ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଲାଗୁ ହେଲା ଏହି ତିନୋଟି ନିୟମ !

Spread the love

ରାସ୍ତାରେ ସୁରକ୍ଷିତ ଯାନବାହାନ ଚଳାଚଳ ପାଇଁ ଭାରତ ସରକାର କିଛି ନୂଆ ନିୟମ ଲାଗୁ କରିଛନ୍ତି ! ଏହି ନିୟମଗୁଡିକ ପାଳନ କରିବା ଦ୍ୱାରା ରାସ୍ତାରେ ଉଭୟ ଗାଡି ଚାଲାକ ଏବଂ ରାସ୍ତାର ପଥିକ ସୁରକ୍ଷିତ ହୋଇପାରିବେ ! ଆମେ ପ୍ରତିଦିନ ନ୍ୟୂସ ପେପର ଓ ଟିଭି ଚେନେଲରେ ରାସ୍ତା ଦୁର୍ଘଟଣା ବିଷୟରେ ପଢ଼ୁଛୁ ! ଏହି ଦୁର୍ଘଟଣା ବିଶେଷ କରି ଡ୍ରାଇଭରଙ୍କ ବେଖାତିର ଓ ରାସ୍ତାର ନିୟମ ଉଲ୍ଲଙ୍ଘନକୁ ନେଇ ହୋଇଥାଏ ! ଆଜି କଲି ବି\କାମ ବୟସର ପିଲାମାନେ ମଧ୍ୟ ରାସ୍ତାର ନିୟମ ନ ମାନି ଗାଡି ଚାଲନ୍ତି ! ତେବେ ଆସନ୍ତୁ ଜାଣିବା :

ଗାଡ଼ି ଚଳାଇବା ଲୋକଙ୍କ ପାଇଁ ଲାଗୁ ହେଲା ଏହି ତିନୋଟି ନିୟମ । ଯଦି ନିୟମ ପାଳନ ନ କର ତେବେ ୨୫,୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଯଦି ଆପଣ କୌଣସି ବି ଯାନବାହାନ ଚଳାଉଛନ୍ତି ତେବେ ନିଶ୍ଚୟ ଜାଣିବାକୁ ପଡ଼ିବ ସେହି ତିନୋଟି ନିୟମ ବିଷୟରେ । ଏହି ତିନୋଟି ନିୟମ ସରକାର ଓ ପରିବହନ ବିଭାଗ ଦ୍ୱାରା କରାଯାଇଛି । ଆସନ୍ତୁ ସେହି ତିନୋଟି ନିୟମ ବିଷୟରେ ସମ୍ପୂର୍ଣ ରୁପେ ଜାଣିବା ।

୧) ଯଦି ଆପଣଙ୍କ ଗାଡ଼ି ୧୮ ବର୍ଷରୁ କମ ବୟସର ପିଲାକୁ ଚଳାଇବାକୁ ଦିଅନ୍ତି , ଟ୍ରାଫିକ୍ ପୋଲିସ ଦୃଷ୍ଟିରୁ ଏହା ଏକ ଭୁଲ୍ କାମ ! ତେଣୁ ଗାଡ଼ିର ମାଲିକ ୨୫,୦୦୦ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ ।

୨) ଦ୍ୱିତୀୟ ନିୟମ ହେଉଛି, ଯଦି ଆପଣ ବାଇକ କିଣିବେ ତେବେ ଆପଣଙ୍କୁ ୫ ବର୍ଷ ପାଇଁ insurance କରି ଆଣିବାକୁ ପଡ଼ିବ । ଓ ଆପଣ ଯଦି କାର୍ କିଣିବେ ତେବେ ୨ ବର୍ଷ ପାଇଁ insurance କରିବା ଆବଶ୍ୟକ ହେବ ।

୩) ତୃତୀୟ ନିୟମ ହେଉଛି, ଯଦି ଆପଣ ରାସ୍ତାରେ ଗାଡ଼ି ଚଳାଇବା ସମୟରେ ମଦ୍ୟପାନ କରି ଚଳାନ୍ତି ବା ଫୋନ୍ ରେ କଥା ହେଇ ଗାଡି ଚଳାଇବା ଟ୍ରାଫିକ୍ ପୋଲିସଙ୍କ ଅନୁସାରେ ଏହା ଏକ ଦଣ୍ଡନିୟ ଅପରାଧ ଅଟେ । ତେଣୁ ଆପଣଙ୍କୁ ଜୋରିମାନା ସହ ଗୋଟିଏ ବର୍ଷ ପାଇଁ ଆପଣଙ୍କ license କୁ ରଦ୍ଦ କରିଦେବେ ।

ସୂଚନାଟି ଟି share କରି ଅନ୍ୟଙ୍କୁ ଜଣାନ୍ତୁ !