ପାଖା ପାଖି 500 ବର୍ଷ ପୂର୍ବେ ମା ତାଙ୍କର ଭକ୍ତଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ ଥିଲେ , ଏହି ପ୍ରାଚୀନ ମନ୍ଦିରର କାହାଣୀ ବହୁତ ଅଦ୍ଭୁତ ଅଟେ

Spread the love

ଲୌକ୍ଷ୍ନର ପ୍ରାଚୀନ ମନ୍ଦିର ମା ସଂଦୋହନ ମନ୍ଦିର ଚୌକ-ଚୌପଟିଆଁ ଅଂଚଳରେ ଅବସ୍ଥିତ । କୁହାଯାଉଛି ଯେ, ପାଖା ପାଖି 400-500 ବର୍ଷ ପୂର୍ବେ ଜଣେ ଭକ୍ତଂକୁ ସ୍ବପ୍ନ ଆସିଥିଲା ଯେ, ମନ୍ଦିର ପରିସରରେ ଅବସ୍ତିତ କୁଣ୍ଡ ମଧ୍ୟରେ ଶକ୍ତି ରୂପିଣୀ ମାଆଙ୍କ ପିଣ୍ଡ ରୂପରେ ବିଦ୍ୟମାନ କରିଛନ୍ତି ।

ସ୍ବପ୍ନ ପରେ କୁଣ୍ଡରୁ ମାଆଙ୍କର ପିଣ୍ଡ ସ୍ୱରୂପକୁ ବାହାର କରି ଆଉ ତାଙ୍କୁ ସ୍ଥାପିତ କଲେ । ଏହା ପରେ ଏଠାରେ ଧୀରେ ଧୀରେ ଅନ୍ୟ ପ୍ରତିମା ସବୁ ବିରାଜିତ ହେଲେ, ଏହି ନିକଟ ଅତୀତରେ ଏହି କୁଣ୍ଡର ପୁନଃପ୍ରତିଷ୍ଠା ହୋଇଛି । ପ୍ରତି ଛ’ଅ ମାସରେ ଥରେ ନବରାତ୍ରୀ ପରେ ଏକାଦଶୀ ଦିନ ମାତା ସମ୍ପୂର୍ଣ୍ଣ ଶୃଙ୍ଗାରରେ ଚରଣ ଦର୍ଶନ ଦେଇଥାନ୍ତି ।

ବିଭିନ୍ନ ମନସ୍କାମନା ନେଇ ଲୋକେ ଆସିଥାନ୍ତି :-

ବିଭିନ୍ନ ମନସ୍କାମନା ନେଇ ଭକ୍ତଗଣ ଲୌକ୍ଷ୍ନର ଚୌକ-ଚୌପଟିଆଁ ଅଂଚଳରେ ବିରାଜିତ ମାଙ୍କ ମନ୍ଦିରକୁ ଆସି, ଧାର୍ମିକ ଆୟୋଜନ ପୂଜାପଦ୍ଧତି ମଧ୍ୟ କରିଥାନ୍ତି । ମନ୍ଦିରରେ ସୋମବାର, ଶନିବାର ଦିନ ସନ୍ଧ୍ୟା ସମୟରେ ସୁନ୍ଦରକାଣ୍ଡ ପାଠ କରାଯାଏ, ଶୁକ୍ରବାର ଦିନ ଦେବୀ ଲାଗି ଭଜନ ସହିତ ଅନ୍ୟ ସବୁ ଆୟୋଜନ ହୋଇଥାଏ । ମନ୍ଦିରର ପୂଜାରୀ ପଣ୍ଡିତ ବ୍ରଜମୋହନ କୁହନ୍ତି ଯେ, ମନ୍ଦିରରେ ମାତାଙ୍କ ଛଡା ଉଡ୍ରମ କୁଣ୍ଡ, ବୈଷ୍ଣ ମାତା, କାଳୀ ମାତା, ରାଧାକୃଷ୍ଣ , ଗଣେଶ, ହନୁମାନ, ଭୈରବ, ସରସ୍ୱତୀ ମାତା, ମାତା ସନ୍ତୋଷୀ, ଶିବ ପାର୍ବତୀ, ଲକ୍ଷ୍ମୀ ନାରାୟଣ, ରାମ ଦରବାର, ଜଗନ୍ନାଥ ଭଗବାନ, ନବଗ୍ରହ, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ, ଭୀମକାୟ ମହାଦେବ ସହିତ ଶନି ଦେବ ମଧ୍ୟ ବିରାଜିତ ଅଛନ୍ତି ।

ମାଙ୍କ ଆଲୋକିକ ଶକ୍ତି ବଳରେ ଭକ୍ତଂଗଣଙ୍କ ମନୋବାଞ୍ଛା ପୂରଣ ହୋଇଥାଏ । ଏହା ସଂଗେ ସଂଗେ ଏହି ମନ୍ଦିରକୁ ଆସି ଯେଉଁ ଭକ୍ତିମାନେ ମାନସିକ ବା ପ୍ରତିଜ୍ଞା କରନ୍ତି ସେମାନଙ୍କ ମନୋବାଞ୍ଛା ମଧ୍ୟ ତୁରନ୍ତ ପୂରଣ ହୋଇଥାଏ । ତେଣୁ ଦିନକୁ ଦିନ ଏହି ଦେବୀ ମନ୍ଦିର ଚାଞ୍ଚଲ୍ୟ ହେବାକୁ ଲାଗିଛି ।