ଏକ ସପ୍ତାହ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଅଳେଇଚ, ଚମତ୍କାରୀ ପରିଣାମ :-

Spread the love

ଭାରତକୁ ଆର୍ୟୁର୍ବେଦର ଦେଶ କୁହାଯାଏ ! ପୂର୍ବ କଳେ ଲୋକମାନେ ସମସ୍ତ ପ୍ରକାର ରୋଗ ପାଇଁ ଆର୍ୟୁର୍ବେଦର ବ୍ୟବହାର କରୁଥିଲେ ! କିନ୍ତୁ ଆଜିକାଲି ଲୋକମାନେ ଏଲୋପାଥିକ ଔଷଧ ପ୍ରତି ଆକର୍ଷିତ ହୁଅନ୍ତି ! ତଥାପି ଆଜି ଯଦି ଆର୍ୟୁବେଦ ଔଷଧ ଗୁଡିକୁ ଭଲ ଭାବରେ ଦେଖିବା ତ ଆମର ପ୍ରତ୍ୟେକ ପ୍ରକାର ରୋଗର ଚିକିତ୍ସା ଆର୍ୟୁଦେବ ଦ୍ୱାରା ହୋଇପାରିବ ! ଭାରତର ମସଲା ଗୁଡିକ ମଧ୍ୟ ଔଷଧ ହୋଇଥାଏ !ଆଜି ଆମେ ଏହିପରି ଏକ ମସଲା ବିଷୟରେ କହିବାକୁ ଯାଉଛୁ, ଯାହା ପ୍ରତ୍ୟେକ ଘରେ ବ୍ୟବହୃତ ହୁଏ ! ତେବେ ଆସନ୍ତୁ ଜାଣିବା,

ଅଳେଇଚ, ହଁ ଆଜ୍ଞା ଅଳେଇଚର ଚମତ୍କାରିତା ଅର୍ଥାତଅଳେଇଚର ଔଷଧୀୟ ଗୁଣ ବିଷୟରେ କହିବାକୁ ଯାଉଛୁ ! ଅଳେଇଚର କିଛି ବିଶେଷ ଗୁଣ ଥାଏ, ଯାହାଦ୍ୱାରା ଆମର ଅନେକ ପ୍ରକାର ଲାଭ ହୋଇଥାଏ ! ଯଦି ଆପଣ ରାତିରେ ଶୋଇବା ପୂର୍ବରୁ 2ଟି ଅଳେଇଚ ଖାଆନ୍ତି, ତେବେ ଅନେକ ପ୍ରକାର ରୋଗରୁ ମୁକ୍ତ ହୋଇପାରିବେ ! ଆମ ଦେଶରେ ଅଳେଇଚକୁ ମସଲା ରୂପେ ବ୍ୟବହାର କରାଯାଏ !କିନ୍ତୁ ଯଦି ଆପଣ ଏହାର ବ୍ୟବହାର ଶୋଇବା ପୂର୍ବରୁ ଏକ ସପ୍ତାହ କରିବେ ତ ଏହାର ଚମତ୍କାରୀ ଲାଭ ହୋଇଥାଏ !

ଅଳେଇଚ ତ ପ୍ରତ୍ୟେକଙ୍କ ଘରେ ଥିବ ! ଯଦି ଆପଣ ପ୍ରତ୍ୟେକ ରାତିରେ ଶୋଇବା ପୂର୍ବରୁ ଅଳେଇଚ ଖାଇବେ, ତେବେ ଆପଣଙ୍କ ପାଚନ ଶକ୍ତି ଠିକ ରହିଥାଏ ! ପେଟାକଟା, ଏସିଡିଟି ଆଦି ସମସ୍ୟା ମଧ୍ୟ ଦୂର ହୋଇଥାଏ ! କେତେଜଣ ଭାବନ୍ତି ଅଳେଇଚ ଦ୍ୱାରା ଶରୀର ଥଣ୍ଡା ହୋଇଥାଏ ! କିନ୍ତୁ ଏମିତି ନୁହେଁ, ଅଳେଇଚ ଦ୍ୱାରା ଶରୀର ଗରମ ହୋଇଥାଏ ! ଯଦି ଏହାର ସେବନ ଶୀତ ଦିନରେ କରିବେ ତ ଏହା ଦ୍ୱାରା ଆପଣଙ୍କୁ ଏହାର 2ଗୁଣ ଲାଭ ମିଳିଥାଏ !

ଯଦି ଆପଣ ଶୀତଦିନେ ରାତିରେ ଶୋଇବା ପୂର୍ବରୁ ଅଳେଇଚ ଖାଆନ୍ତି ତ ଆପଣ ନିଜକୁ ଥଣ୍ଡା, କାଶ ଆଦି ସମସ୍ୟାରୁ ବଞ୍ଚାଇ ପାରିବେ ! ଗରମ ଦିନରେ ଏହା ଜଣ୍ଡିସରୁ ବଂଚାଇଥାଏ ! ଯଦି ଆପଣ ମଧ୍ୟ ଏହି ସମସ୍ୟା ଗୁଡିକ ଦ୍ୱାରା ଚିନ୍ତିତ ରୁହନ୍ତି, ତେବେ ପ୍ରତ୍ୟେକ ରାତିରେ ଖାଇବା ପରେ ଶୋଇବା ପୂର୍ବରୁ 2ଟି ଅଳେଇଚ ସେବନ କରନ୍ତୁ !

ଅନନୁଛେଦଟି ଆପଣଙ୍କୁ କିପରି ଲାଗିଲା comment କରି ଜଣାନ୍ତୁ ! ପୁଣି ସାକ୍ଷାତ ହେବ ଆଉ ଏକ ନୂଆ ଅନନୁଛେଦରେ ! ନମସ୍କାର

!!ଜୟ ଜଗନ୍ନାଥ !!