ଗ୍ୟାସ ଉପଭୋକ୍ତାଙ୍କ ନିମନ୍ତେ ଖୁସି ଖବର : LPG ଗ୍ୟାସରେ 133ଟଙ୍କା କମିଲା

Spread the love

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭାରତବାସୀ କେତେ ଭଲ ପାଉଛନ୍ତି ଏ କଥା ତ ଆସନ୍ତା 2019 ନିର୍ବାଚନରେ ହିଁ ଜଣାପଡିବ ! ଆପଣ ସମସ୍ତେ ଜାଣିଥିବେ ଗ୍ୟାସ ସବ୍-ସିଡ୍ ର ଶୁଭାରମ୍ଭ ମାନ୍ୟବର ପ୍ରଧାନ ମନ୍ତ୍ରୀ କରିଥିଲେ ! କିନ୍ତୁ ଗ୍ୟାସ ସିଲେଣ୍ଡରର ଦର ସ୍ଥିର ହୋଇ ନାହିଁ ! ଗ୍ୟାସ ସିଲେଣ୍ଡର ଦର ଯେଉଁପରି ଭାବରେ ବଢିବାକୁ ଲାଗିଛି, ମଧମ ଶ୍ରେଣୀର ଲୋକଙ୍କ ପାଇଁ ମୁଣ୍ଡବଥାର କାରଣ ପାଲଟିଛି ! କିନ୍ତୁ ଆଜି Indian Oil ଗ୍ୟାସ କମ୍ପାନୀର ପେଟ୍ରୋଲ୍ ଡିଜେଲ୍ ଦର ହ୍ରାସକୁ ଦେଖି ଗ୍ୟାସ ଦର ମଧ୍ୟ ହ୍ରାସ କରିଛି ! ତେବେ ଆସନ୍ତୁ ଜାଣିବା ସେହି ଖୁସି ଖବର !

ସର୍ବସାଧାରଣଙ୍କ ଗ୍ୟାସ କମ୍ପାନୀମାନେ ଉପଭୋକ୍ତାଙ୍କ ନିମନ୍ତେ ସିଲେଣ୍ଡର ପିଛା 133ଟଙ୍କା କମାଇଛି ! ଦେଶର ସବୁଠାରୁ ବଡ ଗ୍ୟାସ କମ୍ପାନୀ (Indian Oil) ସବ୍ସିଡି ଏଲପିଜି ଉପଭୋକ୍ତାଙ୍କ ନିମନ୍ତେ 133 ଟଙ୍କା କମାଇଛି ! ସବସିଡି ଉପଭୋକ୍ତାଙ୍କ ପାଇଁ 6.52ଟଙ୍କା କମିଛି ! ଏହି ନୂଆ ଦର 30 ନାଭେମ୍ବର ଓ 1 ଡିସେମ୍ବର ମଧ୍ୟ ରାତି ଠାରୁ ସାରା ଦେଶରେ ଲାଗୁ ହେବ !

ବର୍ତ୍ତମାନ ଗ୍ୟାସ ଉପଭୋକ୍ତାଙ୍କୁ ଦେବାକୁ ଦେବାକୁ ହେବ ଏହି ମୂଲ୍ୟ :

ଦିଲ୍ଲୀ ଅଧିବାସୀଙ୍କୁ ଅର୍ଥାତ ଦିଲ୍ଲୀର ଏଲପିଜି ଉପଭୋକ୍ତାଙ 14.2 କିଲୋଗ୍ରାମ ଗ୍ୟାସ ବାବଦକୁ ଟଙ୍କା 809.50 ପଇସା ଦେବାକୁ ହେବ ! ଏହା ପୂର୍ବରୁ ଟଙ୍କା 942.50 ପଇସା ଦେଉଥିଲେ ! ସବସିଡି ପାଉଥିବା ବ୍ୟକ୍ତିମାନେ ପୂର୍ବରୁ 507.42 ଦେଉଥିଲେ କିନ୍ତୁ ବର୍ତ୍ତମାନ ଟଙ୍କା 500.90ରେ ସିଲେଣ୍ଡର ପାଇପାରିବେ !

ଦୀର୍ଘ ଦିନ ପରେ ଗ୍ୟାସ ସିଲେଣ୍ଡରରେ ଏହିପରି ଘଟିଛି :

ଗ୍ୟାସ କମ୍ପାନୀଗୁଡି଼କ, ମଇ ମାସ ଠାରୁ ଲଗାତାର ରୋଷଇ ଗ୍ୟାସର ଦରଦାମରେ ଏହିପରି ବଢିବା କମିବା ଲାଗିରହିଛି ! ମଇ ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତି ଏହି କମ୍ପାନୀ ଗୁଡିକ ସତ ଥର ଦର ବୃଦ୍ଧି କରିଛନ୍ତି ! ପେଟ୍ରୋଲ୍ ଡିଜେଲ୍ ଦର ହ୍ରାସ ଏବଂ Dollar ତୁଳନାରେ ଟଙ୍କାର ମୂଲ୍ୟ କମିଥିବା ଯୋଗୁଁ କମ୍ପାନୀ ମାନେ ଏହିପରି ପଦକ୍ଷେପ ନେଇଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି !