ଋଷି ଦୁର୍ବାସାଙ୍କ ବରଦାନ ଯୋଗୁଁ ଦ୍ରୌପତିଙ୍କୁ ଭାରି ରାଜ ସଭାରେ ଲଜ୍ଜିତ ହେବା ଠାରୁ ବଞ୍ଚିତ ହେଇଥିଲେ ।

Spread the love

ରୁଷି ଦୁର୍ବାସାଙ୍କ ବରଦାନ ଯୋଗୁଁ ଦ୍ରୌପତି ଲଜ୍ଜିତ ହେବା ଠାରୁ ବଞ୍ଚିତ ହୋଇଥିଲେ ।

ମହର୍ଷି ଦେବବ୍ୟାସଙ୍କ ଦ୍ୱାରା ରଚିତ ମହାଭାରତ ଭଳି ଅନ୍ୟ କୌଣସି ଗ୍ରନ୍ଥ ନାହିଁ । ଏହି ଗ୍ରନ୍ଥ ବହୁତ ବହୁତ ରୋଚକ ଅଟେ । ବିଦ୍ୱାନମାନେ ଏହାକୁ ପଞ୍ଚମ ବେଦ ବୋଲି କୁହନ୍ତି ଏବଂ ସ୍ଵୀକାର ମଧ୍ୟ କରନ୍ତି । ମହାଭାରତରେ ଅନେକ ପାତ୍ର ଅଛି, ସେଥିରେ ଦ୍ରୌପତିଙ୍କ ପାତ୍ର ବି ଅଛି । ମହାଭାରତରେ ଏହି ଘଟଣା ଉଲ୍ଲେଖ ଅଛି କି ଦୁଶାସନ ନିଜ ଅପମାନର ପ୍ରତିଶୋଧ ନେବା ପାଇଁ ଭାରି ସଭା ମଧ୍ୟରେ ଦ୍ରୌପତିର ବସ୍ତ୍ରହରଣ କରିଥିଲେ । କିନ୍ତୁ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ପ୍ରକଟ ହୋଇ ଦ୍ରୌପତିର ମାନ-ସମ୍ମାନକୁ ରକ୍ଷା କରିଥିଲେ ।

ଆସନ୍ତୁ ଆମେ ଏବେ ସମ୍ପୂର୍ଣ ରୁପେ ଜାଣିବା:

ଏହି ଘଟଣା ସହ ଜଡ଼ିତ ଏକ କାହାଣୀ ଅଛି ସେଥିରେ ଉଲ୍ଲେଖ ଅଛି କି ରୁଷି ଦୁର୍ବାସାଙ୍କ ଠାରୁ ଦ୍ରୌପତି ବରଦାନ ପାଇବା କଥା । ପୌରାଣିକ କଥା ଅନୁସାରେ ଏହି ବରଦାନ ଯୋଗୁଁ ଦ୍ରୌପତିଙ୍କ ଲାଜ ବଞ୍ଚିଥିଲା ରାଜସଭାରେ । ଶିବ ପୁରାଣ ଅନୁସାରେ ପ୍ରଭୁ ଶିବଙ୍କ ଅବତାର ରୁଷି ଦୁର୍ବାସା । ଦିନେ ନଦୀରେ ସ୍ନାନ କରୁଥିଲେ ସେତେବେଳେ ହଠାତ୍ ପାଣିର ବେଗ ବଢ଼ି ଯିବାରୁ ନଦୀ କୁଳରେ ଥିବା ଋଷିଙ୍କ ପୋଷାକକୁ ପାଣି ଭସେଇ ହୋଇଚାଲି ଯାଇଥିଲା । ରୁଷି ଦୁର୍ବାସା ବିଚଳିତ ହୋଇଯାଇଥିଲେ ! ତାଙ୍କର ବସ୍ତ୍ର ନଦୀରେ ଜଲମେ ଭସେଇ ହୋଯାଇଛି ବୋଲି । ରୁଷି ଦୁର୍ବାସାଙ୍କୁ ବିଚଳିତ ଅବସ୍ଥାରେ ଦେଖି ନଦୀ ଅପାର ପାଖରେ ବସିଥିବା ଦ୍ରୌପଦୀ ଋଷିଙ୍କ ବିଚଳିତର କାରଣ ଜାଣି, ନିଜେ ଦ୍ରୌପତି ପିନ୍ଧି ଥିବା ଶାଢ଼ୀର କିଛି ଅଂଶ ଚିରି ଋଷିଙ୍କୁ ଦେଲେ । ଏହି ବ୍ୟବହାର ଦେଖି ରୁଷି ଦୁର୍ବାସା ବହୁତ ପ୍ରସନ୍ନ ହେଲେ ଓ ଦ୍ରୌପତିଙ୍କୁ ବରଦାନ ଦେଲେ କି ଯେତେବେଳେ କୌଣସି ଅସୁବିଧାରେ ତୁମକୁ (ଦ୍ରୌପତି) ବସ୍ତ୍ରର ଆବଶ୍ୟକ ହେବ, ସେହି ସନ୍ଧି ମୁହୂର୍ତ୍ତରେ ଅନନ୍ତ ବସ୍ତ୍ର ହେଇଯିବ ।

ଯାହାର ପରିଣାମ ସ୍ୱରୂପ ଭରା ରାଜସଭାରେ ଦୁଃଶାସନର କୁ-କର୍ମରୁ ଋଷି ଦୁର୍ବାସାଙ୍କ ବରଦାନ ଦ୍ରୌପଦୀଙ୍କ ଲଜ୍ଜା ନିବାରଣ କରିଥିଲା ।

ଆପଣଙ୍କୁ ଏହି ଅନୁଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ !

!! ଜୟ ଜଗନ୍ନାଥ !!