କାଶୀର ବିଶ୍ୱନାଥ ମନ୍ଦିରରୁ ଉଦ୍ଧାର ହେଲା ଆଉ ଏକ ମନ୍ଦିର ! ସସସ୍ତେ ଏହାକୁ ଦେଖି ହୋଇଗଲେ ସ୍ତଂବିତ :

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଚାଲୁଛି ଦୃଢ଼ୀକରଣ କାର୍ଯ୍ୟ । ଏହି ଦୃଢ଼ୀକରଣ ତାଙ୍କ ଡ୍ରିମ ପ୍ରଜେକ୍ଟ କାଶୀ ବିଶ୍ଵନାଥ ମନ୍ଦିର ଭିତର ବାରଣ୍ଡା ପାଇଁ କରାଯାଉଛି । ଘରର ଦୃଢ଼ୀକରଣରୁ ସାମନାକୁ ଆସିଲା ଚକିତ କରିବା ଭଳି ଦୃଶ୍ୟ।

ଦୃଢ଼ୀକରଣରେ ମିଳିଲା ପ୍ରାଚୀନ ମନ୍ଦିର କିନ୍ତୁ ଗୋଟିଏ ମନ୍ଦିରକୁ ଦେଖି ଲୋକମାନେ ହୋଇଗଲେ ଚକିତ ।

ଏହି ମନ୍ଦିର ଦେଖିବାକୁ ପୁରା କାଶୀ ବିଶ୍ଵନାଥ ମନ୍ଦିର ଭଳି । ପ୍ରଶାସନ 182 ଭବନକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରି, ଭାଙ୍ଗି ସାରିଲେଣି 40ଟି ଘର । ଏଥିରୁ ମିଳିଲା 43ଟି ଛୋଟ ବଡ ପ୍ରାଚୀନ ମନ୍ଦିର କିନ୍ତୁ ଏହି ମଧ୍ୟରୁ ଗୋଟିଏ ମନ୍ଦିର ଏମିତି ମିଳିଲା ଯାହା ଦେଖିବାକୁ କାଶୀ ବିଶ୍ଵନାଥ ମନ୍ଦିର ଭଳି । ଏହି ମନ୍ଦିର କାଶୀ ବିଶ୍ଵନାଥ ମନ୍ଦିର ଭଳି ଵାସ୍ତୁକଳାରେ ନିର୍ମିତ ହୋଇଛି । ଏହି ମନ୍ଦିରର ନନ୍ଦିର ଆକାର କାଶୀ ବିଶ୍ଵନାଥ ମନ୍ଦିରର ନନ୍ଦିଠାରୁ ବି ବଡ ଓ ମନ୍ଦିରର ତଳ ଭାଗ ରଥ ଭଳି ଦେଖିବାକୁ ହୋଇଛି । ମନ୍ଦିରର ଖମ୍ବରେ କୀଚକର ପକ୍ଷୀ ରହିଛି ଯାହା ଅନ୍ୟ ମନ୍ଦିରରେ ମଧ୍ୟ ରହିଥାଏ । ଅନ୍ୟ ମନ୍ଦିର ଭଳି ଏହି ପୁରାତନ ମନ୍ଦିରରେ ମଧ୍ୟ ଵାସ୍ତୁକଳା ନିଦର୍ଶନ ଦେଖିବାକୁ ମିଳୁଛି ।

ଭାରତର ପ୍ରତ୍ନତତ୍ତ୍ୱ ଐତିହାସିକ ଶ୍ରୀଯୁକ୍ତ ନିରୋଜ ସିନହା ଗବେଷଣା କରି କହିଛନ୍ତି, ଏହି ମନ୍ଦିରର ପ୍ରାଚୀନତାକୁ ଜାଣିବା ପାଇଁ ଚେଷ୍ଟା କରାଯାଉଛି । କିଛି ମନ୍ଦିର କୁ ଦେଖି ଲାଗୁଛି, ଏହି ମନ୍ଦିର 18ଶହ ବା 19ଶହ ଶତାବ୍ଦୀର ହୋଇଥାଏ ପାରେ ! ଏହା 1000 ବର୍ଷ ପୁରୁଣା । ଭିତର ବାରଣ୍ଡାର ନିର୍ମାଣ କରିବା ସମୟରେ ଏହି ମନ୍ଦିରକୁ ପୁନଃପ୍ରତିଷ୍ଠା କରାଯିବ । ଏବେ ଭାଙ୍ଗିବା କାମ କାରଣରୁ ଏହାର ପ୍ରାଚୀନତାକୁ ଜାଣିବା ଅଡ଼ୁଆ ହେଉଛି ।

କାଶୀ ବିଶ୍ଵନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଆରାମ ପାଇଁ ନରେନ୍ଦ୍ର ମୋଦିଙ୍କ ମହତ୍ୱଆକାଂକ୍ଷୀ ଯୋଜନା ଦ୍ୱାରା କାଶୀ ବିଶ୍ଵନାଥ ମନ୍ଦିର ଭିତର ବାରଣ୍ଡାକୁ ବିକାଶ କରିବାର କାମ ଚାଲିଛି । ଏଥିପାଇଁ 269 କୋଠାଘରକୁ କିଣି ଭଙ୍ଗା ଯିବ। ଏବେ 182 ଭଵନକୁ ଭାଙ୍ଗି ଦିଆଯାଇଛି । ସେଥିମଧ୍ୟରୁ 40ଟି ଘର ଭଙ୍ଗା ସରିଛି । 112ଟି କୋଠାଘରକୁ କିଣିବା ବ୍ୟବସ୍ଥା ଚାଲିଛି । ପି . ଏମ୍ ମୋଦି ଏହି ପ୍ରଜେକ୍ଟ ପାଇଁ ସି .ଏମ୍ ୟୋଗି 600 କୋଟି ଟଙ୍କାର ମଂଜୁରୀ ଦେଇଛନ୍ତି । ଏଥିମଧ୍ୟରୁ 183କୋଟି ଟଙ୍କା ବ୍ୟବହାର ହୋଇ ସାରିଛି । ଏହି ଯୋଜନାରେ ପରିବାର, ଦୋକାନ, ଏହିମାନଙ୍କ ପୁନର୍ବାସ କରଯାଉଛି ।