ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

Spread the love

ଅମର ସେହି ବ୍ୟକ୍ତିମାନେ, ଯାହାଙ୍କ ପାଇଁ ଆମ ଦେଶ ସ୍ୱାଧୀନ ହେଲା ଓ ଆମେ ଆଜି ସ୍ୱାଧୀନତାର ଅପାର ମଧୁରତା ଅନୁଭବ କରୁଛେ । ଆମେ ସୁଖଶାନ୍ତିରେ ଜୀବନ ଧାରଣ କରିବା ନିମନ୍ତେ ବହୁ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଜୀବନକୁ ଉତ୍ସଗ କରିଦେଇଛନ୍ତି । ସେ ଭଳି କିଛି ମହାନ ବ୍ୟକ୍ତିତ୍ୱ ମାନଙ୍କ ମଧ୍ୟରୁ ଆସନ୍ତୁ ଆମେ ଜାଣିବା ଏପରି ଜଣେ ମହାନ ବ୍ୟକ୍ତିଙ୍କ ବିଷୟରେ, ଯାହାରଙ୍କ ମୃତ୍ୟ ପରେ ମଧ୍ୟ ଚିରଦିନ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣ ଅକ୍ଷରରେ ଲିପି ବଦ୍ଧ ହୋଇରହିଛି ସେମାନଙ୍କ ବାଲିଆନର ଗାଥା :

ନେତାଜୀ ସୁଭାଷ ଚନ୍ଦ୍ର ବୋଷ :

ଭାରତର ସ୍ୱାଧୀନତା ପାଇଁ ବିଦେଶୀ ଶାସନ ବିରୋଧରେ ଆଜୀବନ ସଂଗ୍ରାମ କରି ନିଜକୁ ସମ୍ପୂର୍ଣ୍ଣ ବଳି ଦେଇଥିବା ସୁଯୋଗ୍ୟ ସନ୍ତାନ ସୁବାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଓଡ଼ିଶା ମାଟିର କଟକ ଓଡ଼ିଆ ବଜାରଠାରେ ଜନ୍ମ ନେଇଥିଲେ । ସଶସ୍ତ୍ର ସଂଗ୍ରାମ ଜରିଆରେ ଭାରତ ମା’କୁ ଫିରିଙ୍ଗିମାନଙ୍କ କବଳରୁ ମୁକ୍ତ କରିବା ପାଇଁ “ଆଜାଦ୍‌ ହିନ୍ଦ୍‌ ଫୌଜ୍‌” ନାମକ ଯୁବ ସଂଘଠନ ଶକ୍ତିରେ ଗୋରା ସାହେବମାନଙ୍କୁ ଅସ୍ତବ୍ୟସ୍ତ କରି ପକାଇଥିଲେ ଆମ ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ । ନେତାଜୀଙ୍କ ଆହ୍ୱାନରେ ସାରା ଭାରତ ର ଯୁବସମାଜରେ ଏକ ନୂତନ ଶିହରଣ ସୃଷ୍ଟି ହୋଇଥିଲା । ଭାରତ ମାତା ର ସ୍ୱାଧୀନତା ପାଇଁ ନେତାଜୀ ଙ୍କର ଜୀବନ ଉତ୍ସର୍ଗ ଏ ଓଡ଼ିଆ ମାଟି ପାଇଁ ଗର୍ବ ଏବଂ ଗୌରବ । ତେବେ ଆଜିବି ନେତାଜୀ ଙ୍କର ଶେଷ ଜୀବନୀ ରହସ୍ୟ ହେଇ ରହିଯାଇଛି ସାରା ଭାରତ ବାସୀଙ୍କ ପାଇଁ ।

ବୀର ସୁରେନ୍ଦ୍ର ସାଏ

ଜାନୁଆରୀ ୨୩, ୧୮୦୯ ମସିହାରେ ବୀର ସୁରେନ୍ଦ୍ର ସାଏ ଓଡ଼ିଶାର ସମ୍ବଲପୁରଠାରୁ ୪୦କି.ମି. ଦୂରବର୍ତ୍ତୀ ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବ୍ରିଟିଶ୍‌ ଶାସନକୁ ଲୋପ କରି ସମ୍ବଲପୁରର ପାରମ୍ପରିକ ଶାସକଙ୍କୁ କ୍ଷମତାସୀନ କରାଇବା ନିମନ୍ତେ ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ପ୍ରମୁଖ ଥିଲା। । ବ୍ରିଟିଶ୍‌ ସରକାରଙ୍କ ବିରୁଦ୍ଧରେ ସୁରେନ୍ଦ୍ର ସାଏ ଏପରି ଜନ ବିରୋଧ ଜାଗରଣ କରାଇଲେ ଯେ ବାଧ୍ୟ ହୋଇ ଜାନୁଆରୀ ୨୩, ୧୮୬୪ରେ ସୁରେନ୍ଦ୍ର ସାଏଙ୍କୁ ଗିରଫ କରାଯାଇଥିଲା । ପଶ୍ଚିମ ଓଡିଶା ରୁ ବ୍ରିଟିଶ ସରକାର ଙ୍କ ପତନ ପାଇଁ ଏ ମାଟି ସୁରେନ୍ଦ୍ର ସାଏଙ୍କ ଙ୍କୁ ସବୁଦିନେ ମନେ ରଖିବ । ୧୮୮୪ମସିହାରେ ସମ୍ବଲପୁରର ଏହି ମହାନ୍‌ ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ, ଦେଶପ୍ରେମୀ ସୁରେନ୍ଦ୍ର ସାଏ ୭୫ ବର୍ଷ ବୟସରେ କାରାଗାର ମଧ୍ୟରେ ଇହଲୀଳା ସମ୍ବରଣ କରିଥିଲେ ।

ଭାରତ ମାତାର ସ୍ୱାଧୀନତା ପାଇଁ ଆପଣଙ୍କର ଜୀବନ ଉତ୍ସର୍ଗ ଏ ଓଡ଼ିଆ ମାଟି ପାଇଁ ଗର୍ବ ଏବଂ ଗୌରବ ।