ପରଦା କୁ ଆସିଲା ରୋବଟ 2.0

Spread the love

ମୁମ୍ବାଇ :ବହୁ ପ୍ରତିକ୍ଷ୍ୟାର ଅନ୍ତ ଘଟି ଆଜି ପରଦାକୁ ଆସିଛି ରଜନୀକାନ୍ତଙ୍କ ବହୁ ପ୍ରତିକ୍ଷିତ ଚଳଚିତ୍ର ରୋବଟ 2.0 ! ସବୁ ଠାରୁ ହାଇ ବଜେଟରେ ନିର୍ମିତ ରୋବଟ 2.0 ଆଜି ସାରା ବିଶ୍ୱରେ ପ୍ରାୟ 9 ହଜାରରୁ ଅଧିକ ହଲ୍ ରେ ରିଳିଜ଼ ହୋଇଛି ! ସବୁଠାରୁ ରେକର୍ଡ ସୁଷ୍ଟି କରିଥିବା ବାହୁବଳୀ-2 ଫିଲ୍ମ ମଧ୍ୟ ସାରା ବିଶ୍ୱରେ 9 ହଜାର ଫିଲ୍ମ ହଲ୍ ରେ ରିଳିଜ଼ ହାଇଥିଲା ! ଏହି ଫିଲ୍ମ ମାଧ୍ୟମରେ ପ୍ରଥମ କରି ଦେଖିବାକୁ ମିଳିବ ସୁପରଷ୍ଟାର ରଜନୀକାନ୍ତ ଏବଂ ବୋଲିଉଡ୍ ଷ୍ଟାର ଅକ୍ଷୟକୁମାରଙ୍କୁ ଏବଂ ଅମି ଜକସନ୍ ଏହି ଫିଲ୍ମରେ ଲୀଡ଼ ରୋଲ ଦେଖିବାକୁ ମିଳିଛି ! ଠିକ ସେହିପରି ଦେଖିବାକୁ ମିଳିବ ‘ଚିଟି’କୁ ବି ଏହି ଫିଲ୍ମ ମାଧ୍ୟମରେ !

ଆଜି ସାରା ଭାରତରେ ରିଳିଜ଼ ହୋଇଛି ଏହି ଫିଲ୍ମ ! 2010 ବ୍ଲକ୍-ବଷ୍ଟର କରିଥିବା ରୋବଟର ଏହି ହୋଉଛି ସିକୁଇନ୍ସ ରୋବଟ 2.0 ! ପୂର୍ବ ଭଳି ସୁପରଷ୍ଟାର ରାଜିନୀକାନ୍ତଙ୍କୁ ବୈଜ୍ଞାନିକ ଭାବେ ଦେଖିବାକୁ ମିଳିଛି ! ସେହି ଭଳି ଅକ୍ଷୟକୁମାରଙ୍କୁ ଗଟେ ଭିଲିଆନ ଚରିତ୍ର ଭାବେ ଦେଖିବାକୁ ମିଳିଛି ! ରିଳିଜ଼ ହୋଇଥିବା ଟ୍ରେଇଲରରେ ଦେଖିବାକୁ ପାଇଥିଲୁ ଯେ ଅକ୍ଷୟ କୁମାର ଗଟେ ଜୀଆଣ୍ଟ ଅବତାରରେ ! ଜୀଆଣ୍ଟ ଲୁକ(Look)ରେ ଅକ୍ଷୟଙ୍କ ଫାଇଟ (Fight) ସୀନ ବେସ ଚିତ୍ତାକର୍ଷକ ହୋଇଛି !

ଏହି ଫିଲ୍ମ ରିଳିଜ଼ ପୂର୍ବରୁ ତାରିଖ ବହୁତ ଥର ବଦଳିଥିଲା ! ପ୍ରଥମ ଚର୍ଚ୍ଚା ଅନୁଶାରେ ଏହି ଫିଲ୍ମ 2017 ରେ ରିଳିଜ଼ ହେବାର ଥିଲା କିନ୍ତୁ ରିଳିଜ଼ ହାଇପାରିଲା ନାହିଁ ! ତା ପରେ କୁହାଗଲା ଯେ 2018 ଜାନୁଆରୀ 26 ତାରିଖରେ ମୁକ୍ତିଲାଭ କରିବା କିନ୍ତୁ ଅକ୍ଷୟ କୁମାରଙ୍କ “ପ୍ୟାଡ଼ମ୍ୟାନ” ରିଳିଜ଼ ହାଇଥିବାରୁ ପୁଣିଥରେ ଏହି ଫିଲ୍ମ ଘୁଞ୍ଚାଥିଲା, 2.0 ରିଳିଜ଼ ତାରିଖ ! ଏହାପରେ ଏହି ଫିଲ୍ମ ନିର୍ଦ୍ଦେଶକ ଶଙ୍କର ତାଙ୍କର ଏହି ବହୁ ପ୍ରତୀକ୍ଷିତ ସିନେମା ଆଗାମୀ ୨୦୧୮ ଏପ୍ରିଲ୍‌ ୧୪ ତାରିଖରେ ରିଲିଜ୍‌ ହେବ ବୋଲି ନିଜର ଟ୍ଵିଟରରେ ଘୋଷଣା କରିଥିଲେ ! କିନ୍ତୁ ‘୨.୦’ ଏପ୍ରିଲ୍‌ ୧୪ରେ ରିଲିଜ୍‌ ବି ହେଲା ନାହିଁ ! ଏହି ପରି 3 ଥର ତାରିଖ ବଦଳି ଆଜି ଅପେକ୍ଷା ଅନ୍ତ ଘଟି ପରଦାକୁ ଆସିଲା ରୋବଟ 2.0 !

600 କୋଟି ରେ ନିର୍ମିତ ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ପ୍ରାୟ 300 କୋଟି ଆଦାୟ କରିଥିବାର ସୂଚନା ଆସିଛି ! ବାହୁବଳୀ-2 ଠାରୁ ଅଧିକ ରେକର୍ଡ ସୃଷ୍ଟି କରିବ ବୋଲି କୁହାଯାଉଛି ! ହିନ୍ଦୀ, ତାମିଲ, ତେଲଗୁ ଏବଂ ଇଁରାଜୀରେ ରିଲିଜ୍ ହୋଇଛି ଏହି ଫିଲ୍ମ ।