ଅପେରସନ୍ ଥଏଟର ଭିତରକୁ ଚାଲି ଆସିଲା ବୁଲା କୁକୁର, ନେଇ ଗଲା ରୋଗୀର କଟାଯାଇଥିବା ଗୋଡ :

Spread the love

ବିଚିତ୍ର ଏ ଦୁନିଆ ! ଏହି ବିଚିତ୍ର ଦୁନିଆରେ ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ ଯାହା ସମସ୍ତଙ୍କୁ ଚକିତ ବା ଆଶ୍ଚର୍ଯ୍ୟ କରିଦେଇଥାଏ ! ଯାହା ବିଷୟରେ କେହି ବି କେବେ ପରିକଳ୍ପନା କରି ନ ଥିବେ, ସେହି ପରି କିଛି ଘଟଣା ଘଟିଥାଏ ! ହଁ ଆଜ୍ଞା ସେହି ପରି ଗୋଟିଏ ଘଟଣା ଘଟିଛି ଆମ ଦେଶର ବିହାର ରାଜ୍ୟରେ ଗତ 30 octoberରେ ! ବିହାର ରାଜ୍ୟର ବୋକ୍ସର ନାମକ ଜାଗାରେ ଡାକ୍ତରଙ୍କ ଯତ୍ନ ହୀନତା ଯାହା ସମସ୍ତଙ୍କୁ ସ୍ତଂଵିଭୂତ କରାଇଦେଇଛି ! ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣାଟି :

ହସ୍ପିଟାଲର ଅପେରସନ୍ ଥଏଟର (operation theater)ରେ ଗୋଟିଏ ରୋଗୀର କୌଣସି କାରଣରୁ କଟିଯାଇଥିବା ଗୋଡ଼ ଅପେରସନ ସମୟରେ ଗୋଟିଏ ବୁଲା କୁକୁର ଅପେରସନ ଥଏଟର ଭିତରକୁ ଆସି ଯାଇଥିଲା !

ଏବଂ ଆଶ୍ଚର୍ଯ୍ୟର ଘଟଣା ଏହି ଯେ, ରୋଗୀର ଗୋଡକୁ ସମ୍ପୂର୍ଣ୍ଣ ଭାବେ କାଟି ଅନ୍ୟତ୍ର ରଖିଥିଲେ ଡାକ୍ତର ବାବୁ ! କିନ୍ତୁ ଦୁର୍ଭାଗ୍ୟର କଥା ଯେ, କୁକୁରଟି ସେହି ରୋଗୀର କଟାଯାଇଥିବା ଗୋଡ଼କୁ ନେଇ ଚାଲିଯାଇଥିଲା ! ଏବଂ ସେଠାରେ ଥିବା ସମସ୍ତେ ଏହି ଦୃଶ୍ୟ ଦେଖି ସ୍ତଂଵିଭୂତ ହୋଇ ଛିଡା ହୋଇଥିଲେ ! ଚିତ୍କିସା ସମୟରେ ହିଁ ସେହି ରୋଗୀର ମୃତ୍ୟୁ ହୋଇଥିଲା !

ମିଡ଼ିଆ ରିପୋର୍ଟ ଅନୁଯାଇ, ଏହି ରୋଗୀର ନାମ ଥିଲା ରାମନାଥ ମିଶ୍ରା ! ବିହାରର ବୋକ୍ସର ଷ୍ଟେସନରେ ଟ୍ରେନ୍ ରୁ ପଡି ଅଚେତ ହୋଇଯାଇଥିଲେ ! ଏହି ଦୁର୍ଘଟଣାରେ ତାଙ୍କ ଗୋଟିଏ ଗୋଡ଼ କଟିଯାଇଥିଲା ! ଚିତ୍କିସା ନିମନ୍ତେ ରେଲୱେ ପୋଲିସ ସଦର ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତ କରାଇଥିଲେ ! ଡାକ୍ତର ରାମନାଥଙ୍କ ଗୋଡ଼ ତାଙ୍କ ଶରୀରଠୁ ଅଲଗା କରି ରଖିଥିଲେ ! ଏହି ସମୟରେ ବାହାରରୁ ଗୋଟିଏ ବୁଲା କୁକୁର ଅପେରସନ ଥଏଟର ଭିତରକୁ ଚାଲି ଆସିଲା ! ଏବଂ ରୋଗୀର ଶରୀରରୁ ଅଲଗା କରି ରଖାଯାଇଥିବା ଗୋଡଟିକୁ ନେଇ ଅନ୍ୟତ୍ର ଚାଲି ଗଲା !

ଏହି ଘଟଣା ପରେ ହସ୍ପିଟାଲର କର୍ମଚାରୀମାନେ ସେହି କୁକୁରକୁ ବହୁତ ଖୋଜିଲେ କିନ୍ତୁ କୁକୁରକୁ କେଉଁଠି ମଧ୍ୟ ପାଇଲେ ନାହିଁ !