ଆପଣଙ୍କର ବି sbi ରେ ଖାତା ଅଛି ତେବେ ଏବେ ହିଁ ଜାଣନ୍ତୁ କେଉଁ ୪ ଟି ସେବା ଡିସେମ୍ବର ୧ରୁ ବନ୍ଦ ହେବାକୁ ଯାଉଛି !!

Spread the love

ଯଦି ଆପଣଙ୍କ SBIରେ ଖାତା ଅଛି ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ଏସ.ବି.ଆଇ ର ୪ ଟି ବଡ଼ ସେବା ଆଉ ଦୁଇ ଦିନରେ ବନ୍ଦ ହେବାକୁ ଯାଉଛି । ଦୁଇ ଦିନ ପରେ ତଳେ ଦିଆଯାଇଥିବା ସେବା ଗୁଡିକୁ ସର୍ବ ସାଧାରଣ ଏଣିକି ଆଉ ବ୍ୟବହାର କରି ପାରିବେ ନାହିଁ ।

ଯଦି ଆପଣ ମଧ୍ୟ ଚିନ୍ତାରୁ ମୁକ୍ତି ହେବାକୁ ଚାହୁଁଛନ୍ତି ତେବେ ବିଳମ୍ବ ନକରି ଏହି କାମ ଗୁଡିକୁ ତୁରନ୍ତ କରି ନିଅନ୍ତୁ । ନଚେତ୍ ଅସୁବିଧା ହୋଇପାରେ । ୧ ଡିସେମ୍ବ ପହିଲା (Dec-1)ରୁ କେଉଁ-କେଉଁ ସେବା ଗୁଡ଼ିକ ବନ୍ଦ ହେବାକୁ ଯାଉଛି ଆସନ୍ତୁ ଏବେ ସମ୍ପୂର୍ଣ ରୁପେ ଜାଣିବା ।

୧) ଯଦି ଆପଣଙ୍କ ମୋବାଇଲ ନମ୍ବର ବ୍ୟାଙ୍କ ଖାତା ରୁ ଲିଙ୍କ ନ କରିଛ ତେବେ ଆପଣଙ୍କ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଓ ଅନ୍ ଲାଇନ୍ ବ୍ୟାଙ୍କିଙ୍ଗର ସେବା ବନ୍ଦ ହୋଇପାରେ । ଏହି ବିଷୟରେ ଏସ୍.ବି. ଆଇ ର ସବୁ ଗ୍ରାହକ ମାନଙ୍କୁ Notification ପଠା ଯାଇ ସଚେତନତା କରା ଯାଇଛି । ଏବେ ପର୍ଯ୍ୟନ୍ତ ଯେଉଁ ଗ୍ରାହକ ମାନେ ନିଜ ମୋବାଇଲ ନମ୍ବର ଲିଙ୍କ କରାଇ ନାହାଁନ୍ତି ଶୀଘ୍ର ଲିଙ୍କ କରାନ୍ତୁ ।

୨ / SBI buddy ହେଇଯିବ ପୁରୁଣା ଦିନର କଥା : ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ମୋବାଇଲ wallet sbi buddy ୧ ଡିସେମ୍ବର ରେ ବନ୍ଦ କରିବାକୁ ଯାଉଛି । କିନ୍ତୁ ଯେଉଁ ଗ୍ରାହକଙ୍କ ଟଙ୍କା ସେହି walletରେ ଅଛି ସେମାନେ ସେହି ଟଙ୍କାକୁ କେମିତି ପାଇବେ ସେ ବିଷୟରେ ଏବେ କିଛି ସୁଚନା ନାହିଁ ।

୩) ଜୀବନ ପ୍ରମାଣ ପତ୍ର ଜମା କରିବାପାଇଁ ଅନ୍ତିମ ସୁଯୋଗ : ଯଦି ଆପଣ ବା ଆପଣଙ୍କ ପରିବାରର କୌଣସି ସଦସ୍ୟ retired ହୋଇଛନ୍ତି ବା ତାଙ୍କ sbiର କୌଣସି ବି ଶାଖାରେ ଯାଉଥିଲେ ଆପଣଙ୍କୁ ୩୦ ନଭେମ୍ବର ଭିତରେ ତାଙ୍କର life certificate ଜମା କରିବାକୁ ପଡ଼ିବ । ବ୍ୟାଙ୍କ ସବୁ ପେନ୍ସନର୍ସ ଉପଭୋକ୍ତା (pension holder)ମାନଙ୍କୁ ପୂର୍ବରୁ ସୁଚନା ପଠାଇଛନ୍ତି । ୩୦ ନଭେମ୍ବର ୨୦୧୮ ସୁଧା ନିଜର ଜୀବନ ପ୍ରମାଣ ପତ୍ର ଜମା କରନ୍ତୁ । ଯଦି ଜମା ନ କରନ୍ତି ତେବେ ଯେଉଁମାନେ pension ପାଉଛନ୍ତି, ସେମାନଙ୍କ pension ବନ୍ଦ ହେଇପାରେ ।

୪) pension loan ର ସୁବିଧା ସରି ଯିବ : Sbi ତରଫରୁ pensioners ପାଇଁ festive ସିଜନ୍ ରେ loan ଦେବାର ସୁବିଧା ଆରମ୍ଭ କରିଥିଲେ । ଏହି offer ସେମାନଙ୍କ ପାଇଁ ଅଟେ ଯାହାର pension sbi ର କୌଣସି ବି ବ୍ରାଞ୍ଚରେ ଆସୁଥାଏ । ଏହି processing fee ରେ ମିଳୁଛି । ବ୍ୟାଙ୍କ ଅନୁସାରେ ୭୬ ବର୍ଷରୁ କମ ବୟସ ବାଲା, କେନ୍ଦ୍ରୀୟ, ରାଜକୀୟ ଓ ସେନା ରୁ retired ହେବା ବାଲା pension ବାଲାଙ୍କ ପାଇଁ ଏହି offer ର ଆରମ୍ଭ କରିଥିଲେ । ଯାହା କି ୩୦ ନଭେମ୍ବରକୁ ସରିଯିବ ।