କଳି ଯୁଗର ପିତାମହ ଭୀଷ୍ମ : ମୃତ୍ୟୁ ମଧ୍ୟ ଭୁଲି ଯାଇଛି ଘର ଠିକଣା !

Spread the love

ଜୟପୁର: ମନୁଷ୍ୟର ଜନ୍ମ ମାତ୍ରକେ ମୃତ୍ୟୁ ନିଶ୍ଚିତ ! କହିବାକୁ ଗଲେ ମନୁଷ୍ୟ 100 ବର୍ଷ ବଂଚିବା ମାନି ନିଆ ଯାଇଥଏ କିନ୍ତୁ ଆଜିର ଦିନ ବ୍ୟକ୍ତିର ହାରାହାରି ଆୟୁ ସୀମା ମାତ୍ର 60 ବର୍ଷ ! କିଛି ଲୋକ ଏହା ଠାରୁ ଅଧିକ ବର୍ଷ ବଞ୍ଚିଥାନ୍ତି ! କିନ୍ତୁ ଆଜି ଏମିତି ଏକ ମନୁଷ୍ୟ ବିଷୟରେ କହିବାକୁ ଯାଉଛି ଯାହା କି ମୃତ୍ୟୁ ନିଜେ ଭୁଲି ଯାଇଛି ତାଙ୍କ ଘର ! ଏହି ମହାନ ବ୍ୟକ୍ତିଙ୍କ ନାମ ହୋଉଛି ମହଷ୍ଟା ମୂରାଶି ! ସେହି ମହାନ ବ୍ୟକ୍ତି ଜଣକ ଜୀବ ବାଜିରେ ଦୀର୍ଘ ଦିନ ପର୍ଯ୍ୟନ୍ତ ବଂଚି ଆସିଛନ୍ତି ! ବର୍ତ୍ତମାନ ସେ 183 ବୟସ ଅତିକ୍ରମ କରି ସାରିଛନ୍ତି ! ଏହି ମହାନ ବ୍ୟକ୍ତି ଏତେ ବୟସ ଅତିକ୍ରମ କରିବା ପରେ ବି ମୃତ୍ୟୁ ତାଙ୍କ ଘରକୁ ରାସ୍ତା ଭୁଲିଯାଇଛି !

ଆଖପାଖ ଲୋକ ସେହି ମହାନ ବ୍ୟକ୍ତିଙ୍କୁ କଳି ଯୁଗ ଭୀଷ୍ମ କହୁଛନ୍ତି ! ଲୋକମାନେ କହିବା ଅନୁସାରେ, ସେ ବର୍ତମାନ ମୃତ୍ୟୁ କରିବେ ନାହିଁ, କାରଣ ତାଙ୍କୁ ପିତା ବିଷ୍ମଙ୍କ ବର ପ୍ରାପ୍ତ ହଇଛି ! ଏବଂ କେହି କେହି କହୁଛନ୍ତି ଯେ, ତାଙ୍କ ପାଖରେ କିଛି ଦିବ୍ୟ ଶକ୍ତି ଲୁକାୟିତ ହୋଇ ରହିଛି ! ସେହି ମହାନ ବ୍ୟକ୍ତିଙ୍କ କହିବା ଅନୁସାରେ, ତାଙ୍କ ଜନ୍ମ 1835 ଜାନୁଆରୀ ମାସରେ ବେଙ୍ଗଲୁରର ଗୋଟିଏ ଛୋଟ ଗ୍ରାମରେ ହାଇଥିଲା ! କିନ୍ତୁ 1903 ରେ ସେ ଉତ୍ତରପ୍ରଦେଶକୁ ଚାଲି ଆସିଥଲେ ! ତାଙ୍କ କହିବା ଅନୁସାରେ ସେ ତାଙ୍କ ଜୀବନ କାଳ ମଧ୍ୟରେ 122 ବର୍ଷ କାର୍ଯ୍ୟ କରିଛନ୍ତି !

ସେ ତାଙ୍କ ଜନ୍ମ ପ୍ରମାଣ ସ୍ୱରୂପ, ଜନ୍ମ ତାରିଖ ପେପେରକୁ ଲୋକଙ୍କୁ ଦେଖନ୍ତି ଯାହା କି ଇଂରାଜୀ ଶାସନ କାଳର ! ସେ ନିଜ ବୟସକୁ ଜାଣିବା ପାଇଁ ବହୁତ ଥର ଚିକିତ୍ସା କରିଛନ୍ତି କିନ୍ତୁ ଡ଼କ୍ଟର ବି ବିଫଳ ହାଇଛନ୍ତି ତାଙ୍କ ସଠିକ ବୟସ ବାହାର କରିବାରେ !

ସେହି ମହାନ ବ୍ୟକ୍ତିଙ୍କ କହିବା ଅନୁଶସରେ ସେ ବାରଣାସୀରେ ରହି ଚପଲ ତିଆରି କରୁଥିଲେ ! ଏବଂ ସେ ବର୍ତମାନ 183 ବର୍ଷ ଅତିକ୍ରମ କରିସାରିଛନ୍ତି ! ତାଙ୍କ ନାତି ଓ ଅଣନାତି ଏପରି ତାଙ୍କ ଠାରୁ ବୟସରେ ଛୋଟମାନଙ୍କ ମଧ୍ୟ ମୃତ୍ୟୁ ବହୁତ ଦିନ ପୂର୍ବରୁ ହୋଇ ସାରିଲାଣି ! ପରନ୍ତୁ ତାଙ୍କୁ ଲାଗୁଛି ଯେ ମୃତ୍ୟୁ ତାଙ୍କ ଘର ରାସ୍ତା ଭୁଲି ଯାଇଛି !