ଦୁନିଆର ସବୁଠାରୁ ସର୍ବଶ୍ରେଷ୍ଠ ୫ Batsman

Spread the love

ଏମାନେ ହେଉଛନ୍ତି ଅଧିକ ଶତକ ମାରିଥିବା ବାଲା ସର୍ବଶ୍ରେଷ୍ଠ ୫ Batsman’s

ଆଜିକାର ସମୟରେ ସବୁଠାରୁ ଭଲ ଖେଳ ପ୍ରଦର୍ଶନ କରୁଥିବା Batsman ହେଉଛନ୍ତି ଭାରତର ଅଧିନାୟକ ବିରାଟ କୋହଲି । ତାଙ୍କର ପ୍ରତ୍ୟେକ ଦିନର ଖେଳରେ ସେ ନିଶ୍ଚୟ ଶତକ ମାରିବେ ବୋଲି ସଭିଙ୍କୁ ଲାଗିଥାଏ । କାରଣ ସେ ସେଭଳି ଖେଳନ୍ତି ! ତେଣୁ ସର୍ବ ସାଧାରଣ କ୍ରିକେଟ ପ୍ରେମୀ ସେଭଳି କଳ୍ପନା କରିବା ସ୍ୱାଭାବିକ କଥା ଅଟେ । ବିରାଟ କୋହଲି, ସଚିନ ତେନ୍ଦୁଲକର କରିଥିବା ୧୦୦ ଶତକ କରି ପାରିବେ ନା ନାହିଁ ତାହା ଆଗାମୀ ଦିନରେ ଜଣା ପଡ଼ିବ । କିନ୍ତୁ ସଚିନ ତେନ୍ଦୁଲକରଙ୍କୁ ଛାଡ଼ି ଅନ୍ୟ batsmanଙ୍କ ରେକର୍ଡ ଭାଙ୍ଗିବାର ବହୁତ ସମ୍ଭାବନା ଅଛି ।

ସଚିନ ତେନ୍ଦୁଲକର ୬୬୪ ମ୍ୟାଚ ରେ ୧୦୦ ଟି ଶତକ କରିଥିବା ବେଳେ ଭାରତର ଅଧିନାୟକ ବିରାଟ କୋହଲି ଏବେ ପର୍ଯ୍ୟନ୍ତ ସେ ୩୪୭ ମ୍ୟାଚ ଖେଳି ୬୦ ଟି ଶତକ କରିଛନ୍ତି ।

କୋହଲି ଶତକ ମାରିବା ସୂଚୀ ତାଲିକାରେ ୫ମ ସ୍ଥାନରେ ଅଛନ୍ତି । ଆଗାମୀ ଏକ ବା ଦୁଇ ବର୍ଷରେ ଦକ୍ଷିଣ ଆଫ୍ରିକାର ଯ୍ୟାକ୍ କାଲିସ୍, ଶ୍ରୀଲଙ୍କାର କୁମାର ସଙ୍ଗାକାରା ଓ ଅଷ୍ଟ୍ରେଲିଆ ର ରିକି ପୋଣ୍ଟିଙ୍ଗକୁ ପଛରେ ପକାଇ ସେ ଦ୍ୱିତୀୟ ସ୍ଥାନ ହାସଲ କରିବାର ଅଧିକ ସମ୍ଭାବନା ଅଛି ।

ସର୍ବାଧିକ ଶତକ ମାରିବ ସୂଚୀ ତାଲିକାରେ ପ୍ରଥମରେ ଅଛନ୍ତି ସଚିନ ତେନ୍ଦୁଲକର (୧୦୦ଟି ଶତକ), ଦ୍ୱିତୀୟରେ ଅଛନ୍ତି ଅଷ୍ଟ୍ରେଲିଆର ରିକି ପୋଣ୍ଟିଙ୍ଗ (୭୧ଟି ଶତକ) ତୃତୀୟରେ ଅଛନ୍ତି ଶ୍ରୀଲଙ୍କାର କୁମାର ସଙ୍ଗାକାରା (୬୩ ଟି ଶତକ) ଚତୁର୍ଥରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ଯ୍ୟାକ୍ କାଲିସ୍ (୬୨ଟି ଶତକ) ଓ ପଞ୍ଚମରେ ଅଛନ୍ତି ଭାରତର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ସୁଦ୍ଧା (୬୦ଟି ଶତକ) ମାରିଛନ୍ତି । ସମସ୍ତ ଭାରତବାସୀଙ୍କ ବିଶ୍ୱାସ ଅଛି ଯେ, ବିରାଟ କୋହଲି ଦିନେ ସଭିଙ୍କ ରେକର୍ଡକୁ ପଛରେ ପକେଇ ସେ ଆଗେଇବେ ।