ଅପରାଜିତା : ବିଧିବଧ ଭାବରେ ଯୋଗ ଦେବା 27ରେ ଏବଂ ଡିସେମ୍ବର 1ରେ ଦଳ କରିବା ସ୍ୱଗତ

Spread the love

IAS ଚାକିରିରୁ ସ୍ବେଚ୍ଛାକୃତ ଭାବରେ ଅବସର ନେବା ପରେ ଅପରଜୀତ ଷଡ଼ଙ୍ଗୀ ବିଜପିରେ ସାମିଲ ହୋଇଛନ୍ତି !

ରାଜନୀତିର ଅଙ୍କ କୋଷରେ IAS ଅପରାଜିତାଙ୍କୁ ନେଇ ଚାଲିଥିବା ଟଣା ଓଟରାରେ ପଡିଛି ପୂର୍ଣ୍ଣଛେଦ ! IAS ଅପରାଜିତା ଷଡ଼ଙ୍ଗୀ ବିଧିବଧ ଭାବରେ BJPରେ ଯୋଗଦେବେ ଆସନ୍ତା 27 ତାରିଖରେ ! IAS ଅପରାଜିତା ଷଡ଼ଙ୍ଗୀଙ୍କ BJPରେ ସାମିଲ ଦିନ ଅର୍ଥାତ 27 ରାତିଖ ଦିନ BJPର ମାନ୍ୟବର ନେତାମାନେ ସମେତ ବିଜେପି ମୁଖ୍ୟାଳୟର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ! ଡିସେମ୍ବର 1 ତାରିଖରେ ବିଜେପି କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଉତ୍ସବରେ ଅପରାଜିତା ଷଡଙ୍ଗୀଙ୍କୁ ସ୍ୱାଗତ କରାଯିବ !

ଅପରାଜିତା ଷଡ଼ଙ୍ଗୀ BJPରେ ସାମିଲ ହେବ ପରେ ଲୋକଙ୍କ ମନରେ ପ୍ରଶ୍ନ ଆସିଛି, ମାଡାମ କେଉଁ ଅଂଚଳରେ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ ଭୁବନେଶ୍ୱର ? ଏ ନେଇ କିଛି ବର୍ତମାନ ପର୍ଯ୍ୟନ୍ତି କିଛି ଖବର ଆସି ନାହିଁ ! ତଥାପି ଜୋରଜର ଚାଲିଛି ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ! ଦଳ ମଧ୍ୟ ମାଡାମ ସଡଙ୍ଗୀଙ୍କ ଲୋକପ୍ରିୟତାକୁ ଆଧାରକରି ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିପାରନ୍ତି ବୋଲି ସର୍ବସାଧାରଣ ଆଶା କରନ୍ତି ! ଏ ନେଇ ମାଡାମ ଷଡ଼ଙ୍ଗୀ କିମ୍ବା ଦଳୀୟକର୍ମୀମାନେ ମୁହଁଖୋଲି ନାହାନ୍ତି ! ଭୁବନେଶ୍ୱର ହେଉଛି ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଚଳ ! ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ସାତଟି ଆସନରେ ବିଜେପି ସଂଗଠନ ମଜବୁତ୍ ନୁହେଁ ! ଗୋଟେ ଦୁଇଟାକୁ ଛାଡି ଦେଲେ ପ୍ରାୟ ସବୁ ଆସନରେ ଗୋଷ୍ଠୀକନ୍ଦଳ ! ଏହିପରି ପରିସ୍ଥିତିରେ ଅପରାଜିତା କିପରି ଦଳର ସଂଗଠନକୁ ସଜଡ଼ିବେ, ନିର୍ବାଚନର କିପରି ସାମ୍ନା କରିବେ ଏ ନେଇ ଚାଲିଛି ଆଲୋଚନା ! ଏତତ୍-ବ୍ୟତୀତ ଅପରଜିତାଙ୍କୁ କେଉଁ ଗୁରୁତ୍ୱ ପୂର୍ଣ୍ଣ ପଦବୀ ଦିଆଯିବ ସେହି ପାଇଁ ମଧ୍ୟ ଦଳ ଚିନ୍ତିତ !