ଲେ ଅଫରେ ସ୍ଥାନ ହାସଲ ନ କରି ପାରିବା ପରେ ପ୍ରୀତି, ଧୋନୀଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ।

ଆପିଏଲର ପ୍ରାରମ୍ଭିକ ମ୍ୟାଚ ଗୁଡିକରେ ପଂଜାବର ପ୍ରଦର୍ଶନ ଭଲ ରହିଥିଲା କିନ୍ତୁ ଧୀରେ ଧୀରେ ମ୍ୟାଚ ଗୁଡିକ ହାରିବା ପରେ ଦଳ ପ୍ଲେ ଅଫରେ ସ୍ଥାନ ହାସଲ କରି ପାରିନଥିଲା । କିଙ୍ଗସ୍ ଇଲେଭେନ ଶେଷ ମ୍ୟାଚରେ ଜିତିବା ପରେ ପଂଜାବର ମାଲିକାନୀ ପ୍ରୀତି ଜିଣ୍ଟା ଧୋନୀଙ୍କ ସହ ହାତ ମିଳାଇବା ସମୟରେ ଚେତାବନୀ ଦେଇ ଥିଲେ । ମ୍ୟାଚ୍ ପରେ ନିଜ ଟୁଇଟ୍ ମାଧ୍ୟମରେ ଏକ ଚିତ୍ର ସେୟାର କରିଛନ୍ତି; ଯେଉଁଥିରେ ସେ ଧୋନୀଙ୍କ ସହ ହାତ ମିଳୁଥିବାର ନଜର ଆସୁଛି ।

ମୋ ଠାରୁ ସାମ୍ଭାଳିକି ରୁହନ୍ତୁ – ପ୍ରୀତି ଜିଣ୍ଟା :

ମଙ୍ଗଳବାର ଦିନ ପ୍ରୀତି ଜିଣ୍ଟା ଟୁଇଟରେ ଏକ ଚିତ୍ର ସେୟାର କରି ଲେଖିଛନ୍ତ; ଏମିତିରେ ମୋତେ ମିଶାଇ ଅନେକ ପ୍ରଶଂସକ ଧୋନୀଙ୍କ ରହିଛନ୍ତି । କିନ୍ତୁ ମୁଁ ତାଙ୍କ ଝିଅ ଜୀଭାଙ୍କ ବଡ଼ ପ୍ରଶଂସକ ଅଟେ । ଏହି ଚିତ୍ରରେ ସେ କହିଛନ୍ତି, “ଧୋନୀ ମୋଠାରୁ ସମ୍ଭାଳିକି ରୁହନ୍ତୁ” କାରଣ ମୁଁ ଜିଭାଙ୍କୁ ଅପହରଣ ମଧ୍ୟ କରିପାରେ । ଏହି ସବୁ କଥା ପ୍ରୀତି ମଜାକିୟା ଢଙ୍ଗରେ କରିଛନ୍ତି । ଶେଷରେ ପ୍ରୀତି ଏହି ଚିତ୍ର ଉପରେ ନିଜ ପ୍ରଶଂସକଙ୍କୁ କ୍ୟାପ୍ସନ (Caption) ମାଗିଛନ୍ତି ।

ଧୋନୀଙ୍କ ଝିଅ ଜିଭାଙ୍କ ପ୍ରଶଂସକ ଅଟନ୍ତି ପ୍ରୀତି ଜିଣ୍ଟା :

ଦିନକୁ ଦିନ ପ୍ରୀତି ଧୋନୀଙ୍କ ଝିଅଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛନ୍ତି । ପ୍ରତି ମ୍ୟାଚର ଶେଷରେ ଜୀଭା ପଡ଼ିଆରେ ଦେଖା ଯାଆନ୍ତି । ସେହି ସମୟରେ ସେ ନିଜ ପିତା ଧୋନୀଙ୍କ ସହ ଖୁବ୍ ମସ୍ତି କରିଥାନ୍ତି । କେବଳ ଏତିକି ନୁହେଁ ନିଜ କୋମଳ ସୁନ୍ଦର ଚେହେରାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦିଅନ୍ତି ଜୀଭା । ଏହି କାରଣରୁ ପ୍ରୀତି ଜିଭାଙ୍କ ପ୍ରଶଂସକ ସାଜିଛନ୍ତି ।

ଶେଷ ମ୍ୟାଚରେ ପଞ୍ଜାଵ ବିଷମ ପରିସ୍ଥିତିରେ ପଡି ଯାଇଥିଲା :

ପ୍ରତିଥର ପରି ଏଥର ମଧ୍ୟ ପଞ୍ଜାଵ ପ୍ରାରମ୍ଭରେ ଭଲ ପ୍ରଦର୍ଶନ ଜାରି ରଖିଥିଲା । ଧୀରେ ଧୀରେ ପ୍ରଦର୍ଶନ ଭଲ ହୋଇନଥିଲା ଏବଂ ମ୍ୟାଚ ଗୁଡିକ ହାରିବାରେ ଲାଗିଲା ପଞ୍ଜାଵ । ଯାହାଫଳରେ ପ୍ଲେ ଅଫରେ ସ୍ଥାନ ପାଇ ନଥିଲା । ଦଳର ପ୍ରଦର୍ଶନରେ ପ୍ରୀତି ଖୁସି ଜାହିର କରିଛନ୍ତି । ବର୍ତ୍ତମାନ ଫାଇନାଲ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି; ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ନିଜର ସ୍ଥାନ ପାଇସାରିଛି ।

Source : newstrend.news