ଜାଣନ୍ତୁ ଓ ବୁଝନ୍ତୁ ଶରୀରରେ କୁଣ୍ଡେଇ ହେଉଥିବାର ସଙ୍କେତ, ଯାହା କହିଥାଏ ଆପଣଙ୍କର ବହୁତ କିଛି…!!

ଧାର୍ମିକ କାହାଣୀ –
ଅଧିକାଂଶ ସମୟରେ ଦେଖାଗଲା କି, ଆମ ସହିତ ହେଉଥିବା ପ୍ରାକୃତିକ ଘଟଣା ଭବିଷ୍ୟତ ଆଡ଼କୁ ସଙ୍କେତ ଦେଇଥାଏ । ଏଭଳି ହିଁ ସମୁଦ୍ର ଶାସ୍ତ୍ର ଅନୁସାରେ ଶରୀରରେ କୁଣ୍ଡେଇ ହେଉଥିବା ସଙ୍କେତ ବିଷୟରେ ସମ୍ୟକ କିଛି ତଥ୍ୟ ବର୍ଣ୍ଣନା କରାଯାଇଛି । କୁଣ୍ଡିଆ ସାଧାରଣତଃ ସମସ୍ତଙ୍କୁ ହୋଇଥାଏ । ଆମେ ଅଧିକାଂଶ ସମୟରେ କୁଣ୍ଡେଇ ହେବା ସହ ଚିନ୍ତାରେ ପଡିଯାଉ କି ଏହାର ପରିଣାମ କଣ ହେବ ?
ଆସନ୍ତୁ ଜାଣିବା ଶରୀରର ବିଭିନ୍ନ ଅଙ୍ଗ ରେ କୁଣ୍ଡେଇ ହେଉଥିବାର କାରଣ ଜାଣିବା ।
– ହାତରେ କୁଣ୍ଡେଇ ହେବାର କାରଣ – କୌଣସି ବ୍ୟକ୍ତିର ଡାହାଣ ହାତରେ କୁଣ୍ଡେଇ ହୋଇଥାଏ ତ, ଏହାର ମାନେ ହେଉଛି ସେହି ବ୍ୟକ୍ତିକୁ ଅତି ଶୀଘ୍ର ଧନର ଲାଭ ହେବ । ଠିକ୍ ସେହିଭଳି ଯଦି ବାମ ହାତରେ କୁଣ୍ଡେଇ ହୋଇଥାଏ, ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ।
– ଆଖିର ପାଖାପାଖି କୁଣ୍ଡେଇ ହେଲେ – ଯଦି ଆପଣଙ୍କ ଆଖିରେ ବା ଆଖିର ଆଖପାଖରେ କୁଣ୍ଡେଇ ହୋଇଥାଏ, ତାହା ହେଲେ ଆପଣଙ୍କୁ କାହା ଠାରୁ ଟଙ୍କା ମିଳିବ ।
– ଛାତିରେ କୁଣ୍ଡେଇ ହେବାର କାରଣ ହେଉଛି ଯଦି ପୁରୁଷ ମାନଙ୍କ ଛାତିରେ କୁଣ୍ଡେଇ ହୁଏ, ପିତାଙ୍କ ସମ୍ପତି ମିଳିବାର ସମ୍ଭାବନା ହୋଇଥାଏ । ସେହିଭଳି ଝିଅ ବା ମହିଳା ମାନଙ୍କ ଛାତି କୁଣ୍ଡେଇ ହେଲେ ସନ୍ତାନମାନଙ୍କ ଶରୀର ରୋଗରେ ଆକ୍ରାନ୍ତ ହୋଇପାରେ ।
– ଓଠ ଉପରେ କୁଣ୍ଡେଇ ହେବାର କାରଣ – ଯଦି ଆପଣଙ୍କ ଓଠ ଉପରେ କୁଣ୍ଡେଇ ହୋଇଥାଏ, ଜାଣିବେ କି ଆଜି ଆପଣଙ୍କୁ ଖାଇବା ପାଇଁ ସ୍ୱାଦିଷ୍ଟ ଭୋଜନ ମିଳିବ ।
– ପିଠି ଉପରେ କୁଣ୍ଡେଇ ହେବାର କାରଣ – ଯଦି ଆପଣଙ୍କ ପିଠି ଉପରେ କୁଣ୍ଡେଇ ହୋଇଥାଏ, ଏହାର କାରଣ ହେଉଛି ସେଠାରେ କୌଣସି ରୋଗ ହୋଇପାରେ ଓ କଷ୍ଟ ଆସିବାକୁ ଅଛି ।
– ଗୋଡ଼ କୁଣ୍ଡେଇ ହେବାର କାରଣ – ଯଦି ଗୋଡ଼ କୁଣ୍ଡେଇ ହୋଇଥାଏ, ଜାଣିବେ କି ଆପଣ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯାଇପାରନ୍ତି ।
– ମୁଣ୍ଡରେ କୁଣ୍ଡେଇ ହେଲେ – ମୁଣ୍ଡ ପଛପଟେ ଯଦି କୁଣ୍ଡେଇ ହୋଇଥାଏ, ଜାଣିବେ କି ଆପଣଙ୍କୁ କୌଣସି ବଡ଼ ଉପଲବ୍ଧି ହୋଇପାରେ । ଅଫିସ ବା କାର୍ଯ୍ୟ ସ୍ଥଳରେ ପ୍ରମୋଶନ ହୋଇପାରେ ଓ ବ୍ୟବସାୟ ବାଣିଜ୍ୟ କରୁଥିବା ଲୋକମାନେ ଅତ୍ୟଧିକ ଲାଭବାନ ହେବେ ।
– ବାମ କାନ୍ଧରେ କୁଣ୍ଡେଇ ହେଲେ – ଯଦି ଆପଣଙ୍କ ବାମ କାନ୍ଧ କୁଣ୍ଡେଇ ଥାଏ, ଏହାର ମାନେ ହେଉଛି ଆପଣଙ୍କୁ କିଛି ବଡ଼ ଜିନିଷ ମିଳିବ । ଯଦି ଆପଣ ବିବାହିତ ତେବେ ଆପଣଙ୍କୁ କିଛି ସମୟରେ ସନ୍ତାନର ସୁଖ ପ୍ରାପ୍ତ ହୋଇପାରେ ।
ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ଏବଂ ଭଲ ଲାଗିଲେ share କରନ୍ତୁ !