“ତଉକତେ” ପରେ ବଙ୍ଗୋପସାଗରରେ ଦାନା ବନ୍ଧୁଛି ଆଉ ଏକ ସାମୁଦ୍ରିକ ଝଡ !

Spread the love

“ତଉକତେ”ର ପ୍ରଭାବ କରମିବା ପରେ ପରେ ବର୍ତ୍ତମାନ ବଙ୍ଗୋପ ସାଗର ଦାନା ବାନ୍ଧିଛି ଆଉ ଏକ ସାମୁଦ୍ରିକ ଝଡ଼।, ଯାହାର ନାମ ହେଉଛି “ୟାସ” । ସାମୁଦ୍ରିକ ଝଡ “ୟାସ”କୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଯଦିଓ “ତଉକତେ” ଝଡ ପ୍ରଭାବରେ ଉତ୍ତର-ପଶ୍ଚିମ ଭାରତର ବିଭିନ୍ନ ସ୍ଥାନରେ ବର୍ଷା ପବନ ହୋଇଯାଇଛି । ବୁଧବାର ଭାରତୀୟ ପାଣିପାଗ ବିଭାଗ-ଆଇଏମଡି ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ସମେତ ପୂର୍ବ-ମଧ୍ୟ ବଙ୍ଗୋପ ସାଗର ଅଞ୍ଚଳରେ “ୟାସ” ନାମକ ସାମୁଦ୍ରିକ ଝଡ଼ ଦାନା ବାନ୍ଧୁଛି ।

ଏହି ଲଘୁଚାପ ଆସନ୍ତା ମେ ୨୩ ତାରିଖ ରବିବାର ଦିନ ଅବପାତର ରୂପ ନେବ ଓ ମେ ୨୪ କିମ୍ବା ୨୫ ତାରିଖ ସୋମବାର ଓ ମଙ୍ଗଳବାର ଦିନ ସାମୁଦ୍ରିକ ଝଡ଼ର ରୂପ ନେବ ବୋଲି ପାଣିପାଗ ବିଭାଗରୁ ସ୍ଵଷ୍ଟ କରାଯାଇଛି । ମେ ୨୬ ତାରିଖ ବୁଧବାର ସନ୍ଧ୍ୟାରୁ ଏହାର ପ୍ରଭାବରେ ଦେଶର ଓଡି଼ଶା, ପଶ୍ଚିମବଙ୍ଗ ଭଳି ଦେଶର ପୂର୍ବ ଉପକୂଳସ୍ଥ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ଏହି ସାମୁଦ୍ରିକ ଝଡ ବା ବାତ୍ୟା ପ୍ରଭାବରେ ମେ’ ୨୪ ତାରିଖରୁ ୨୬ ପର୍ୟ଼୍ୟନ୍ତ ବଙ୍ଗୋପସାଗର ଅନ୍ତର୍ଗତ ସମୁଦ୍ର ଅଶାନ୍ତ ରହିବ । ସେହିପରି ୨୫ରୁ ୨୭ ପର୍ୟ଼୍ୟନ୍ତ ଉତ୍ତର-ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ । ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟାକୁ ଦ୍ରୁଷ୍ଟିରେ ରଖି ଆସନ୍ତା ୨୩ ତାରିଖରୁ ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ସ୍ଥଳଭାଗକୁ ଫେରି ଆସିବାକୁ ପରାମର୍ଶ ଦିଆଯ଼ାଇଛି ଓ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।