ଆଚାର୍ଯ୍ୟ ଚାଣକ୍ୟ :- ଏହି ୪ଟି କର୍ମ କରୁଥିବା ଲୋକ ଅତିଶିଘ୍ର ହୋଇଯାଇଥାନ୍ତି ବର୍ବାଦ

Spread the love

ଯେଉଁ ବ୍ୟକ୍ତିମାନେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି ଓ ଦୈନନ୍ଦିନ ଜୀବନରେ ଆଚାର୍ଯ୍ୟଙ୍କ ନୀତି ନିୟମକୁ ବ୍ୟବହାର କରନ୍ତି ସେହି ବ୍ୟକ୍ତିଙ୍କ ଜୀବନରେ ଦୁଃଖ କଷ୍ଟ ପାଦ ଥାପି ପାରିବ ନାହିଁ ! ଏବଂ ସେହି ମାନଙ୍କ ଜୀବନ ହୋଇଯିବ ଧନ୍ୟ । ଅନେକ ଶାସ୍ତ୍ରରେ ଭିନ୍ନ ଭିନ୍ନ ତଥ୍ୟ ଉପସ୍ଥାପନ କରାଯାଇଛି ଯେ, ଆପଣ କେଉଁ ପ୍ରକାର କାର୍ଯ୍ୟ କରିଲେ, ଆପଣଙ୍କ ଜୀବନ ସୁଖମୟ ହୋଇପାରିବ । ଆସନ୍ତୁ ଜାଣିବା ଏମିତି କଣ ସେ ୪ଟି କାମ ଯାହାକୁ ଆଚାର୍ଯ୍ୟ ଚାଣକ୍ୟ ମନା କରିଛନ୍ତି।

■ କିଛି ନ ଭାବି ଧନକୁ ଅଯଥା ଵ୍ୟୟ କରିବା : ଯଦି ଆପଣ ବି ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, ଯେଉଁମାନେ ବିନା କାରଣରେ କିଛି ନ ଭାବି ଅଯଥା ଧନକୁ ବ୍ୟୟ କରିଥାନ୍ତି ତ ଆଜିଠାରୁ ଆପଣ ହୋଇଯାନ୍ତୁ ସାବଧାନ । ଯେଉଁମାନେ ବିନା କାରଣରେ କିଛି ନ ଭାବି ଅଯଥା ଧନକୁ ଖର୍ଚ୍ଚ କରିଥାନ୍ତି, ସେମାନେ ପରେ ଧନର କମ୍ କାରଣରୁ କିଛି ସମସ୍ୟାର ଶିକାର ହୋଇଥାନ୍ତି।ତେଣୁକରି ଧନର ଅପବ୍ୟବହାର କରନ୍ତୁନାହିଁ ।

■ ଝଗଡ଼ାଳୁ ସ୍ଵଭାବର ଲୋକ : ଯେଉଁ ବ୍ୟକ୍ତି ବିନା କିଛି କାରଣରେ କିମ୍ବା ଟିକେ କିଛି କାରଣରେ କାହା ସହିତ ଭି ଝଗଡ଼ା ଆରମ୍ଭ କରି ଦେଇଥାଏ । ସେହିପ୍ରକାରର ଲୋକ ବର୍ବାଦ ହୋଇଯାଇଥାଏ। ଆଚାର୍ଯ୍ୟ ଚାଣକ୍ୟ କହିଥାନ୍ତି ଆପଣଙ୍କ ସ୍ଵଭାଵ ଭି ଏପରି ଝଗଡ଼ାଳୁ ହୋଇଥାଏ ତ ଶୀଘ୍ର ଛାଡିଦିୟନ୍ତୁ ନଚେତ ଆପଣଙ୍କ ବର୍ବାଦକୁ କେହିବି ରଖି ପାରିବେନି।

■ ସ୍ତ୍ରୀ ମାନଙ୍କୁ ଖରାପ ନଜରରେ ଦେଖିବା ଲୋକ : ଯେଉଁ ବ୍ୟକ୍ତିମାନେ ସବୁବେଳେ ସ୍ତ୍ରୀ/ଝିଅମାନଙ୍କ ପଛରେ ଦୌଡ଼ିଥାନ୍ତି ଅଥବା ସେମାନଙ୍କୁ ଖରାପ ନଜରରେ ଦେଖିଥାନ୍ତି ସେଭଳି ସ୍ଵଭାବର ଲୋକ ଅତିଶୀଘ୍ର ବର୍ବାଦ ହୋଇଯାନ୍ତି । ଯଦି ଆପଣ ହୋଇଥାନ୍ତି ଏହି ସ୍ଵଭାବର ତ ଆଜି ହିଁ ଛାଡିଦିୟନ୍ତୁ ଏହି ଗୁଣ । ଏଥିରେ ବର୍ବାଦ ଛଡା ଆଉ କିଛିଭି ନାହିଁ ।

■ ଧୋର୍ଯ୍ୟ ନ ରଖିବା ଲୋକ : ଆପଣ ଦେଖିଥିବେ ଯେଉଁ ବ୍ୟକ୍ତି ଧୋର୍ଯ୍ୟ ରଖିନଥାଏ ତାହାର କାମ ସଫଳ ହୋଇ ନଥାଏ । ଆଉ ଯେଉଁ ବ୍ୟକ୍ତି ଧୋର୍ଯ୍ୟ ରଖିଥାଏ ସେହି ବ୍ୟକ୍ତିର କାମ ସଫଳ ହୋଇଥାଏ । ସେହିପରି ଏହାର ପୁରା ଧ୍ୟାନ ରଖନ୍ତୁ । ଆପଣ ଧୋର୍ଯ୍ୟବାନ ସ୍ଵଭାଵ ହେବା ଦରକାର । ଯେଉଁ ବ୍ୟକ୍ତି ଧୋର୍ଯ୍ୟ ରଖି ନଥାନ୍ତି । ସେମାନେ ଜୀବନରେ ଆଗକୁ ବଢ଼ି ପାରନ୍ତିନାହିଁ ।

ଏହିପରି ନୀତିଶିକ୍ଷା ଓ ପୌରାଣିକ ଉପରେ ଆଧାରିତ ଅନୁଛେଦ ପାଇବା ପାଇଁ Follow Bottom କୁ Click କରନ୍ତୁ । !! ଧନ୍ୟବାଦ !!