ଆସନ୍ତୁ ଜାଣିବା : ଗୋଲାପର ଔଷଧୀୟ ଗୁଣ ସମ୍ବନ୍ଧରେ

Spread the love

ଗୋଲାପ ଫୁଲ ଲେଖିବାକୁ ଅତି ସୁନ୍ଦର ! ଯେତେ ସବୁ ଫୁଲ ଅଛି, ସେହି ଫୁଲମାନଙ୍କ ମଧ୍ୟରୁ ଗୋଲାପ ସମସ୍ତଙ୍କର ମନ କିଣିଥାଏ । କେହିକେହି ଏହାକୁ ପ୍ରେମର ପ୍ରତିକ କହୁଥିବା ବେଳେ ଆଉ କେତେକଙ୍କ କହିବା କଥା ଗୋଲାପ ଫୁଲ, ଫୁଲମାନଙ୍କ ମଧ୍ୟରେ ଗୋଲାପ ଫୁଲ ହେଉଛି ରାଜା । ତେବେ କେବଳ ସୁନ୍ଦରତା, ସୁଗନ୍ଧକୁ ନେଇ ନୁହେଁ ବରଂ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଗୋଲାପ ଫୁଲ ବେଶ ଲାଭଦାୟକ । ଆପଣମାନେ ଜାଣନ୍ତି ଏଥିରୁ ପ୍ରସ୍ତୁତ ଗୋଲାପ ଜଳ କେଶ, ତ୍ୱଚା, ଆଖି ପାଇଁ ଉପାଦେୟ । ଆସନ୍ତୁ ଏହାର ଅନ୍ୟାନ୍ୟ ଔଷଧିୟ ଗୁଣ ବିଷୟରେ ଜାଣିବା

– ଓଜନ ହ୍ରାସ କରିବା ନିମନ୍ତେ: ଗୋଲାପ ଫୁଲ ଶରୀରର ଓଜନ ହ୍ରାସ କରିବା ନିମନ୍ତେ ଉପଯୋଗୀ । ଏଥି ନିମନ୍ତେ ଗୋଲାପର ୧୦ ରୁ ୧୫ ପାଖୁଡ଼ା ଆଣି ପାଣିରେ ମିଶାଇ ଫୁଟାନ୍ତୁ । ପାଣିର ରଙ୍ଗ ଗୋଲାପି ରଙ୍ଗ ହୋଇଗଲେ ସେଥିରେ ଗୋଟିଏ ଚାମଚ ମହୁ ଏବଂ ଚିମୁଟାଏ ଡାଲଚିନି ପକାଇ ନିୟମିତ ସେବନ କରନ୍ତୁ ।

– ଥକ୍କାପଣ (ହାଲିଆ) ଦୂର କରିବା ନିମନ୍ତେ: ଯଦି ଆପଣଙ୍କୁ ଅଳ୍ପ କାମ କରିବା ପରେ ଥକ୍କା (ହାଲିଆ) ଲାଗୁଛି, ତେବେ ଆପଣ ଗୋଲାପ ପାଖୁଡ଼ାକୁ ଏହାକୁ ଦୂର କରିବା ଲାଗି ବ୍ୟବହାର କରିପାରନ୍ତି। ଏଥିପାଇଁ ଆପଣ ଗୋଲାପର ୧୦ ରୁ ୧୫ ପାଖୁଡାକୁ ବାଟି ନିଅନ୍ତୁ । ପରେ ମିଶ୍ରଣରେ ଗୋଟିଏ ଟୋପା ଚନ୍ଦନ ତେଲ ମିଶାଇ ଦେହରେ ଲଗାଇ ଭଲଭାବେ ମାଲିସ କରନ୍ତୁ ।

– ତ୍ୱଚାର କଳାଦାଗ ଦୂର କରିବା ପାଇଁ: ଗୋଲାପ ଫୁଲ ଏକ ଭଲ ମଶ୍ଚରାଇଜର ପରି କାମ କରେ। ଏଥିପାଇଁ ରାତିରେ ପାଣିରେ କିଛି ମେଥି ପକାଇ ଭିଜାଇ ରଖନ୍ତୁ । ପରେ ସେଥିରେ ଗୋଲାପ ପାଣି ପକାଇ ବାଟି ନିଅନ୍ତୁ । ଏହାକୁ ମୁହଁରେ ଲଗାଇ ୨୦ ମିନିଟ ପାଇଁ ଛାଡି ଦିଅନ୍ତୁ। ପରେ ଗୋଲାପର ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ ।

– ଗରମ ଦିନେ ହାତ-ପାଦ ଜଳିଯିବା, ପେଟ ଖରାପ ଏବଂ ଏସିଡିଟି ପରି ସମସ୍ୟା ଦେଖାଦେଇଥାଏ। ଏସବୁରେ ଗୋଲାପର ସର୍ବତ କରି ପିଅନ୍ତୁ । ଲାଭ ମିଳିବ। ଏହାଛଡା ହାତ ପାଦରେ ଚନ୍ଦନ ପାଉଡ଼ର, ଗୋଲାପ ଜଳ ମିଶାଇ ଲଗାନ୍ତୁ ।