ଏବେ କେଶ ଝାଡ଼ିବା ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ :

Spread the love

ପୁଅ ହଉ କି ଝିଅ, କେଶ ଝଡିବା ସମସ୍ୟାକୁ ନେଇ ସମସ୍ତେ ରହିଥାନ୍ତି ଚିନ୍ତିତ । ବହୁତ ଲୋକଙ୍କୁ ଏହା ଲାଗିଥାଏ ଯେ ବିଭିନ୍ନ ପ୍ରକାରର ସମ୍ପୁ ଓ ହେୟାର ପ୍ରଡକ୍ଟର ବ୍ୟବହାର କରିବା ଦ୍ୱାରା ଝଡ଼ିଥାଏ କେଶ । ଏହାର ଅସଲ କାରଣ ହେଲା ଆପଣଙ୍କ ଦ୍ୱାରା ହୋଇଥିବା କିଛି ଭୁଲ । ହାଁ ଆଜ୍ଞା, ଆପଣ ଠିକ୍ ପଢ଼ିଛନ୍ତି । ଆସନ୍ତୁ ଜାଣିବା କେଉଁ କାରଣରୁ ଝଡ଼ିଥାଏ କେଶ :-

■ ଗରମ ପାଣିରେ କେଶକୁ ଧୋଇବା

କେଶକୁ ବାରମ୍ବାର ଗରମ ପାଣିରେ ଧୋଇବା ଦ୍ୱାରା କେଶ ଝଡିବାରେ ଲାଗିଥାଏ । କାହିଁକି ନା ଗରମ ପାଣି କେଶର ସ୍କାଳ୍ପ (Scalp)ରେ ଥିବା ପ୍ରାକୃତିକ ତେଲକୁ ବହାର କରିଦେଇଥାଏ । ଯାହା ଫଳରେ କେଶ ଶୁଷ୍କ ହୋଇଯାଏ ଓ ଝଡିବାରେ ଲାଗିଥାଏ।

■ ହେୟାର ଡ୍ରାୟର ଅତ୍ୟାଧିକ ବ୍ୟବହାର

ହେୟାର ଡ୍ରାୟର ଗରମ ପବନ କେଶରେ ଥିବା ପ୍ରୋଟିନକୁ ନଷ୍ଟ କରି ଦେଇଥାଏ । ଯାହା କେଶ ଝଡ଼ିବାର ମୁଖ୍ୟ କାରଣ ହୋଇ ଥାଏ । କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରାକୃତିକ ଉପାୟରେ କେଶକୁ ସୁଖାନ୍ତୁ ଓ ହେୟାର ଡ୍ରାୟର ଅତିରିକ୍ତ ବ୍ୟବହାର କରନ୍ତୁ ନାହିଁ।

■ ଚିନ୍ତା କରିବା :

ଆଜିକାଲି ଚିନ୍ତା କରିବା ସମସ୍ତଙ୍କ ପାଇଁ ଅଭ୍ୟାସରେ ପରିଣତ ହୋଇଗଲାଣି କିନ୍ତୁ ଅଧିକ ଚିନ୍ତା କରିଲେ କେଶ ଝଡିବାର ଯଥେଷ୍ଟ ସମ୍ଭାବନା ଥାଏ । ତେଣୁ କରି ଭଲ ହେବ ଅଧିକ ଚିନ୍ତା ନ କରି ଏଥିପାଇଁ ଯୋଗ, ପ୍ରାଣୟମ ଓ ଧ୍ୟାନ କରି ପାରିବେ ।

■ ଓଦା କେଶରେ ପାନିଆ ବ୍ୟବହାର କରିବା :

ପୁଅ କିମ୍ବା ଝିଅମାନେ କେଶ ଧୋଇବା ପରେ ପାନିଆ ବ୍ୟବହାର କରିଦିଅନ୍ତି, ଯାହା କି ସମ୍ପୂର୍ଣ୍ଣ ଭୁଲ ଅଟେ । ଓଦା କେଶରେ ପାନିଆ ବ୍ୟବହାର ଦ୍ୱାରା କେଶର ମୂଳ ବା ଜଡ଼ ଦୁର୍ବଳ ହୋଇଯାଏ ଓ ନଷ୍ଟ ହୋଇ ଝଡିବାରେ ଲାଗିଥାଏ।

■ ପୋଷକ ତତ୍ୱ ବା ପ୍ରୋଟିନର ଅଭାବ :

ବହାରରେ ମିଳୁଥିବା ଜଙ୍କ ଫୁଡ଼ ଓ ମସଲା-ଦାର ଭୋଜନ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣର ନ୍ୟୁଟ୍ରିଏଣ୍ଟ୍ସ(Nurtiance) ବା ପ୍ରୋଟିନର ମିଳି ନ ଥାଏ । ଯାହାର ପରିଣାମ କେଶ ଉପରେ ପଡିଥାଏ ଓ ଝଡିବାରେ ଲାଗିଥାଏ। ଏଥିପାଇଁ ଆପଣଙ୍କ ଭୋଜନରେ ପୃଷ୍ଟିକର ଖାଦ୍ୟ ଖାଇବା ଦରକାର।

■ କେଶକୁ ସଫା ନ କରିବା

ସଠିକ୍ ରୂପେ କେଶକୁ ନ ସଫା କରିବା କାରଣରୁ ବି ଝଡିବାରେ ଲାଗିଥାଏ । ଏମିତି କରିବା ଦ୍ୱାରା କେଶ ଭିତରେ ଡେଡ଼-ସେଲ ଜମା ହୋଇ ଯାଇଥାଏ । ଯାହା କେଶ ଝଡ଼ିବାର କାରଣ ବନିଥାଏ । ତେଣୁକରି ସପ୍ତାହରେ 2-3 ଥର କେଶକୁ ସଫା କରନ୍ତୁ।

■ ନିଦ ପୁରା ନ ହେବା

ଯଦି ଆପଣଙ୍କ ନିଦ ପୁରା ହେଉ ନାହିଁ ଅଥବା ଆପଣ ଠିକ୍ ରେ ଶୋଇ ପାରୁନାହାନ୍ତି ତ ସାବଧାନ ହୋଇ ଯାଆନ୍ତୁ । କାହିଁକି ନା ଏମିତିରେ କେଶ ଶୀଘ୍ର ଝଡିବାରେ ଲାଗିଥାଏ ।

ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ! ଧନ୍ୟବାଦ !