କ୍ରୋଧକୁ ନିୟନ୍ତ୍ରିତ କରିବା ପାଇଁ ଆପଣାନ୍ତୁ ଏହି 7ଟି ଉପାୟ :

Spread the love

■ କ୍ରୋଧରେ ଥିବା ସମୟରେ ଆପଣଙ୍କ ମୁଣ୍ଡରେ ନକରାତ୍ମକର ଭାବନାକୁ ବୋଝ ଭାବରେ ବହନ କରିଥାଏ । କ୍ରୋଧିତ ଥିବା ସମୟରେ ମଣିଷ ଭଲ ଶବ୍ଦର ପ୍ରୟୋଗ କରିପାରିନଥାଏ।ତା ହେଲେ ଆସନ୍ତୁ ଜାଣିବା କ୍ରୋଧକୁ କିପରି ନିୟନ୍ତ୍ରିତ କରିପାରିବା:-

1. କ୍ରୋଧ ଆସିବା ସମୟରେ କୋଣସି ପ୍ରକାରର କାହା ସହିତ ବାର୍ତ୍ତାଲାପ କରନ୍ତୁ ନାହିଁ । କାହିଁକିନା କ୍ରୋଧ ସମୟରେ ବାର୍ତ୍ତାଲାପ ଦ୍ୱାରା ଆପଣଙ୍କ ସାମନାକୁ ଏମିତି କଥା ଆସି ପାରେ ଯାହା କାରଣରୁ ଆପଣ ହିଂସକ ବ୍ୟବହାର କରିପାରନ୍ତି ।

2. ଆପଣ ନିଜ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ ଯେ ଆପଣ କେଉଁ କଥାକୁ ନେଇ ଭୟଭୀତ ଅଛନ୍ତି । କ୍ରୋଧିତ ନ ହେଇ କାରଣକୁ ସକାରତ୍ମକ ଦୃଷ୍ଟିରେ ବୁଝିବାକୁ ପ୍ରୟାସ କରନ୍ତୁ ।

3. ଯଦି ଆପଣ ଆସ୍ତିକ ତାହେଲେ ନିଜ ଅରାଧ୍ୟଙ୍କୁ ଧ୍ୟାନ କରନ୍ତୁ।ଏମିତିରେ ଆପଣଙ୍କ କ୍ରୋଧ ଥଣ୍ଡା ହେବାର ସମ୍ଭାବନା ବଢ଼ିଥାଏ ।

4. କାରଣ ପ୍ରତି ବି ଧ୍ୟାନ ଦେବା ପାଇଁ ପ୍ରୟାସ କରନ୍ତୁ, ଯେଉଁଥିରେ ଆପଣ ପ୍ରସନ୍ନ ହେବେ। ଯେଉଁ କାରଣରୁ ଆପଣ ଦୁଃଖୀ ହୋଇଥାନ୍ତି, ସେହି କାରଣକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ ।

5. ଆପଣ ନିଜ ପ୍ରତି ଇମାନନ୍ଦାର ବା ସ୍ୱେଛଟ ରୁହୁନ୍ତୁ । ସତକୁ ନ ଡରି ତାର ସାମନା କରିବାକୁ ପ୍ରୟାସ କରନ୍ତୁ ।

6. ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।ସନ୍ତୁଳିତ ପୋଷାକ ଆହାର ଗ୍ରହଣ କରନ୍ତୁ। ଠିକ ସମୟରେ ଶୁଅନ୍ତୁ ଠିକ ସମୟରେ ଉଠନ୍ତୁ । ନିୟମିତ ରୂପେ ବ୍ୟାୟାମ ଓ ଯୋଗ କରନ୍ତୁ ଓ ସବୁ କାର୍ଯ୍ୟକୁ ଆତ୍ମା ବିଶ୍ୱାସର ସହିତ କରନ୍ତୁ ।

7. ଯେଉଁ କାର୍ଯ୍ୟ ପ୍ରତି ଆପଣ ଇଚ୍ଛା ପ୍ରକାଶ କରୁଛନ୍ତି ସେହି କାମ କରନ୍ତୁ । ବ୍ୟସ୍ତମୟ  ଜୀବନରେ କିଛି ସମୟ ନିଜ ସଉକ ପ୍ରତି ବି ବାହାର କରିବା ଶିଖନ୍ତୁ ।

ଆମରି ଏହି ଆନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ! ଧନ୍ୟବାଦ