କେଉଁ ପାଞ୍ଚ ଟି କାମ କରିଲେ ମାଆ ଲକ୍ଷ୍ମୀ, ଆମ ଉପରେ କ୍ରୋଧିତ ହୁଅନ୍ତି :- ଆସନ୍ତୁ ଜାଣିବା ।।

Spread the love

ଅଧିକାଂଶ ଲୋକ ଜ୍ୟୋତିଷଶାସ୍ତ୍ରକୁ ବିଶ୍ୱାସ କରନ୍ତି ନାହିଁ ! କିନ୍ତୁ ଯେତେବେଳେ କୌଣସି ଅସୁବିଧାରେ ପଡନ୍ତି ସେହି ସମୟରେ ଜ୍ୟୋତିଷବିଦ୍ୟାକୁ ଅନୁସରଣ କରନ୍ତି ! କିନ୍ତୁ ସେତେବେଳେକୁ ବହୁତ ବିଳମ୍ବ ହୋଇଯାଇଥାଏ, ଯାହାର ପରିଣାମ ସ୍ୱରୂପ କୌଣସି ଉପଚାର ହୋଇପାରେ ନାହିଁ ! ଜ୍ୟୋତିଷଶାସ୍ତ୍ରର ବିଧି ଅନୁଯାୟୀ ଏହିପରି କିଛି କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ମନୁଷ୍ୟ ନିଜର ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିବା ସହ ସମାନ ! ପ୍ରାଚୀନ କାଳରୁ ଆମ ସମାଜରେ ଆନେକ ପରମ୍ପରା ପ୍ରଚଳିତ ହୋଇଆସୁଅଛି ! କିନ୍ତୁ ଆଜିର ଯୁବପୀଢ଼ି ସେହି ପରମ୍ପରାକୁ ମାନନ୍ତି ନାହିଁ ! ଯାହାର ପରିଣାମ ସ୍ୱରୂପ ସେମାନଙ୍କୁ ଅନେକ ଦୁଃଖ ସହିବାକୁ ପଡେ ! ଆଜି ଆମେ ଆପଣଙ୍କୁ ଏହିପରି କିଛି ଅର୍ଥାତ 5ଟି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ, ତାହା କୌଣସି ମନୁଷ୍ୟ କେବେ ହେଲେ ମଧ୍ୟ କରିବା ଠିକ ନୁହଁ ! ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ବିଷୟରେ :-

* ସ୍ତ୍ରୀ ଘରର ଲକ୍ଷ୍ମୀ ଅଟେ ଏବଂ ସ୍ତ୍ରୀ ହିଁ ଗୃହର ସୁଖଶାନ୍ତିର ପରିଚୟ ! ଅଧିକାଂଶ ଲୋକ ସ୍ତ୍ରୀମାନଙ୍କୁ ଅପମାନିତ କରନ୍ତି ! ଯାହା ଆଦୌ ଗ୍ରହଣୀୟ ନୁହେଁ ! ଏହିପରି କରିବା ଦ୍ୱାରା ଘରେ ସୁଖ ଶାନ୍ତିର ସମୃଦ୍ଧି ହୁଏ ନାହିଁ ବରଂ ଘରେ ସବୁବେଳେ ଅଶାନ୍ତି ହିଁ ଦେଖାଯାଏ !

* ଅଧିକାଂଶ ଲୋକମାନେ ନିଜ ବ୍ୟସ୍ତମୟ ଜୀବନରେ ନିଜେ ବ୍ୟସ୍ତ ରହନ୍ତି ଏବଂ ସେମାନଙ୍କ ଅତ୍ୟାବଶ୍ୟକ ଦୈନନ୍ଦିନ କାର୍ଯ୍ୟକୁ ଅବସର ସନ୍ଧ୍ୟା ସମୟରେ କରନ୍ତି ! ହଁ, ଆଜ୍ଞା, ଅଧିକାଂଶ ଲୋକମାନେ ସନ୍ଧ୍ୟା ସମୟରେ କ୍ଷୌର (SAVING) ହୁଅନ୍ତି ! କିନ୍ତୁ ସନ୍ଧ୍ୟା ସମୟରେ କ୍ଷୌର ହେବା ଠିକ ନୁହଁ ! କାରଣ ସନ୍ଧ୍ୟା ସମୟରେ କ୍ଷୌର ହେଲେ, ଲକ୍ଷ୍ମୀ ମା’ଙ୍କ କୃପା ମିଳେ ନାହିଁ ଏବଂ ଘରେ ଟଙ୍କାପଇସାର ଅଭାବ ଦିନକୁ ଦିନ ବୃଦ୍ଧି ପାଏ !

* ଆଜିର ଏହି ସମୟରେ ସମସ୍ତେ ବ୍ୟସ୍ତ ରହନ୍ତି ! ଏତେ ବ୍ୟସ୍ତଯେ ସେମାନେ ନିଜ ନିଜର ଯତ୍ନ ମଧ୍ୟ ଠିକ୍ ରେ ନେଇପାରନ୍ତି ନାହିଁ ! ଅଧିକାଂଶ ଲୋକମାନେ ରାତ୍ରି ସମୟରେ ନଖ କାଟନ୍ତି ! ରାତିରେ ନଖ କାଟିବା ଦ୍ୱାରା ଲକ୍ଷ୍ମୀ ମା ଙ୍କ ଆଶୀର୍ବାଦ ମିଳେ ନାହିଁ ଏବଂ ସେହି ବ୍ୟକ୍ତିମାନେ ଜୀବନରେ ସର୍ବଦା ଆର୍ଥିକ ଅଭାବ ଦେଖାଯାଏ !

* ଆମ୍ଭେମାନେ ଆମ ଜେଜେମାଙ୍କ ଠାରୁ ବି ଶୁଣିଛୁ, ରାତ୍ରି ସନ୍ଧ୍ୟା ସମୟରେ ତୁଳସୀ ଗଛରୁ ପତ୍ର ତୋଳିବା ଠିକ ନାହିଁ ! ହଁ, ଆଜ୍ଞା, ସନ୍ଧ୍ୟା ସମୟ ପରେ ତୁଳସୀ ଗଛରୁ ପତ୍ର ତୋଳିବା ଉଚିତ ନୁହେ ! ଏହିପରି କରିବା ଦ୍ୱାରା ଘରେ କେବେ ହେଲେ ସୁଖଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ ଏବଂ ଘର ଉପରେ ମା’ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ପଡେ !

* ଘରକୁ ସଫା ସୁତାର ରଖିବା ପାଇଁ ଦିନକୁ 10 ରୁ 12 ଥର ଝାଡୁ କରନ୍ତୁ ! କିନ୍ତୁ ସନ୍ଧ୍ୟା ସମୟରେ ଝାଡୁ କରନ୍ତୁ ନାହିଁ ! ଏହିପରି କରିବା ଦ୍ୱାରା ସେହି ବ୍ୟକ୍ତି ମାନେ କେବେ ହେଲେ ଧନୀ ହୋଇପାରିବେ ନାହିଁ ଅଥବା ଧନ ସଂଚୟ କରି ରଖିପାରିବେ ନାହିଁ !