କଣ ଗ୍ୟାସ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି ? ଚିନ୍ତା ଛାଡନ୍ତୁ, ଆପଣାନ୍ତୁ ଏହି ସହଜ ଉପାୟ । କିଛି ସମୟ ମଧ୍ୟରେ ଦୂର ହୋଇଯିବ ପେଟର ଗ୍ୟାସ ଜନିତ ସମସ୍ୟା

Spread the love

ଆଜିର ସମୟରେ ଲୋକେ ଏତେ ବ୍ୟସ୍ତ ଯେ ନିଜ ସ୍ୱାସ୍ଥ୍ୟର ମଧ୍ୟ ଭଲ ଭାବରେ ଯତ୍ନ ରଖି ପାରୁ ନାହାଁନ୍ତି । ଏହା କାରଣରୁ ତାଙ୍କୁ କେତେକ ଶାରିରୀକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଲୋକମାନଙ୍କ ପାଖରେ ଏତିକି ମଧ୍ୟ ସମୟ ନାହିଁ ଯେ, ସେମାନେ ନିଜ ଖାଦ୍ୟପେୟର ଧ୍ୟାନ ରଖି ପାରିବେ । ମନୁଷ୍ୟକୁ ସୁସ୍ଥ ରହିବାକୁ ହେଲେ ସନ୍ତୁଳିତ ଭୋଜନର ଅଧିକ ଆବଶ୍ୟକତା ପଡ଼େ, ଯାହା ଆଜିର ସମୟରେ ମିଳି ପାରୁନାହିଁ । ଏହା କାରଣରୁ ୯୦ ପ୍ରତିଶତରୁ ମଧ୍ୟ ଅଧିକ ଲୋକ ପେଟ ଜନିତ ସମସ୍ୟାରେ ପୀଡିତ ହୋଇଥାନ୍ତି ।

ଆଜିର ସମୟରେ ଫସଲର ଚାହିଦା ଓ ଉତ୍ପାଦନତାକୁ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାରର କୀଟନାଶକ ଓ ରାସାୟନିକ ଔଷଧର ବହୁଳ ପ୍ରୟୋଗ କରାଯାଉଛି, ଯାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । ପୂର୍ବ ସମୟରେ ଜୈବିକ ପଦ୍ଧତିରେ କୃଷି କରାଯାଉଥିଲା । ଏହା କାରଣରୁ ଉତ୍ପାଦନ ହେଉଥିବା ସମସ୍ତ ଅନ୍ନ ବା ଖାଦ୍ୟଶସ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଫଳପ୍ରଦାୟକ ସାବ୍ୟସ୍ତ ହେଉଥିଲା । ତେଣୁ ସେହି ସମୟର ଲୋକମାନଙ୍କୁ ଶାରିରୀକ ସମସ୍ୟା ବହୁତ କମ ହେଉଥିଲା । ବର୍ତ୍ତମାନ ଅଫିସ ମାନଙ୍କରେ କାମ କରୁଥିବା ଅଧିକାଂଶ ବ୍ୟକ୍ତିଙ୍କୁ ବହୁତ ସମୟ ପାଇଁ ବସି ରହିବାକୁ ପଡ଼େ, ଯାହାଦ୍ୱାରା କି ଖାଦ୍ୟ ଠିକ ଭାବରେ ପାଚନ ହୋଇପାରେ ନାହିଁ । ଏଥିପାଇଁ ମଧ୍ୟ ପେଟ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ।

ଅଧିକାଂଶ ଲୋକଙ୍କୁ ପେଟ ଫୁଲିବା ସମସ୍ୟା କ୍ଷୁଦ୍ର ଅନ୍ତ୍ରନଳୀରେ ଗ୍ୟାସ ବଢିବା ଦ୍ୱାରା ହୋଇଥାଏ । ପେଟ ଜନିତ ଗ୍ୟାସ ସମସ୍ୟା ସାଧାରଣତଃ ସ୍ମକିଙ୍ଗ, Ulcer, ଶରୀରରେ ପାଣିର ସ୍ତର ବଢ଼ିବା କିମ୍ବା କାଷ୍ଠକାଠିନ୍ୟ ଯୋଗୁଁ ହୋଇଥାଏ । ଏହି କାରଣରୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦେଖାଯାଏ । ଆଜି ଆମେ ଆପଣମାନଙ୍କୁ ଏମିତି କିଛି ସହଜ ଉପାୟ କହିବୁ, ଯାହା ଦ୍ୱାରା ପେଟ ଜନିତ ଗ୍ୟାସ ସମସ୍ୟା କିଛି ସମୟ ମାଧୟରେ ହିଁ ଠିକ ହୋଇଯିବ ।

