କଣ ଆପଣ କମ ପାଣି ପିଅନ୍ତି ତେବେ ଅନେକ ରୋଗରେ ଆକ୍ରାନ୍ତ ହେବାକୁ ପ୍ରସ୍ତୁତ ରେ ରୁହନ୍ତୁ ।

Spread the love

କ’ଣ ଆପଣ କମ ପାଣି ପିଉଛନ୍ତି ? ତେବେ ପସ୍ତେଇବା ପାଇଁ ପ୍ରସ୍ତୁତରେ ରୁହନ୍ତୁ ।

ଆଜିକାଲିର ଲୋକମାନେ ନିଜ ସ୍ୱାସ୍ଥ୍ୟ ପାଇଁ ବହୁତ କିଛି କରିଥାନ୍ତି । ବିଭିନ୍ନ ପ୍ରକାରର ଯୋଗସାଧନା କରନ୍ତି, exercise କରନ୍ତି, ଭଲ-ଭଲ ଖାଦ୍ୟ ଖାଅନ୍ତି । ଏ ସବୁ ଦେହ ପାଇଁ ହିତକର କିନ୍ତୁ ଏ ଗୁଡ଼ିକର ଫାଇଦା ସେତେବେଳେ ମିଳିଥାଏ ଯେତେବେଳେ ଆପଣ ଠିକ୍ ମାତ୍ରାରେ ପାଣି ପିଇବେ ।

ହଁ, ବନ୍ଧୁ ଏହା ସମ୍ପୂର୍ଣ ରୁପେ ସତ୍ୟ କଥା ଯେ, ଯଦି ଆପଣ କମ୍ ମାତ୍ରାରେ ପାଣି ପିଇବେ ତେବେ ଆପଣଙ୍କ ଦେହରୁ କେମିତି ମଇଳା ସଫା ହେବ ନାହିଁ ଓ ଖାଇଥିବା ଖାଦ୍ୟ ମଧ୍ୟ ହଜମ ହେବନାହିଁ । ଖାଦ୍ୟ ଯଦି ହଜମ ନ ହେଇଥାଏ ତେବେ ଅନେକ ରୋଗର ଶିକାର ହେବେ । କାରଣ ଖାଦ୍ୟ ହଜମ ନହେଲେ ସେହି ଖାଦ୍ୟଗୁଡ଼ିକ ପେଟରେ କୌଣସି ଗୋଟିଏ ଜାଗାରେ ଜମା ହୋଇ ରହିଯାଏ ଓ ବହୁତ ପରିମାଣରେ ଖରାପ କେମିକଲ୍ ଉତ୍ପନ ହେବ ଏବଂ ଦେହ ସାରା ବିଛେଇ ହୋଇଯାବ । ଯାହା କି ଦେହ ପାଇଁ ବହୁତ ହାନିକାରକ ହୋଇଥାଏ । ଏଥିଯୋଗୁଁ କେତେକ ରୋଗ ହୋଇଥାଏ ଉଦାହରଣ ସ୍ବରୁପ ପେଟରେ ଗ୍ୟାସ୍ ହେବା, ପେଟ ସଫା ନ ହେବା, ଖଟା ହାକୁଟି ହେବା, ଖରାପ କୋଲେଷ୍ଟ୍ରେଲ୍ ବଢିବା ଇତ୍ୟାଦି…. ।

ଯଦି ଠିକ୍-ରେ ଖାଦ୍ୟ ହଜମ ନ ହୁଏ ଓ ପେଟ ଠିକ୍-ରେ ସଫା ନ ହୁଏ, ତେବେ ଜାଣିବେ କି ଅନେକ ରୋଗ ଆପଣଙ୍କ ଦେହକୁ ପ୍ରବେଶ କରିବାପାଇଁ ପ୍ରସ୍ତୁତରେ ଅଛି । ଦେହକୁ ସୁସ୍ଥ ରଖିବାପାଇଁ ଆପଣ ଯାହା କରିବାକୁ ଚାହୁଁଛନ୍ତି ତାହା କରନ୍ତୁ ତାହା ସହ ପାଣି ମଧ୍ୟ ଠିକ୍ ମାତ୍ରାରେ ପିଅନ୍ତୁ ।

ଦିନକୁ ଅତି କମରେ ଦିନକୁ ୩ ରୁ ୪ ଲିଟର ପାଣି ପିଅନ୍ତୁ । ପାଣିକୁ ଠିକ୍ ମାତ୍ରାରେ ପିଇଲେ ପେଟରେ ମଇଳା ଜମା ହୋଇନଥାଏ ଓ ଖାଦ୍ୟ ମଧ୍ୟ ହଜମ ହେଇଥାଏ ।

ଦେହର ସବୁ ଅଙ୍ଗ ଗୋଟିଏକୁ ଗୋଟିଏ ଭିତରେ ନିବିଡ଼ ସମ୍ପର୍କ ଥାଏ । ତେଣୁ ଗୋଟିଏ ଅଙ୍ଗ ଉପରେ କିଛି ଖରାପ ପ୍ରଭାବ ଆସିଲେ ଅନ୍ୟ ଅଙ୍ଗମାନଙ୍କୁ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ ।

ଅଧିକାଂଶ ରୋଗ ପେଟରେ ହେଇଥିବା ଅସୁବିଧା ଯୋଗୁଁ ଜନ୍ମିତ ହେଇଥାଏ । ତେଣୁ ପେଟ ଠିକ୍-ରେ ସଫା ହେବା ଓ ଖାଦ୍ୟ ହଜମ ହେବା ପାଇଁ ପାଣିକୁ ନିୟମିତ ପିଅନ୍ତୁ ଏବଂ ଅନେକ ରୋଗରୁ ମୁକ୍ତି ହୁଅନ୍ତୁ ।

କାରଣ ଦୁନିଆର ସବୁଠାରୁ ମୂଲ୍ୟବାନ ଜିନିଷ ହେଉଛି ସ୍ୱାସ୍ଥ୍ୟ ।

ଏହି ଆନୁଛେଦଟି ଆପଣଙ୍କୁ କେମିତି ଲାଗିଲା Comment କରି ଜଣାନ୍ତୁ ! ଧନ୍ୟବାଦ