ଏହି ଚାରିଟି କଥାକୁ ଭାବୁ ଥିବା ବ୍ୟକ୍ତି କେବେ ଧନୀ ହେଇପାରିବ ନାହିଁ ।

Spread the love

ଧନୀ ଦୌଲତ କମାଇ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିବାର ଇଚ୍ଛା ସମସ୍ତଙ୍କ ଥାଏ । ଏହିପାଇଁ ପ୍ରାୟ ସମସ୍ତେ ଅହରହ ପରିଶ୍ରମ କରନ୍ତି । କିନ୍ତୁ ଦୁର୍ଭାଗ୍ୟବଶତଃ ଧନୀ ହୋଇପାରନ୍ତି ନାହିଁ । କାହିଁକି ଧନୀ ହୋଇପାରନ୍ତି ନାହିଁ ! ତାହାର ଚାରୋଟି କାରଣ ନିମ୍ନରେ ବର୍ଣ୍ଣନା କରାଯାଇଛି । ଆସନ୍ତୁ ଜାଣିବା କେଉଁ ଚାରୋଟି କାରଣରୁ ବ୍ୟକ୍ତି ଧନୀ ହୋଇପାରେ ନାହିଁ ।

1• ଅନ୍ୟ ସହ ନିଜର ତୁଳନା କରିବା : ପ୍ରତି କଥାରେ ଅନ୍ୟ ସହ ନିଜର ତୁଳନା କରୁଥିବା ବ୍ୟକ୍ତି ସାରା ଜୀବନ ଦୁଃଖ ହିଁ ଭୋଗୀଥାନ୍ତି ଯାହାର ପରିଣାମ ସ୍ୱରୂପ ସେମାନେ କିଛି ନୂଆ କରିବାକୁ ଭାବି ପାରନ୍ତି ନାହିଁ । ତାଙ୍କ ଧ୍ୟାନ ସବୁବେଳେ ଏହି କଥାରେ ଲାଗି ରହେ କି ସାମ୍ନାରେ ଥିବା ବ୍ୟକ୍ତି କ’ଣ କରୁଛି ? ଏହାଫଳରେ ବ୍ୟକ୍ତି ନିଜ କାମରେ ଧ୍ୟାନ ଦେଇପାରନ୍ତି ନାହିଁ ଯାହାଦ୍ୱାରା ନିଜ ଜୀବନର ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗେ ଏବଂ ସର୍ବଦା ଦୁଃଖ କଷ୍ଟରେ କାଳାତିପାତ କରନ୍ତି ।

2• ଭାବନାରେ ବଂଚିବା: ଭାବନାରେ ବଂଚୁଥିବା ବ୍ୟକ୍ତିଙ୍କୁ କଣ କହିବା ? ଏମିତି ବି ବ୍ୟକ୍ତି ଅଛନ୍ତି ଯେଉଁମାନେ ସବୁଦିନ ସ୍ବପ୍ନ ଦେଖନ୍ତି କି, ସେମାନେ ଗୋଟେ ଦିନ ଧନୀ ହେଇଯିବେ ଓ ତାଙ୍କୁ ବହୁତ ଧନ ମିଳିବ । ଏମିତି ଭାବି ଭାବି ଏମାନେ ନିଜ ଭାବନାକୁ ଗୋଟେ ଅଲଗା ଦୁନିଆକୁ ନେଇଯାନ୍ତି, ଯେଉଁଥିରୁ କି ଏମାନେ ସହଜରେ ବାହାରିବାକୁ ଚାହାଁନ୍ତି ନାହିଁ ଏବଂ ନିଜ ଭାବନାରେ ହିଁ ଧନୀଙ୍କ ଭଳି ରହିବାକୁ ଲାଗନ୍ତି ।

3• କର୍ମକୁ ଅବହେଳା କରିବା: କଥାରେ କହନ୍ତି କି କଠିନ ପରିଶ୍ରମର ଅନ୍ୟ କିଛି ବିକଳ୍ପ ନାହିଁ । ଯଦି ଆମେ ପରିଶ୍ରମ କରିବା ନାହିଁ, ତାହେଲେ ଆମକୁ ତା’ର ଫଳ ବି ମିଳିବ ନାହିଁ । ଏହି ପ୍ରକାର ଚିନ୍ତାକୁ ମନରୁ ହଟାଉଥିବା ବ୍ୟକ୍ତି ନିଜ ଜୀବନରେ କେବେ ସଫଳ ହୋଇପାରିବେ ନାହିଁ ।

4• ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦେବା:- ଚାଲନ୍ତୁ ମାନି ନେବା କି କିଛି ଖରାପ ଗୁଣ ଥାଇ ବି ଯଦି ଆପଣ ଧନୀ ହୋଇଯାନ୍ତି ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦିଅନ୍ତି, ତାହେଲେ ଆପଣଙ୍କ ସବୁ ଟଙ୍କା ଆପଣଙ୍କ ସ୍ୱାସ୍ଥ୍ୟ, ଆପଣଙ୍କ ରୋଗରେ ଖର୍ଚ୍ଚ ହେଇଯିବ । ଯଦି ଆପଣଙ୍କୁ ସବୁଦିନ ଧନୀ ହେଇ ରହିବାର ଅଛି, ତା’ହେଲେ ନିଜର କାମ ସହିତ ନିଜ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ ଏବଂ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।

ବନ୍ଧୁଗଣ ଉପରେ କୁହାଯାଇଥିବା କଥାରେ ନଜର ପକାନ୍ତୁ । ଅନ୍ୟ ସହ ନିଜର ତୁଳନା କରିବା ଛାଡି ନିଜର ଏକ ନୂଆ ଲକ୍ଷ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରନ୍ତୁ । ଆପଣ ନିଜ କର୍ମ ନିଜ ପରିଶ୍ରମରେ ସମ୍ପୂର୍ଣ୍ଣ ଯୋଡି ହୋଇଯାଆନ୍ତୁ । କିନ୍ତୁ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଦେଖିବେ ସଫଳତା, ଗୌରବ ଓ ଧାନ ଦୌଲତ ଆପଣଙ୍କ ଚରଣ ସ୍ପର୍ଶ କରିବ ।

ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ । ଭଲ ଲାଗିଲେ Share କରନ୍ତୁ । !!ଜୟ ଜଗନ୍ନାଥ!!