ଯଦି ଆପଣ ପେଟ ଜନିତ ଗ୍ୟାସ ସମସ୍ୟା ଯୋଗୁଁ ଚିନ୍ତିତ ଅଛନ୍ତି; ତା’ହେଲେ ଆପଣ ଚିନ୍ତା କରିବା ଛାଡି ନିଜ ପେଟର ଉପର ଅଂଶକୁ ୨ ରୁ ୩ ମିନିଟ ପାଇଁ ଗୋଲ ଗୋଲ ଭାବରେ ବା କ୍ଲକୱାଇଜ କିମ୍ବା ଆଣ୍ଟି-କ୍ଲକ ୱାଇଜ ଭାବେ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ପେଟ ଜନିତ ଗ୍ୟାସ ସମସ୍ୟାରୁ ତୁରନ୍ତ ଆରାମ ମିଳିବ ।

ପେଟ ଜନିତ ଗ୍ୟାସ ସମସ୍ୟାର ସମାଧାନ ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ :

ଗୋଟିଏ ଗ୍ଲାସ ପାଣିରେ ଏକ ଚାମୁଚ ମେଥିର ଦାନା ପକାଇ ଭଲ ଭାବରେ ସିଝାଇ ଦିଅନ୍ତୁ । ଯେବେ ପାଣି ଭଲ ଭାବରେ ଗରମ ହୋଇଯାଏ, ତେବେ ଏହାକୁ ଛାଣି ଉଷୁମ କରନ୍ତୁ ଓ ପରେ ପିଅନ୍ତୁ ।

ଗୋଟିଏ ଚାମୁଚ ଅଦା ରସରେ ଟିକିଏ ମହୁ ମିଶାଇ ଏଥିରେ ଲେମ୍ବୁର କିଛି ବୁନ୍ଦା ପକାଇ ଦିଅନ୍ତୁ । ତା’ପରେ ଏହାକୁ ସେବନ କରନ୍ତୁ । ଏହାର ସେବନ ଦ୍ୱାରା ପେଟ ଜନିତ ଗ୍ୟାସର ସମସ୍ୟା ଦୂର ହୋଇଥାଏ ।

ଗୋଟିଏ ଗ୍ଲାସ ଉଷୁମ ପାଣିରେ ଅଧା ଲେମ୍ବୁର ରସ ପକାଇ ଦିଅନ୍ତୁ ଓ ଏଥିରେ ସାମାନ୍ୟ ଲୁଣ ପକାନ୍ତୁ ଏବଂ ଏହାକୁ ପିଅନ୍ତୁ । ଏହା ପେଟ ଜନିତ ଗ୍ୟାସ ସମସ୍ୟା ଦୂର କରିବାର ସବୁଠାରୁ ଭଲ ଉପାୟ ଅଟେ ।

ପେଟ ଜନିତ ଗ୍ୟାସ ସମସ୍ୟା ଦୂର କରିବା ପାଇଁ ବେକିଙ୍ଗ ସୋଡା ମଧ୍ୟ ଏକ ଭଲ ବିକଳ୍ପ ଅଟେ । ଅଧା ଗ୍ଲାସ ପାଣି ନେଇ ସେଥିରେ ସାମାନ୍ୟ ବେକିଙ୍ଗ ସୋଡା ମିଶାଇ ଦିଅନ୍ତୁ । ଏଥିରେ ଲେମ୍ବୁର କିଛି ବୁନ୍ଦା ମଧ୍ୟ ପକାନ୍ତୁ ଏବଂ ତା’ପରେ ଏହାର ସେବନ କରନ୍ତୁ । ପେଟ ଜନିତ ଗ୍ୟାସ ସମସ୍ୟାରୁ ତୁରନ୍ତ ଆରାମ ମିଳିବ ।